ମରଣଯନ୍ତା ପାଲଟିଛି ରିଷିଡ଼ା ପୌରକେଲା ରାସ୍ତା

କର୍ଲାମୁଣ୍ଡା/ରିଷିଡ଼ା,୪ା୭(ପ୍ରଦୀପ କୁମାର ସାହୁ/ସୁଶାନ୍ତ କୁମାର ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ପୌରକେଲା ଗ୍ରାମ୍ୟ ଉନ୍ନୟନ ରାସ୍ତାଟି ମରାମତି ଅଭାବରୁ ଏବେ ମରଣଯନ୍ତା ପାଲଟିଥିବା ଦେଖିବାକୁ ମିଳିଛି। ଏହି ରାସ୍ତାର ଅନେକ ସ୍ଥାନରେ ପିଚୁ ଉଠି ଯାଇ ଖାଲଖମା ସୃଷ୍ଟି ହୋଇଥିବାରୁ ପୌରକେଲାଠାରୁ ରିଷିଡ଼ାକୁ ଯିବା ଆସିବା କରୁଥିବା ଜନସାଧାରଣ ଛାତ୍ରୀଛାତ୍ର ବିପଦର ସମ୍ମୁଖୀନ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେବେ ଉକ୍ତ ରାସ୍ତାର ମରାମତି କରାଯିବାକୁ ପୌରକେଲାର ଜଣେ ସାମାଜିକ କର୍ମୀ ପ୍ରଦୀପ କୁମାର […] The post ମରଣଯନ୍ତା ପାଲଟିଛି ରିଷିଡ଼ା ପୌରକେଲା ରାସ୍ତା appeared first on Dharitri Odia News.

ମରଣଯନ୍ତା ପାଲଟିଛି ରିଷିଡ଼ା ପୌରକେଲା ରାସ୍ତା

କର୍ଲାମୁଣ୍ଡା/ରିଷିଡ଼ା,୪ା୭(ପ୍ରଦୀପ କୁମାର ସାହୁ/ସୁଶାନ୍ତ କୁମାର ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ପୌରକେଲା ଗ୍ରାମ୍ୟ ଉନ୍ନୟନ ରାସ୍ତାଟି ମରାମତି ଅଭାବରୁ ଏବେ ମରଣଯନ୍ତା ପାଲଟିଥିବା ଦେଖିବାକୁ ମିଳିଛି। ଏହି ରାସ୍ତାର ଅନେକ ସ୍ଥାନରେ ପିଚୁ ଉଠି ଯାଇ ଖାଲଖମା ସୃଷ୍ଟି ହୋଇଥିବାରୁ ପୌରକେଲାଠାରୁ ରିଷିଡ଼ାକୁ ଯିବା ଆସିବା କରୁଥିବା ଜନସାଧାରଣ ଛାତ୍ରୀଛାତ୍ର ବିପଦର ସମ୍ମୁଖୀନ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେବେ ଉକ୍ତ ରାସ୍ତାର ମରାମତି କରାଯିବାକୁ ପୌରକେଲାର ଜଣେ ସାମାଜିକ କର୍ମୀ ପ୍ରଦୀପ କୁମାର ବେହେରା ସରକାରଙ୍କ ଜନଶୁଣାଣି ପୋର୍ଟାଲରେ ଜିଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ଏହାକୁ ନେଇ କେସିଙ୍ଗା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୬୯୬ ଗତ ମାର୍ଚ୍ଚ ମାସ ୧୦ ତାରିଖରେ ଉକ୍ତ ରାସ୍ତା ନିର୍ମାଣ ୨୦୨୫-୨୬ରେ କରାଯିବ ବୋଲି ଉଲ୍ଲେଖ କରି ସମ୍ପୃକ୍ତ ବିଭାଗ ହାତ ବାନ୍ଧି ବସିଥିବା ସାମାଜିକ କର୍ମୀ ବେହେରା ଅଭିଯୋଗ କରିଛନ୍ତି। ଏନେଇ ବିଭାଗୀୟ ଯନ୍ତ୍ରୀ ସୋସନ କୁଣ୍ଡୁଲୁଙ୍କୁ ପଚାରିବାରୁ ରାସ୍ତାରେ ନୂଆ ପିଚୁ କାମ ହେବା ନେଇ ଅନୁମୋଦନ ପାଇଁ ପଦକ୍ଷେପ ନିଆଯାଇଛି ଅନୁମୋଦନ ଯେତେ ଶୀଘ୍ର ହେବ ଟେଣ୍ଡର କରାଯାଇ ରାସ୍ତା ନିର୍ମାଣ କରିଯିବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ରିଷିଡ଼ା ପୌରକେଲା ରାସ୍ତାଟି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୨୦୧୮ରେ ଟେଣ୍ଡର ଜରିଆରେ ଜନୈକ ଠିକାଦାରଙ୍କ ଦ୍ୱାରା ରାସ୍ତା ନିର୍ମାଣ କାର୍ଯ୍ୟ ହୋଇଥିଲା।

The post ମରଣଯନ୍ତା ପାଲଟିଛି ରିଷିଡ଼ା ପୌରକେଲା ରାସ୍ତା appeared first on Dharitri Odia News.