ଓ୍ବାୟନାଡ ଗଲା ବ୍ରହ୍ମପୁରର ସନ୍ଧାନୀ କୁକୁର ‘ଷ୍ଟର୍ମ’

ବ୍ରହ୍ମପୁର,୪ା୮: କେରଳର ଓ୍ବାୟନାଡରେ ଭୂସ୍ଖଳନ ପରେ ମାଟିତଳୁ ଚାଲିଛି ଜୀବନ ଖୋଜା। ଭୂ-ସ୍ଖଳନର ମହାବିପର୍ଯ୍ୟୟରେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଏହି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ବ୍ରହ୍ମପୁର ପୋଲିସର ସନ୍ଧାନୀ କୁକୁର ‘ଷ୍ଟର୍ମ’କେରଳ ଯାଇଛି। ଷ୍ଟର୍ମ ସହିତ ୪ ଜଣ ଅଧିକାରୀ ମଧ୍ୟ ଓ୍ବାୟନାଡ ଯାଇଥିବା ବ୍ରହ୍ମପୁର ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ‘ଷ୍ଟର୍ମ’ ହେଉଛି ବ୍ରହ୍ମପୁର ପୋଲିସର ଏକମାତ୍ର କୁକୁର ଯିଏ ସନ୍ଧାନ ଓ […] The post ଓ୍ବାୟନାଡ ଗଲା ବ୍ରହ୍ମପୁରର ସନ୍ଧାନୀ କୁକୁର ‘ଷ୍ଟର୍ମ’ appeared first on Dharitri Odia News.

ଓ୍ବାୟନାଡ ଗଲା ବ୍ରହ୍ମପୁରର ସନ୍ଧାନୀ କୁକୁର ‘ଷ୍ଟର୍ମ’

ବ୍ରହ୍ମପୁର,୪ା୮: କେରଳର ଓ୍ବାୟନାଡରେ ଭୂସ୍ଖଳନ ପରେ ମାଟିତଳୁ ଚାଲିଛି ଜୀବନ ଖୋଜା। ଭୂ-ସ୍ଖଳନର ମହାବିପର୍ଯ୍ୟୟରେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଏହି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ବ୍ରହ୍ମପୁର ପୋଲିସର ସନ୍ଧାନୀ କୁକୁର ‘ଷ୍ଟର୍ମ’କେରଳ ଯାଇଛି। ଷ୍ଟର୍ମ ସହିତ ୪ ଜଣ ଅଧିକାରୀ ମଧ୍ୟ ଓ୍ବାୟନାଡ ଯାଇଥିବା ବ୍ରହ୍ମପୁର ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
‘ଷ୍ଟର୍ମ’ ହେଉଛି ବ୍ରହ୍ମପୁର ପୋଲିସର ଏକମାତ୍ର କୁକୁର ଯିଏ ସନ୍ଧାନ ଓ ଉଦ୍ଧାର କରିବାର ଟ୍ରେନିଂ ନେଇଛି। ‘ଷ୍ଟର୍ମ’ ସହିତ ଜଣେ ଏସ୍‌ଆଇ, ଦୁଇ ଏଏସ୍‌ଆଇ, ଟ୍ରେନର ଓ ଅନ୍ୟଜଣେ କର୍ମଚାରୀ ଯାଇଥିବା ସୂଚନା ମିଳିଛି। ଓଡ଼ିଶା ପୋଲିସର ଏକ କୁକୁର ସେଠାକୁ ଯାଇ ଉଦ୍ଧାର କାର୍ଯ୍ୟରେ ସାମିଲ ହେବ। ପୋଲିସର କୁକୁର କେବଳ ସନ୍ଧାନ ପାଇଁ ଟ୍ରେନିଂ ନେଇଥିବା ବେଳେ ଷ୍ଟର୍ମ ଉଦ୍ଧାର କାର୍ଯ୍ୟର ପ୍ରଶିକ୍ଷଣ ନେଇଛି। ତେଣୁ ଷ୍ଟର୍ମକୁ ଏଥିପାଇଁ ଚୟନ କରାଯାଇଛି।

The post ଓ୍ବାୟନାଡ ଗଲା ବ୍ରହ୍ମପୁରର ସନ୍ଧାନୀ କୁକୁର ‘ଷ୍ଟର୍ମ’ appeared first on Dharitri Odia News.