ଆଲୁମିନା ପାଉଡର ଭର୍ତ୍ତି ବୋଲେରୋ ଜବତ, ଧରାପଡିଲେ ୨ ଅଭିଯୁକ୍ତ
ଲାଞ୍ଜିଗଡ଼,୧ା୨(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ ପୋଲିସ ଚମ୍ପାଦେଈପୁର ପଞ୍ଚାୟତ ଚନ୍ଦନପୁର ଗ୍ରାମ ନିକଟରୁ ଆଲୁମିନା ପାଉଡର ଚୋରି କରୁଥିବା ବେଳେ ବଲାଙ୍ଗୀର ଜିଲା ମାଳିଶିରାକ୍ର ରଞ୍ଜିତ ଘିଭେଲା (୨୪) ଏବଂ ରାୟଗଡା ଜିଲା ଜେକେପୁରର ଚନ୍ଦ୍ର କୌଶଲ୍ୟI (୪୩)ଙ୍କୁ ଗିରଫ କରିବା ସହିତ ତାଙ୍କଠାରୁ ୨୧୪୭କିଲୋ ଆଲୁମିନା ପାଉଡର ଭର୍ତ୍ତି ବୋଲେରୋ ପିକ୍ଅପ ଜବତ କରିଛି। ପଚରାଉଚୁରା ପରେ ଶନିବାର ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ ଯେ, ଗତମାସ ୮ ତାରିଖ ରାତିରେ ଲାଞ୍ଜିଗଡ଼ […] The post ଆଲୁମିନା ପାଉଡର ଭର୍ତ୍ତି ବୋଲେରୋ ଜବତ, ଧରାପଡିଲେ ୨ ଅଭିଯୁକ୍ତ appeared first on Dharitri Odia News.
ଲାଞ୍ଜିଗଡ଼,୧ା୨(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ ପୋଲିସ ଚମ୍ପାଦେଈପୁର ପଞ୍ଚାୟତ ଚନ୍ଦନପୁର ଗ୍ରାମ ନିକଟରୁ ଆଲୁମିନା ପାଉଡର ଚୋରି କରୁଥିବା ବେଳେ ବଲାଙ୍ଗୀର ଜିଲା ମାଳିଶିରାକ୍ର ରଞ୍ଜିତ ଘିଭେଲା (୨୪) ଏବଂ ରାୟଗଡା ଜିଲା ଜେକେପୁରର ଚନ୍ଦ୍ର କୌଶଲ୍ୟI (୪୩)ଙ୍କୁ ଗିରଫ କରିବା ସହିତ ତାଙ୍କଠାରୁ ୨୧୪୭କିଲୋ ଆଲୁମିନା ପାଉଡର ଭର୍ତ୍ତି ବୋଲେରୋ ପିକ୍ଅପ ଜବତ କରିଛି।
ପଚରାଉଚୁରା ପରେ ଶନିବାର ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ ଯେ, ଗତମାସ ୮ ତାରିଖ ରାତିରେ ଲାଞ୍ଜିଗଡ଼ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଆଲୁମିନା ପାଉଡର ଚୋରା ଚାଲାଣ ହେଉଥିବା ଖବର ପାଇ ଏସ୍ଆଇ ବଳଭଦ୍ର ଗୌଡ ପୋଲିସ ବଳ ସହିତ ଚନ୍ଦନପୁର ଗ୍ରାମ ପାଖରେ ପହଞ୍ଚି ଥିଲେ। ସେଠାରୁ ଚମ୍ପାଦେଇପୁର ଗ୍ରାମର ହଳଧର ସାହୁ ଏବଂ ଖମନଖୁଣ୍ଟି ଗ୍ରାମର ବଇଲା କନ୍ଧପାଣିଙ୍କୁ କାବୁ କରିବା ସହିତ ୫ ଟନ ୮ କୁଇଣ୍ଟାଲ ଆଲୁମିନା ପାଉଡର ଲୋଡ ହୋଇଥିବା ୨ ଟ୍ରାକ୍ଟର, ୨ ବୋଲେରୋ ପିକଅପ ସମେତ କାର୍ ଓ ନଗଦ ୫୦ ହଜାର ଜବତ କରିଥିଲେ। ଏନେଇ ଲାଞ୍ଜିଗଡ଼ ଥାନାରେ ଏକ ମାମଲା (ନଂ.୧/୨୫) ରୁଜୁ ହୋଇଥିବା ଥାନାଧିକାରୀ ଜିତେନ୍ଦ୍ର ବିଶାଳଠାରୁ ସୂଚନା ମିଳିଛି।
The post ଆଲୁମିନା ପାଉଡର ଭର୍ତ୍ତି ବୋଲେରୋ ଜବତ, ଧରାପଡିଲେ ୨ ଅଭିଯୁକ୍ତ appeared first on Dharitri Odia News.