ଖଜା ବ୍ୟବସାୟୀ ହରିହର ସାହୁ ହତ୍ୟାକାଣ୍ଡ : ବାପ-ପୁଅଙ୍କ ସମେତ ୯ ଅଭିଯୁକ୍ତ ଗିରଫ
ପୁରୀ ୨୧।୮: ପୁରୀ ଟାଉନ ଥାନା ଅନ୍ତର୍ଗତ ରାଧା ଗୋବିନ୍ଦ ଲେନ୍ ରେ ଖଜା ବ୍ୟବସାୟୀ ହରିହର ସାହୁ ହତ୍ୟାକାଣ୍ଡ ଘଟଣାରେ ପୋଲିସ ବାପା-ପୁଅଙ୍କ ସମେତ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁଇ ଜଣ ଅଭିଯୁକ୍ତ ଏବେ ବି ଫେରାର ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଖଜା ବ୍ୟବସାୟକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଗୋଟିଏ ଖଣ୍ଡା, ଦୁଇଟି କଟୁରୀ ଏବଂ ଗୋଟିଏ ଭୁଜାଲି ପୋଲିସ ଜବତ କରିଛି । ହତ୍ୟାକାଣ୍ଡରେ ଗିରଫ ହୋଇଥିବା ଅଭିଯୁକ୍ତ ବାପ-ପୁଅ ହେଲେ ରାଧା ଗୋବିନ୍ଦ ଲେନ୍ ର ବିଜୟ ଖୁଣ୍ଟିଆ ଓ ରାକେଶ କୁମାର ଖୁଣ୍ଟିଆ । ସେହିପରି ୭ ଜଣ ନାବାଳକ ମଧ୍ୟ ଏହି ହତ୍ୟାକାଣ୍ଡ ଘଟଣାରେ ସାମିଲ ଅଛନ୍ତି । ଗତ ୮ ତାରିଖରେ ଖଜା ବ୍ୟବସାୟକୁ କେନ୍ଦ୍ରକରି ରାଧା ଗୋବିନ୍ଦ ଲେନ୍ରେ ଯୁବ ଖଜା ବ୍ୟବସାୟୀ ଦିନେଶ ଖୁଣ୍ଟିଆଙ୍କୁ ପ୍ରଦୀପ ସାହୁ ଓ ତା'ର ସହଯୋଗୀ ମାନେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ପୋଲିସ ଏହି ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଏହି ଘଟଣାକୁ କେନ୍ଦ୍ରକରି ମୃତ ଦିନେଶ ଖୁଣ୍ଟିଆର ବଡ଼ ଭାଇ ଓ ବାପା ପ୍ରତିଶୋଧ ପରାୟଣ ହୋଇ ଗତ ୧୯ ତାରିଖ ଶୁକ୍ରବାର ସନ୍ଧ୍ୟାରେ ଅଭିଯୁକ୍ତ ପ୍ରଦୀପ ସାହୁଙ୍କ ବାପା ହରିହର ସାହୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ସିଟି ଡିଏସପି ପ୍ରଶାନ୍ତ ସାହୁଙ୍କ ତତ୍ତ
ପୁରୀ ୨୧।୮: ପୁରୀ ଟାଉନ ଥାନା ଅନ୍ତର୍ଗତ ରାଧା ଗୋବିନ୍ଦ ଲେନ୍ ରେ ଖଜା ବ୍ୟବସାୟୀ ହରିହର ସାହୁ ହତ୍ୟାକାଣ୍ଡ ଘଟଣାରେ ପୋଲିସ ବାପା-ପୁଅଙ୍କ ସମେତ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁଇ ଜଣ ଅଭିଯୁକ୍ତ ଏବେ ବି ଫେରାର ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଖଜା ବ୍ୟବସାୟକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଗୋଟିଏ ଖଣ୍ଡା, ଦୁଇଟି କଟୁରୀ ଏବଂ ଗୋଟିଏ ଭୁଜାଲି ପୋଲିସ ଜବତ କରିଛି । ହତ୍ୟାକାଣ୍ଡରେ ଗିରଫ ହୋଇଥିବା ଅଭିଯୁକ୍ତ ବାପ-ପୁଅ ହେଲେ ରାଧା ଗୋବିନ୍ଦ ଲେନ୍ ର ବିଜୟ ଖୁଣ୍ଟିଆ ଓ ରାକେଶ କୁମାର ଖୁଣ୍ଟିଆ । ସେହିପରି ୭ ଜଣ ନାବାଳକ ମଧ୍ୟ ଏହି ହତ୍ୟାକାଣ୍ଡ ଘଟଣାରେ ସାମିଲ ଅଛନ୍ତି ।
ଗତ ୮ ତାରିଖରେ ଖଜା ବ୍ୟବସାୟକୁ କେନ୍ଦ୍ରକରି ରାଧା ଗୋବିନ୍ଦ ଲେନ୍ରେ ଯୁବ ଖଜା ବ୍ୟବସାୟୀ ଦିନେଶ ଖୁଣ୍ଟିଆଙ୍କୁ ପ୍ରଦୀପ ସାହୁ ଓ ତା'ର ସହଯୋଗୀ ମାନେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ପୋଲିସ ଏହି ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଏହି ଘଟଣାକୁ କେନ୍ଦ୍ରକରି ମୃତ ଦିନେଶ ଖୁଣ୍ଟିଆର ବଡ଼ ଭାଇ ଓ ବାପା ପ୍ରତିଶୋଧ ପରାୟଣ ହୋଇ ଗତ ୧୯ ତାରିଖ ଶୁକ୍ରବାର ସନ୍ଧ୍ୟାରେ ଅଭିଯୁକ୍ତ ପ୍ରଦୀପ ସାହୁଙ୍କ ବାପା ହରିହର ସାହୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ସିଟି ଡିଏସପି ପ୍ରଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ପୋଲିସ ଏହି ଘଟଣାରେ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଖୁବଶୀଘ୍ର ଅନ୍ୟ ଦୁଇ ନାବାଳକ ଅଭିଯୁକ୍ତଙ୍କୁ ଗିରଫ କରିବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ଏସପି ।
You Can Read:
ହରିଶଙ୍କରରେ ଉଛୁଲିଲା ଝରଣା ପାଣି, ଭୟରେ ଦୌଡିଲେ ଗାଧୋଉଥିବା ପର୍ଯ୍ୟଟକ