ପିଏନ୍‌ବିର ନୂତନ ଏଟିଏମ୍‌ ପଏଣ୍ଟ

ଭୁବନେଶ୍ୱର,୬।୨: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର ନୂତନ ଏଟିଏମ୍‌ ପଏଣ୍ଟ (ପରିସର) କୋଦଳା ମୁଖ୍ୟ ରାସ୍ତାଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ବ୍ରହ୍ମପୁର ମଣ୍ଡଳର ମଣ୍ଡଳ ମୁଖ୍ୟ ଡ. ଆଲୋକ ରଞ୍ଜନ ସେନାପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ପିଏନ୍‌ବି ବ୍ରହ୍ମପୁର ମଣ୍ଡଳର ମୁଖ୍ୟ ପ୍ରବନ୍ଧକ ସୁବ୍ରତ କୁମାର ସେଠୀ, ଶାଖା ପ୍ରବନ୍ଧକ ସନ୍ତୋଷ କୁମାର ପଣ୍ଡିତ, ଉପ-ପ୍ରବନ୍ଧକ ତୋଫାନ ନନ୍ଦଙ୍କ ସମେତ ଶାଖାର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। […] The post ପିଏନ୍‌ବିର ନୂତନ ଏଟିଏମ୍‌ ପଏଣ୍ଟ appeared first on Dharitri Odia News.

ପିଏନ୍‌ବିର ନୂତନ ଏଟିଏମ୍‌ ପଏଣ୍ଟ

ଭୁବନେଶ୍ୱର,୬।୨: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର ନୂତନ ଏଟିଏମ୍‌ ପଏଣ୍ଟ (ପରିସର) କୋଦଳା ମୁଖ୍ୟ ରାସ୍ତାଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ବ୍ରହ୍ମପୁର ମଣ୍ଡଳର ମଣ୍ଡଳ ମୁଖ୍ୟ ଡ. ଆଲୋକ ରଞ୍ଜନ ସେନାପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ପିଏନ୍‌ବି ବ୍ରହ୍ମପୁର ମଣ୍ଡଳର ମୁଖ୍ୟ ପ୍ରବନ୍ଧକ ସୁବ୍ରତ କୁମାର ସେଠୀ, ଶାଖା ପ୍ରବନ୍ଧକ ସନ୍ତୋଷ କୁମାର ପଣ୍ଡିତ, ଉପ-ପ୍ରବନ୍ଧକ ତୋଫାନ ନନ୍ଦଙ୍କ ସମେତ ଶାଖାର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଅପରପକ୍ଷରେ ଡ. ସେନାପତି ବ୍ୟାଙ୍କର ଡିଜିଟାଲ ଉପତ୍ାଦ, ଅନ୍‌ଲାଇନ୍‌ ଋଣ ସୁବିଧା ଏବଂ ଗ୍ରାହକମାନଙ୍କ ପାଇଁ ବ୍ୟାଙ୍କିଙ୍ଗ୍‌ ସେବାକୁ ସହଜ କରିବାର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ପରିଶେଷରେ ଶାଖା ପ୍ରବନ୍ଧକ ସନ୍ତୋଷ କୁମାର ପଣ୍ଡିତ ଉପସ୍ଥିତ ଗ୍ରାହକ ଓ ବରିଷ୍ଠ ଅଧିକାରୀମାନଙ୍କୁ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

The post ପିଏନ୍‌ବିର ନୂତନ ଏଟିଏମ୍‌ ପଏଣ୍ଟ appeared first on Dharitri Odia News.