ଜାଗୁଆର ଟ୍ରେନି ବିମାନ ଦୁର୍ଘଟଣାରେ ୨ ପାଇଲଟ ମୃତ, AirForceର କୋର୍ଟ ଅଫ ଇନକ୍ୱାରୀ ନିର୍ଦ୍ଦେଶ

ନୂଆଦିଲ୍ଲୀ ୯।୭: ରାଜସ୍ଥାନ ଚୁରୁ ଜିଲ୍ଲାରେ ବୁଧବାର ଭାରତୀୟ ବାୟୁସେନା (ଆଇଏଏଫ୍)ର ଟ୍ରେନର ଜାଗୁଆର ବିମାନ ଟ୍ରେନିଂ କାଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବିମାନରେ ଥିବା ୨ ଜଣ ପାଇଲଟ ପ୍ରାଣ ହରାଇଛନ୍ତି। ଏଥିପାଇଁ ଆଇଏଏଫ ଗଭୀର ଶୋକ ପ୍ରକଟ କରିଛି ଏହା ସହିତ ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ ଇନକ୍ୱାରୀ ଆଦେଶ ଦେଇଛି। ଏହି ଯାଞ୍ଚରେ ଦୁର୍ଘଟଣା କିପରି ହେଲା ତାର ବିସ୍ତୃତ ତଦନ୍ତ କରାଯିବ। ଏ ନେଇ ଆଇଏଏଫ ପକ୍ଷରୁ ଏକ୍ସ ରେ ଏକ ପୋଷ୍ଟ କରାଯାଇଛି। କୁହାଯାଇଛି ଏହି କଠିନ ସମୟରେ ଶୋକାକୁଳ ପରିବାର ସହିତ  ଆମେ ଦୃଢତାର ସହ ଛିଡା ହୋଇଛୁ। ବାୟୁସେନା ପକ୍ଷରୁ କୁହାଯାଇଛି ଯେ ଆମେ ବୀର ପାଇଲଟଙ୍କୁ ସାଲ୍ୟୁଟ କରୁଛୁ ଓ ସେମାନଙ୍କ ପରିବାର ପ୍ରତି ଆମର ସମବେଦନା ଜଣାଉଛୁ। ପ୍ରାରମ୍ଭିକ ସୂଚନା ଅନୁସାରେ ବିମାନର ଧ୍ୱଂସାବଶେଷ ଏକ ଚାଷ ଜମିରୁ ମିଳିଛି, ଏହା ସହିତ ମାନବ ଅଙ୍ଗ ମଧ୍ୟ କ୍ଷତବିକ୍ଷତ ଅବସ୍ଥାରେ ମିଳିଛି। ସ୍ଥାନୀୟ ପୋଲିସ ଅଧିକାରୀ କମଳେଶଙ୍କ ସୂଚନା ଅନୁସାରେ ବିମାନ ମଧ୍ୟାହ୍ନ ପାଖାପାଖି ଗୋଟାଏ ୨୫ ମିନିଟରେ ଦୁର୍ଘଟଣାର ଶିକାର ହୋଇଥିଲା। ଦୁର୍ଘଟଣା ପରେ ଜିଲ୍ଲା କଲେକ୍ଟର  ଅଭିଷେକ ସୁରାଣା, ପୋଲିସ ଓ ଫାୟାର ବ୍ରିଗେଡ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଇଏଏଫ ଅନୁସାରେ ବିମାନଟି ପ୍ରଶିକ୍ଷଣ ଉଡାଣରେ ଥିଲା। ଉଲ୍ଲେଖଯୋଗ୍ୟ ଯେ ୫ ମାସରେ ଜାଗୁଆର ବିମାନ ତୃତୀୟବାର ଦୁର୍ଘଟଣାର ଶିକାର ହୋଇଛି।

ଜାଗୁଆର ଟ୍ରେନି ବିମାନ ଦୁର୍ଘଟଣାରେ ୨ ପାଇଲଟ ମୃତ, AirForceର କୋର୍ଟ ଅଫ ଇନକ୍ୱାରୀ ନିର୍ଦ୍ଦେଶ

ନୂଆଦିଲ୍ଲୀ ୯।୭: ରାଜସ୍ଥାନ ଚୁରୁ ଜିଲ୍ଲାରେ ବୁଧବାର ଭାରତୀୟ ବାୟୁସେନା (ଆଇଏଏଫ୍)ର ଟ୍ରେନର ଜାଗୁଆର ବିମାନ ଟ୍ରେନିଂ କାଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବିମାନରେ ଥିବା ୨ ଜଣ ପାଇଲଟ ପ୍ରାଣ ହରାଇଛନ୍ତି। ଏଥିପାଇଁ ଆଇଏଏଫ ଗଭୀର ଶୋକ ପ୍ରକଟ କରିଛି ଏହା ସହିତ ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ ଇନକ୍ୱାରୀ ଆଦେଶ ଦେଇଛି। ଏହି ଯାଞ୍ଚରେ ଦୁର୍ଘଟଣା କିପରି ହେଲା ତାର ବିସ୍ତୃତ ତଦନ୍ତ କରାଯିବ। 

ଏ ନେଇ ଆଇଏଏଫ ପକ୍ଷରୁ ଏକ୍ସ ରେ ଏକ ପୋଷ୍ଟ କରାଯାଇଛି। କୁହାଯାଇଛି ଏହି କଠିନ ସମୟରେ ଶୋକାକୁଳ ପରିବାର ସହିତ  ଆମେ ଦୃଢତାର ସହ ଛିଡା ହୋଇଛୁ। ବାୟୁସେନା ପକ୍ଷରୁ କୁହାଯାଇଛି ଯେ ଆମେ ବୀର ପାଇଲଟଙ୍କୁ ସାଲ୍ୟୁଟ କରୁଛୁ ଓ ସେମାନଙ୍କ ପରିବାର ପ୍ରତି ଆମର ସମବେଦନା ଜଣାଉଛୁ। ପ୍ରାରମ୍ଭିକ ସୂଚନା ଅନୁସାରେ ବିମାନର ଧ୍ୱଂସାବଶେଷ ଏକ ଚାଷ ଜମିରୁ ମିଳିଛି, ଏହା ସହିତ ମାନବ ଅଙ୍ଗ ମଧ୍ୟ କ୍ଷତବିକ୍ଷତ ଅବସ୍ଥାରେ ମିଳିଛି। 

ସ୍ଥାନୀୟ ପୋଲିସ ଅଧିକାରୀ କମଳେଶଙ୍କ ସୂଚନା ଅନୁସାରେ ବିମାନ ମଧ୍ୟାହ୍ନ ପାଖାପାଖି ଗୋଟାଏ ୨୫ ମିନିଟରେ ଦୁର୍ଘଟଣାର ଶିକାର ହୋଇଥିଲା। ଦୁର୍ଘଟଣା ପରେ ଜିଲ୍ଲା କଲେକ୍ଟର  ଅଭିଷେକ ସୁରାଣା, ପୋଲିସ ଓ ଫାୟାର ବ୍ରିଗେଡ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଇଏଏଫ ଅନୁସାରେ ବିମାନଟି ପ୍ରଶିକ୍ଷଣ ଉଡାଣରେ ଥିଲା। ଉଲ୍ଲେଖଯୋଗ୍ୟ ଯେ ୫ ମାସରେ ଜାଗୁଆର ବିମାନ ତୃତୀୟବାର ଦୁର୍ଘଟଣାର ଶିକାର ହୋଇଛି। ଏହା ପୂର୍ବରୁ ମାର୍ଚ୍ଚ ୭ ତାରିଖ ଦିନ ଅମ୍ବାଲାରେ ଓ ଏପ୍ରିଲ ୨ ତାରିଖ ଦିନ ଗୁଜରାଟର ଜାମ ନଗରରେ ଜାଗୁଆର ଯୁଦ୍ଧବିମାନ ଦୁର୍ଘଟଣା ଘଟିଥିଲା। ଅମ୍ବାଲାରେ ପାଇଲଟ ସୁରକ୍ଷିତ ବାହାରିବାରେ ସଫଳ ହୋଇଥିଲେ। ତେବେ ଜାମନଗର ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ହୋଇଥିଲା।