ହସି ହସି ବେଦମ..! ବାର୍ଥ ଡେ କେକ୍ରେ ଲେଖା ଦେଖି ସବୁ ହସିଲେ..ଫଟୋ ଭାଇରାଲ୍..
ଜୋମାଟୋକୁ କୁହାଯାଇଥିଲା ଗୋଟେ କଲା ଗୋଟେ। ତେବେ ସୋସିଆଲ ମିଡିଆରେ ଏମିତି ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଉପଭୋକ୍ତା ଜଣକ ଜୋମାଟୋରେ ଅର୍ଡର କରିଥିବା କେକ୍ରେ ଭୁଲ ନାମ ଲେଖିଥିବା ଦେଖିବାକୁ ମିଳିଛି।
ଜନ୍ମଦିନ ପାର୍ଟିରେ ଟ୍ୱିଷ୍ଟ ଆଣିଲା ଜୋମାଟୋ। ଅର୍ଡର ହୋଇଥିବା କେକ୍ରେ ଲେଖିଲା ଭୁଲ ନାମ। ଜୋମାଟୋକୁ କୁହାଯାଇଥିଲା ଗୋଟେ କଲା ଗୋଟେ। ତେବେ ସୋସିଆଲ ମିଡିଆରେ ଏମିତି ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଉପଭୋକ୍ତା ଜଣକ ଜୋମାଟୋରେ ଅର୍ଡର କରିଥିବା କେକ୍ରେ ଭୁଲ ନାମ ଲେଖିଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଉପଭୋକ୍ତା ଜଣକ ଜୋମାଟୋ ଉପରେ ହାସ୍ୟାତ୍ମକ ଅନ୍ଦାଜରେ ବର୍ଷିଛନ୍ତି। ମୁମ୍ବାଇରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ଗୌରବ ନାମକ ଜଣେ ବ୍ୟକ୍ତି ନିଜ ଏକ୍ସ ପେଜ୍ରେ ଏକ ଫଟୋ ସେୟାର କରିଛନ୍ତି। ଜୋମାଟୋ ଆପ୍କୁ ଜନ୍ମଦିନ କେକ୍ରେ କ’ଣ ଲେଖାଯିବ, ସେନେଇ ସମସ୍ତ ତଥ୍ୟ ଦେଇଥିଲେ ମଧ୍ୟ ଜୋମାଟୋ ଏଥିରେ ବଡ଼ ଭୁଲ କରିଥିବା ଗୌରବ କହିଛନ୍ତି। ଯାହା ଦେଖି ସମସ୍ତେ ହସିହାକୁ ଲାଗିବେ।
ଗୌରବ କେକ୍ ଅର୍ଡର ବେଳେ ଜୋମାଟୋକୁ କହିଥିଲେ ଯେ, ଗୋଟିଏ କ୍ୟାଣ୍ତଲ୍ ଦେବେ..କେକ୍ ଉପରେ ହାପି ବାର୍ଥ ଡେ’ ଇଶା ନଚେତ୍ ଗୋଟେ ବାର୍ଥ ଡେ ସ୍ଟିକର୍ ଲଗାଇଦେବେ। ଆଉ ଯଦି ସମ୍ଭବ ଇଶା ଲେଖିଦେବେ। ଗୌରବ ଲେଖିଥିବା ‘Isha If Possible’ କୁ ଭୁଲ୍ରେ ଜୋମାଟୋ କେକ୍ ଉପରେ ଲେଖି ଅର୍ଡର ପାର୍ସଲ କରିଦେଇଥିଲା। ଯାହା ଗୌରବଙ୍କୁ ଆଶ୍ଟର୍ଯ୍ୟ କରିଥିଲା।
Hi @zomato
Please increase the word limit