ହ୍ରାସ ହେଲା ସୁନା ମୂଲ୍ୟ, ରୂପା ବି ହେଲା ଶସ୍ତା, ଜାଣନ୍ତୁ କେତେ?
ନୂଆଦିଲ୍ଲୀ ୨୨।୩: ରେକର୍ଡ ଉଚ୍ଚସ୍ତରକୁ ଛୁଇଁବା ପରେ ସୁନା ଦରରେ ଶୁକ୍ରବାର ହ୍ରାସ ଦେଖାଯାଇଛି। କେବଳ ସୁନା ନୁହେଁ ରୂପା ଦର ମଧ୍ୟ ତଳକୁ ଆସିଛି। ସ୍ୱର୍ଣ୍ଣାଳଙ୍କାର ବଜାରରେ ଶୁକ୍ରବାର ସୁନା ରୂପା ଦର ଆକାଶରୁ ତଳକୁ ଓହ୍ଲାଇଛି। ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନାଦର ଗୁରୁବାର କାରବାର ବନ୍ଦ ବେଳର ଦରଠାରୁ ଶୁକ୍ରବାର ୬୬୯ଟଙ୍କା ଶସ୍ତା ହୋଇ ୬୬,୨୪୫ଟଙ୍କାରେ କାରବାର କରୁଛି। ଗୁରୁବାର ଏହି ଦର ୬୬,୯୬୮ ଟଙ୍କା ଥିଲା। ଯାହାକୁ ସୁନା ଦରର ସର୍ବକାଳୀନ ଉଚ୍ଚତମ ସ୍ତର ବୋଲି କୁହାଯାଇଥିଲା। ତେବେ ଗୁରୁବାର ବଜାରରେ ରୂପା କେଜି ପିଛା ଦର ୭୫,୪୪୮ ଟଙ୍କାରୁ ଆରମ୍ଭ ହୋଇ ୭୫,୦୪୫ ଟଙ୍କାରେ ବନ୍ଦ ହୋଇଥିଲା। ତେବେ ଶୁକ୍ରବାର ରୂପା ଦରରେ ୧,୨୫୮ ଟଙ୍କା ହ୍ରାସ ଦେଖାଯାଇଛି। କେବଳ ଚଳିତ ମାସରେ ସୁନା ଦର ୫ ଥର ତଳ ଉପର ହେଲାଣି। ପ୍ରତି ଥର ସୁନା ଦରରେ ଉଚ୍ଚତମ ସ୍ତରକୁ ପହଞ୍ଚି ପୁଣି ତଳକୁ ଓହ୍ଲାଇଛି। ମାର୍ଚ୍ଚ ୫ ତାରିଖ ଦିନ ୨୪ କ୍ୟାରେଟ ସୁନା ପ୍ରତି ୧୦ଗ୍ରାମ ପ୍ରଥମ ଥର ୬୪,୫୯୮ ଟଙ୍କାକୁ ପହଞ୍ଚିଥିଲା। ସର୍ବକାଳୀନ ଉଚ୍ଚତମ ସ୍ତରକୁ ପହଞ୍ଚିବା ପରେ ମଧ୍ୟ ସୁନା ଦର ଖସି ନଥିଲା। ଦୁଇ ଦିନ ପରେ ଅର୍ଥାତ ମାର୍ଚ୍ଚ ୭ ତାରିଖ ଦିନ ପ୍ରତି ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୬୫,୦୪୯ ଟଙ୍କାକୁ ପହଞ୍ଚି ଯାଇଥିଲା। ଏହା ପରେ ୧୧ ମାର୍ଚ୍ଚ ପୁଣି ଥରେ ସୁନା ଦର ଶିଖରକୁ ଛୁଇଁବା ପରେ ମାର୍ଚ୍ଚ ୨୨ ତାରିଖରେ ୬୬,୯୬୮ ଟଙ୍କା ସ୍ତରକୁ
ନୂଆଦିଲ୍ଲୀ ୨୨।୩: ରେକର୍ଡ ଉଚ୍ଚସ୍ତରକୁ ଛୁଇଁବା ପରେ ସୁନା ଦରରେ ଶୁକ୍ରବାର ହ୍ରାସ ଦେଖାଯାଇଛି। କେବଳ ସୁନା ନୁହେଁ ରୂପା ଦର ମଧ୍ୟ ତଳକୁ ଆସିଛି। ସ୍ୱର୍ଣ୍ଣାଳଙ୍କାର ବଜାରରେ ଶୁକ୍ରବାର ସୁନା ରୂପା ଦର ଆକାଶରୁ ତଳକୁ ଓହ୍ଲାଇଛି। ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନାଦର ଗୁରୁବାର କାରବାର ବନ୍ଦ ବେଳର ଦରଠାରୁ ଶୁକ୍ରବାର ୬୬୯ଟଙ୍କା ଶସ୍ତା ହୋଇ ୬୬,୨୪୫ଟଙ୍କାରେ କାରବାର କରୁଛି। ଗୁରୁବାର ଏହି ଦର ୬୬,୯୬୮ ଟଙ୍କା ଥିଲା। ଯାହାକୁ ସୁନା ଦରର ସର୍ବକାଳୀନ ଉଚ୍ଚତମ ସ୍ତର ବୋଲି କୁହାଯାଇଥିଲା।
ତେବେ ଗୁରୁବାର ବଜାରରେ ରୂପା କେଜି ପିଛା ଦର ୭୫,୪୪୮ ଟଙ୍କାରୁ ଆରମ୍ଭ ହୋଇ ୭୫,୦୪୫ ଟଙ୍କାରେ ବନ୍ଦ ହୋଇଥିଲା। ତେବେ ଶୁକ୍ରବାର ରୂପା ଦରରେ ୧,୨୫୮ ଟଙ୍କା ହ୍ରାସ ଦେଖାଯାଇଛି। କେବଳ ଚଳିତ ମାସରେ ସୁନା ଦର ୫ ଥର ତଳ ଉପର ହେଲାଣି। ପ୍ରତି ଥର ସୁନା ଦରରେ ଉଚ୍ଚତମ ସ୍ତରକୁ ପହଞ୍ଚି ପୁଣି ତଳକୁ ଓହ୍ଲାଇଛି। ମାର୍ଚ୍ଚ ୫ ତାରିଖ ଦିନ ୨୪ କ୍ୟାରେଟ ସୁନା ପ୍ରତି ୧୦ଗ୍ରାମ ପ୍ରଥମ ଥର ୬୪,୫୯୮ ଟଙ୍କାକୁ ପହଞ୍ଚିଥିଲା।

ସର୍ବକାଳୀନ ଉଚ୍ଚତମ ସ୍ତରକୁ ପହଞ୍ଚିବା ପରେ ମଧ୍ୟ ସୁନା ଦର ଖସି ନଥିଲା। ଦୁଇ ଦିନ ପରେ ଅର୍ଥାତ ମାର୍ଚ୍ଚ ୭ ତାରିଖ ଦିନ ପ୍ରତି ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୬୫,୦୪୯ ଟଙ୍କାକୁ ପହଞ୍ଚି ଯାଇଥିଲା। ଏହା ପରେ ୧୧ ମାର୍ଚ୍ଚ ପୁଣି ଥରେ ସୁନା ଦର ଶିଖରକୁ ଛୁଇଁବା ପରେ ମାର୍ଚ୍ଚ ୨୨ ତାରିଖରେ ୬୬,୯୬୮ ଟଙ୍କା ସ୍ତରକୁ ଛୁଇଁଥିଲା। ସୁନା ଓ ରୂପାର ଏହି ଦର ଇଣ୍ଡିଆନ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ (ଆଇବିଜେଏ) ଦ୍ୱାରା ଜାରି କରାଯାଉଛି।
ଆଇବିଜେଏଙ୍କ ଏହି ଦରରେ ମେକିଂ ଚାର୍ଜ ଓ ଜିଏସଟି ସାମିଲ ନୁହେଁ। ଆଇବିଜେଏ ୧୦୪ ବର୍ଷ ପୁରୁଣା ସଂଘ। ଏହି ସଂସ୍ଥା ଦିନରେ ଦୁଇଥର ଅର୍ଥାତ ମଧ୍ୟାହ୍ନ ଓ ସନ୍ଧ୍ୟାରେ ସୁନାର ନୂଆ ଦର ଜାରି କରିଥାନ୍ତି। ଏହି ଦର କେନ୍ଦ୍ର ଅର୍ଥମନ୍ତ୍ରାଳୟ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ଅଧିସୂଚନା ଅନୁସାରେ ବେଞ୍ଚ ମାର୍କ ଦର ଅଟେ। ୨୯ଟି ରାଜ୍ୟରେ ଆଇବିଜେଏର କାର୍ଯ୍ୟାଳୟ ରହିଛି ଓ ଏହା ସରକାରୀ ସଂସ୍ଥାଙ୍କ ଅଂଶ ଅଟେ।