ଦୁଇ ଚାଷୀଙ୍କ ଅମଳ ଧାନଗଦା ଜଳିପୋଡ଼ି ଛାରଖାର

ଝରିଗାଁ,୩୦ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ଧାନଖଳାରେ ଜଳିଗଲା ତିନି ଏକର ଜମିର ଅମଳ ଧାନ, ଖଳାରେ ଧାନ ରଖି ବୁଧବାର ଭୋରରୁ ଆସି ଦେଖିବା ବେଳେକୁ ସବୁ ଜଳିପୋଡ଼ି ଛାରଖାର ହୋଇଯାଇଛି। ଏହା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବଣୁଆଗୁଡ଼ା ପଞ୍ଚାୟତସ୍ଥିତ ଗୋମିଓଡ଼ା ଗ୍ରାମଠାରେ। ଗ୍ରାମର ଘେନୁ ଗଣ୍ଡ ନାମକ ଜଣେ ଚାଷୀ ଏବଂ ପଲସଗାଁର ଗୌରୀ ଚନ୍ଦ୍ର ପୂଜାରୀ ନାମକ ଜଣେ ଚାଷୀ ନିଜ ନିଜ ଜମି ପାଖାପାଖି ପ୍ରାୟ ୩ ଏକର ଜମିର […] The post ଦୁଇ ଚାଷୀଙ୍କ ଅମଳ ଧାନଗଦା ଜଳିପୋଡ଼ି ଛାରଖାର appeared first on Dharitri Odia News.

ଦୁଇ ଚାଷୀଙ୍କ ଅମଳ ଧାନଗଦା ଜଳିପୋଡ଼ି ଛାରଖାର

ଝରିଗାଁ,୩୦ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ଧାନଖଳାରେ ଜଳିଗଲା ତିନି ଏକର ଜମିର ଅମଳ ଧାନ, ଖଳାରେ ଧାନ ରଖି ବୁଧବାର ଭୋରରୁ ଆସି ଦେଖିବା ବେଳେକୁ ସବୁ ଜଳିପୋଡ଼ି ଛାରଖାର ହୋଇଯାଇଛି।

ଏହା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବଣୁଆଗୁଡ଼ା ପଞ୍ଚାୟତସ୍ଥିତ ଗୋମିଓଡ଼ା ଗ୍ରାମଠାରେ। ଗ୍ରାମର ଘେନୁ ଗଣ୍ଡ ନାମକ ଜଣେ ଚାଷୀ ଏବଂ ପଲସଗାଁର ଗୌରୀ ଚନ୍ଦ୍ର ପୂଜାରୀ ନାମକ ଜଣେ ଚାଷୀ ନିଜ ନିଜ ଜମି ପାଖାପାଖି ପ୍ରାୟ ୩ ଏକର ଜମିର ଅମଳ ଧାନକୁ ଆଣି ଗୋମିଓଡ଼ାଠାରୁ ଏକ କିଲୋମିଟର ଦୂର ଏକ ଖଳାରେ ସମସ୍ତ ଧାନଗଦା କରିଥିଲେ। ଉକ୍ତ ଅଞ୍ଚଳରେ ଭାଲୁ ପ୍ରବଣ ହୋଇଥିବାରୁ ଖଳାରେ ଧାନ ରଖି ନିଜ ନିଜ ଘରକୁ ଫେରିଯାଇଥିଲେ। ବୁଧବାର ରାତି ପାହିଲେ ଧାନ ମଳା ହୋଇଥାନ୍ତା ହେଲେ ଉଭୟ ଘେନୁ ଏବଂ ଗୌରୀ ଘଟଣାସ୍ଥଳକୁ ଆସି ଦେଖିବା ବେଳେକୁ ସବୁ ଧାନଗଦାରେ ନିଆଁ ଲାଗି ପୋଡ଼ି ପାଉଁଶ ହୋଇଯାଇଥିଲା। ଉଭୟ ଚାଷୀ ନିହାତି ଗରିବ ହୋଇଥିବା ବେଳେ ଚାଷ ପୂର୍ବରୁ ଧାର ଉଦ୍ଧାର କରିଥିଲେ। ଏଣୁ ସରକାରୀ ଆର୍ଥିକ ସହାୟତା ଅପେକ୍ଷାରେ ଦୁଇ ଚାଷୀ ରହିଛନ୍ତି।

The post ଦୁଇ ଚାଷୀଙ୍କ ଅମଳ ଧାନଗଦା ଜଳିପୋଡ଼ି ଛାରଖାର appeared first on Dharitri Odia News.