ସନ୍ତୁଳିତ ଓଜନ ଲାଗି…ଆପଣାନ୍ତୁ ଏହି ଟିପ୍ସ
ଆଜିକାଲି ଓଜନ ବୃଦ୍ଧି ବା ଓବେସିଟି ଏକ ସାଧାରଣ କଥା ପାଲଟି ଗଲାଣି। ଖାଦ୍ୟପେୟ, ନିୟମିତ ବ୍ୟାୟାମ ନ କରିବା, ଅସନ୍ତୁଳିତ ଜୀବନଶୈଳୀ ଏହାର କେତୋଟି ପ୍ରମୁଖ କାରଣ। ଓଜନକୁ ନିୟନ୍ତ୍ରଣରେ ନ ରଖିଲେ ତାହା ପରୋକ୍ଷରେ ଆଉ କେତେକ ରୋଗକୁ ଆମନ୍ତ୍ରଣ କରିଥାଏ। ତେବେ ଏହା କିପରି ସନ୍ତୁଳିତ ରହିବ ତାହାର ଏକ ସରଳ ଉପାୟ ରହିଛି। ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ, ଯଦି ଜଣେ ବ୍ୟକ୍ତି ନିୟମିତ ଆବଶ୍ୟକ ମୁତାବକ ପାଣି ପିଅନ୍ତି, […] The post ସନ୍ତୁଳିତ ଓଜନ ଲାଗି…ଆପଣାନ୍ତୁ ଏହି ଟିପ୍ସ appeared first on Dharitri Odia News.
ଆଜିକାଲି ଓଜନ ବୃଦ୍ଧି ବା ଓବେସିଟି ଏକ ସାଧାରଣ କଥା ପାଲଟି ଗଲାଣି। ଖାଦ୍ୟପେୟ, ନିୟମିତ ବ୍ୟାୟାମ ନ କରିବା, ଅସନ୍ତୁଳିତ ଜୀବନଶୈଳୀ ଏହାର କେତୋଟି ପ୍ରମୁଖ କାରଣ। ଓଜନକୁ ନିୟନ୍ତ୍ରଣରେ ନ ରଖିଲେ ତାହା ପରୋକ୍ଷରେ ଆଉ କେତେକ ରୋଗକୁ ଆମନ୍ତ୍ରଣ କରିଥାଏ। ତେବେ ଏହା କିପରି ସନ୍ତୁଳିତ ରହିବ ତାହାର ଏକ ସରଳ ଉପାୟ ରହିଛି। ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ, ଯଦି ଜଣେ ବ୍ୟକ୍ତି ନିୟମିତ ଆବଶ୍ୟକ ମୁତାବକ ପାଣି ପିଅନ୍ତି, ତେବେ ତାଙ୍କର ଓଜନ କେତେକାଂଶରେ ସନ୍ତୁଳିତ ରହିଥାଏ। ‘ସନ୍ତୁଳିତ ଓଜନ ଏବଂ ପାଣିର ଭୂମିକା’ ଶୀର୍ଷକ ବିଷୟ ଉପରେ ସର୍ଭେ କରି ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକଥା ଜାଣିପାରିଛନ୍ତି। ସେମାନଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଯଦି ଜଣେ ବ୍ୟକ୍ତି ଆବଶ୍ୟକ ମୁତାବକ ପାଣି ନ ପିଅନ୍ତି, ତେବେ ତାହା ଧୀରେ ଧୀରେ ଓଜନ ବୃଦ୍ଧିରେ କେତେକାଂଶରେ ସହାୟକ ହୋଇଥାଏ। ତେଣୁ ସୁଷମ ତଥା ଭିଟାମିନ୍ଯୁକ୍ତ ଖାଦ୍ୟ ଖାଇବା, ନିୟମିତ ବ୍ୟାୟାମ କରିବା ଏବଂ ଏକ ରୁଟିନ୍ ଜୀବନଶୈଳୀ ଅନୁସରଣ କରିବା ସହ ଆବଶ୍ୟକ ମୁତାବକ ପାଣି ପିଇବା ନିହାତି ଦରକାର।
The post ସନ୍ତୁଳିତ ଓଜନ ଲାଗି…ଆପଣାନ୍ତୁ ଏହି ଟିପ୍ସ appeared first on Dharitri Odia News.