ଆସିଗଲା ‘ପଞ୍ଚାୟତ ୩’ର ରିଲିଜ୍ ଡେଟ୍, ଜାନୁଆରୀରେ ଏହି ତାରିଖରେ ହେବ ଷ୍ଟ୍ରିମିଂ
ମୁମ୍ବାଇ: ଆମାଜନ ପ୍ରାଇମରେ ପ୍ରସାରିତ 'ପଞ୍ଚାୟତ' ଓ୍ଵେବସିରିଜ୍କୁ ଦର୍ଶକ ବେଶ ପସନ୍ଦ କରିଥିଲେ। ଏହା ଏମିତି ଏକ ସିରିଜ୍ ଯାହାର ପରବର୍ତ୍ତୀ ସିଜିନକୁ ସମସ୍ତେ ଅପେକ୍ଷା ରହି ରହିଛନ୍ତି। ଯେବେ ବି ପ୍ରାଇମ୍ ଭିଡିଓ ପକ୍ଷରୁ କିଛି ପୋଷ୍ଟ କରାଯାଏ ତେବେ ପଞ୍ଚାୟତ ଓ ମିର୍ଜାପୁରକୁ ନେଇ ୟୁଜର୍ସ ଅଧିକ ପ୍ରଶ୍ନ କରିଥାନ୍ତି ଯେ କେବେ ଏହି ଓ୍ଵେବ୍ ସିରିଜ୍ ରିଲିଜ୍ ହେବ। କିଛି ଦିନ ପୂର୍ବେ ଓ୍ଵେବ୍ ସିରିଜ୍ର ଦୁଇଟି ପୋଷ୍ଟର ସେୟାର କରାଯାଇଥିଲା। ଯେଉଁଥିରେ ଜିତେନ୍ଦ୍ର କୁମାରଙ୍କ ପ୍ରଥମ ଲୁକ୍ ରିଲିଜ୍ କରାଯାଇଥିଲା। ସେହି ସମୟରେ ସୂଚନା ଦିଆଯାଇ ନ ଥିଲା ଯେ, ଏହି ବହୁପ୍ରତୀକ୍ଷିତ ଓ୍ଵେବସିରିଜ୍ କେବେ ଷ୍ଟ୍ରିମିଂ ହେବ। ତେବେ ପ୍ରଶଂସକ ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। କାରଣ ଚଳିତ ମାସରେ 'ପଞ୍ଚାୟତ' ଷ୍ଟ୍ରିମିଂ ହେବାକୁ ଯାଉଛି। livehindustan.com ୨୦୨୪ର ଆରମ୍ଭ ଧମାକାଦାର ହେବାକୁ ଯାଉଛି। ଜାନୁଆରୀ ୧୫ରେ 'ପଞ୍ଚାୟତ ୩' ରିଲିଜ୍ ହେବ। ପ୍ରାଇମ ଭିଡିଓ ଇଣ୍ଡିଆର ସୋସିଆଲ ମିଡିଆ ଆକାଉଣ୍ଟରେ ଏ ସଂପର୍କରେ କୌଣସି ସୂଚନା ଦିଆଯାଇ ନ ଥିଲେ ହେଁ ପ୍ରାଇମ ଭିଡିଓ ଇଣ୍ଡୋନେସିଆରେ ପଞ୍ଚାୟତ ୩ର ରିଲିଜ୍ ତାରିଖ ଘୋଷଣା କରାଯାଇଛି। livehindustan.com ଏହା ପୂର୍ବରୁ ପଞ୍ଚାୟତ ୩ର ଦୁଇଟି ପୋଷ୍ଟର ସେୟାର କରାଯାଇଥିଲା। ଗୋଟିଏ ପୋଷ୍ଟରରେ ପଞ୍ଚାୟତ ସଚିବ ଚରିତ୍ରରେ ଅଭିନୟ କରୁଥିବା ଜିତେନ୍ଦ୍ର କୁମାରଙ୍କୁ
ମୁମ୍ବାଇ: ଆମାଜନ ପ୍ରାଇମରେ ପ୍ରସାରିତ 'ପଞ୍ଚାୟତ' ଓ୍ଵେବସିରିଜ୍କୁ ଦର୍ଶକ ବେଶ ପସନ୍ଦ କରିଥିଲେ। ଏହା ଏମିତି ଏକ ସିରିଜ୍ ଯାହାର ପରବର୍ତ୍ତୀ ସିଜିନକୁ ସମସ୍ତେ ଅପେକ୍ଷା ରହି ରହିଛନ୍ତି। ଯେବେ ବି ପ୍ରାଇମ୍ ଭିଡିଓ ପକ୍ଷରୁ କିଛି ପୋଷ୍ଟ କରାଯାଏ ତେବେ ପଞ୍ଚାୟତ ଓ ମିର୍ଜାପୁରକୁ ନେଇ ୟୁଜର୍ସ ଅଧିକ ପ୍ରଶ୍ନ କରିଥାନ୍ତି ଯେ କେବେ ଏହି ଓ୍ଵେବ୍ ସିରିଜ୍ ରିଲିଜ୍ ହେବ। କିଛି ଦିନ ପୂର୍ବେ ଓ୍ଵେବ୍ ସିରିଜ୍ର ଦୁଇଟି ପୋଷ୍ଟର ସେୟାର କରାଯାଇଥିଲା। ଯେଉଁଥିରେ ଜିତେନ୍ଦ୍ର କୁମାରଙ୍କ ପ୍ରଥମ ଲୁକ୍ ରିଲିଜ୍ କରାଯାଇଥିଲା। ସେହି ସମୟରେ ସୂଚନା ଦିଆଯାଇ ନ ଥିଲା ଯେ, ଏହି ବହୁପ୍ରତୀକ୍ଷିତ ଓ୍ଵେବସିରିଜ୍ କେବେ ଷ୍ଟ୍ରିମିଂ ହେବ। ତେବେ ପ୍ରଶଂସକ ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। କାରଣ ଚଳିତ ମାସରେ 'ପଞ୍ଚାୟତ' ଷ୍ଟ୍ରିମିଂ ହେବାକୁ ଯାଉଛି।

୨୦୨୪ର ଆରମ୍ଭ ଧମାକାଦାର ହେବାକୁ ଯାଉଛି। ଜାନୁଆରୀ ୧୫ରେ 'ପଞ୍ଚାୟତ ୩' ରିଲିଜ୍ ହେବ। ପ୍ରାଇମ ଭିଡିଓ ଇଣ୍ଡିଆର ସୋସିଆଲ ମିଡିଆ ଆକାଉଣ୍ଟରେ ଏ ସଂପର୍କରେ କୌଣସି ସୂଚନା ଦିଆଯାଇ ନ ଥିଲେ ହେଁ ପ୍ରାଇମ ଭିଡିଓ ଇଣ୍ଡୋନେସିଆରେ ପଞ୍ଚାୟତ ୩ର ରିଲିଜ୍ ତାରିଖ ଘୋଷଣା କରାଯାଇଛି।

ଏହା ପୂର୍ବରୁ ପଞ୍ଚାୟତ ୩ର ଦୁଇଟି ପୋଷ୍ଟର ସେୟାର କରାଯାଇଥିଲା। ଗୋଟିଏ ପୋଷ୍ଟରରେ ପଞ୍ଚାୟତ ସଚିବ ଚରିତ୍ରରେ ଅଭିନୟ କରୁଥିବା ଜିତେନ୍ଦ୍ର କୁମାରଙ୍କୁ ଦେଖିବାକୁ ମିଳିଥିଲା। ସେଥିରେ ସେ ମୋଟର ସାଇକେଲ୍ରେ ବସିଥିବା ଏବଂ କାନ୍ଧରେ ବ୍ୟାଗ ଧରିଥିବା ଦେଖା ଯାଇଛି। ଫଟୋରୁ ଲାଗୁଛି ଯେ, ସେ ଫୁଲେରା ଗାଁ ଛାଡ଼ି ଚାଲି ଯାଉଛନ୍ତି। ଅନ୍ୟ ଫଟୋରେ ଦୁର୍ଗେଶ କୁମାର, ଅଶୋକ ପାଠକ ଓ ବୁଲୁ କୁମାର ବେଞ୍ଚରେ ବସିଛନ୍ତି। ତାଙ୍କ ପଛରେ ଲେଖା ହୋଇଛି 'ଠୋକର ଲଗତି ହେ ତୋ ଦର୍ଦ ହୋତା ହେ, ତଭି ତୋ ମନୁଷ୍ୟ ଶିଖ ପାତା ହେ'।
The post ଆସିଗଲା ‘ପଞ୍ଚାୟତ ୩’ର ରିଲିଜ୍ ଡେଟ୍, ଜାନୁଆରୀରେ ଏହି ତାରିଖରେ ହେବ ଷ୍ଟ୍ରିମିଂ appeared first on Prameya News7.