ମାଇନିଙ୍ଗ ସ୍କିଲ୍ ଡେଭଲପମେଣ୍ଟ ଟ୍ରେନିଂ ସେଣ୍ଟର୍ ଉଦଘାଟିତ: ଉପକୃତ ହେବେ ସ୍ଥାନୀୟ ଯୁବତୀ-ଯୁବକ
ଥୁଆମୂଳ ରାମପୁର,୩।୧:(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଳକ ଠାରେ ଶନିବାର ଏସସିଏମସି ଏବଂ ସ୍କିଲ୍ ଇନ୍ ଓଡ଼ିଶା ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଡିଏମଏଫ୍ଟି ଯୋଜନାରେ ମାଇନିଙ୍ଗ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ଥୁଆମୂଳ ରାମପୁର ଠାରେ ଉଦଘାଟିତ ହୋଇ ଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ଜିଲାପାଳ ପାୱାର ସଚିନ୍ ପ୍ରକାଶ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି, ଡିଏମଏଫ୍ଟି ଟିମ୍ ଲିଡର ପ୍ରଶାନ୍ତ ମିଶ୍ର, […] The post ମାଇନିଙ୍ଗ ସ୍କିଲ୍ ଡେଭଲପମେଣ୍ଟ ଟ୍ରେନିଂ ସେଣ୍ଟର୍ ଉଦଘାଟିତ: ଉପକୃତ ହେବେ ସ୍ଥାନୀୟ ଯୁବତୀ-ଯୁବକ appeared first on Dharitri Odia News.
ଥୁଆମୂଳ ରାମପୁର,୩।୧:(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଳକ ଠାରେ ଶନିବାର ଏସସିଏମସି ଏବଂ ସ୍କିଲ୍ ଇନ୍ ଓଡ଼ିଶା ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଡିଏମଏଫ୍ଟି ଯୋଜନାରେ ମାଇନିଙ୍ଗ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ଥୁଆମୂଳ ରାମପୁର ଠାରେ ଉଦଘାଟିତ ହୋଇ ଯାଇଛି।
ଏଥିରେ ମୂଖ୍ୟ ଅତିଥି ଭାବେ ଜିଲାପାଳ ପାୱାର ସଚିନ୍ ପ୍ରକାଶ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି, ଡିଏମଏଫ୍ଟି ଟିମ୍ ଲିଡର ପ୍ରଶାନ୍ତ ମିଶ୍ର, ସ୍କିଲ କାଉନସିଲ ମାଇନିଙ୍ଗ ସେଣ୍ଟର୍ ଷ୍ଟେଟ ହେଡ୍ ରାହୁଲ ନାଏକଙ୍କ ସମେତ ଡିଏମଏଫ୍ଟି ର ଇଲେକ୍ଟ୍ରିସିଆନ ଯୋଗଦେଇ ଥିବା ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ନିର୍ଦ୍ଦେଶକ ଟିଟନ୍ ସାହୁଙ୍କ ତତ୍ବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ସେଣ୍ଟର୍ ରେ ପ୍ରଶିକ୍ଷକ ଭାବରେ ଥାବିର ନାଏକ ନିଯୁକ୍ତି ପାଇଛନ୍ତି l
ମାଇନିଙ୍ଗ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ଦ୍ଵାରା ବର୍ତ୍ତମାନ ଭବାନୀପାଟଣାରେ ୬୦ ଜଣ ଯୁବକ ଯୁବତୀ ତାଲିମ ନେଉଥିବା ବେଳେ ଥୁଆମୂଳ ରାମପୁର ଆଦିବାସୀ ଅଧୁଷିତ ଅଞ୍ଚଳରେ ବିଭିନ୍ନ ଖଣି କମ୍ପାନୀ ଦ୍ଵାରା ପ୍ରଭାବିତ ହେଉଥିବା ଅଞ୍ଚଳର ଅଧିକରୁ ଅଧିକ ବେକାର ଯୁବକ ଯୁବତୀଙ୍କୁ ତାଲିମ ଦେବାପାଇଁ କଳାହାଣ୍ଡି ଜିଲାପାଳ ଲକ୍ଷ୍ୟ ରଖିଥିବା ସୂଚନା ମିଳିଛି l ବର୍ତ୍ତମାନ୍ ସୁଧା ୫୦ ରୁ ୫୫ ଜଣ ଯୁବକ ଯୁବତୀ ପଞ୍ଜିକରଣ କରି ତାଲିମ୍ ନେଉଥିବା ସୂଚନା ମିଳିଛି l
ଏଥିରେ ଯୁବକ ମାନେ ଡମ୍ପର ଚଳେଇବା ଓ ଇଲେକ୍ଟ୍ରିକାଲ କାମ ପାଇଁ ତାଲିମ ଦେବାର ବ୍ୟବସ୍ଥା ରହିଛି ବୋଲି ଜିଲ୍ଲାପାଳ ପାୱାର ସଚିନ୍ ପ୍ରକାଶ ସୂଚନା ଦେଇଥିଲେ। ଏହାଦ୍ଵାରା ବ୍ଲକ୍ ର ଅଡ୍ରି, ଗୋପୀନାଥ ପୁର, ମାଲିଗାଁ, ପୋଡ଼ା ପଦର, ତଳ ଆମ୍ବ ପଦର, ସିଲେଟ, କେରପାଇ ଭଳି ୨୪ ଗୋଟି ଗ୍ରାମ ପଞ୍ଚାୟତର ଯୁବକ ଯୁବତୀଙ୍କୁ ତାଲିମ ଦିଆଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।
ତେବେ ହଠାତ୍ ଏଭଳି ତାଲିମ୍ ର ଆବଶ୍ୟକତା କାହିଁକି ପଡିଲା କ’ଣ ବର୍ତ୍ତମାନ୍ ଉକ୍ତ ବ୍ଲକ୍ ରେ ବିଭିନ୍ନ ଖଣି କମ୍ପାନୀ ଆସୁଛି ବୋଲି ଏଭଳି ଯୋଜନା ନା ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଏହା ଏକ ଯୋଜନା ବୋଲି ଜିଲ୍ଲାପାଳଙ୍କୁ ସାମ୍ବାଦିକ ମାନେ ପ୍ରଶ୍ନ ଉଠାଇଥିଲେ , ଯାହାକୁ ଜିଲାପାଳ ହାଲୁକା ଭାବେ ଏଡାଇ ଯାଇଥିଲେ।
The post ମାଇନିଙ୍ଗ ସ୍କିଲ୍ ଡେଭଲପମେଣ୍ଟ ଟ୍ରେନିଂ ସେଣ୍ଟର୍ ଉଦଘାଟିତ: ଉପକୃତ ହେବେ ସ୍ଥାନୀୟ ଯୁବତୀ-ଯୁବକ appeared first on Dharitri Odia News.