ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼, ନାରାବାଜି କଲେ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ

ଭୁବନେଶ୍ବର ୨୧।୬: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ହୋଇଛି । କଂଗ୍ରେସ ଭବନରେ କାଳିମାଡ଼ କଲେ କଂଗ୍ରେସ କର୍ମୀ । କିଛି ଅସନ୍ତୁଷ୍ଟ କଂଗ୍ରେସ କର୍ମୀ କାଳିମାଡ଼ କରିଥିବା ସୂଚନା ରହିଛି । ନିର୍ବାଚନ ପରିଚାଳନାରେ ଅନିୟମିତତା ଅଭିଯୋଗ ଆଣି କିଛି କର୍ମୀ ଶରତ ପଟ୍ଟନାୟକଙ୍କୁ କାଳିମାଡ଼ କରିଥିବା ଜଣାପଡିଛି । ପିସିସି ସଭାପତିଙ୍କ ବିରୋଧରେ କର୍ମୀମାନେ ନାରାବାଜି ମଧ୍ୟ କରୁଥିବା ଦେଖିବାକୁ ମିଳିଛି । ସେପଟେ ଏନେଇ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏହା ମୋ ପାଇଁ ନୂଆ ନୁହେଁ, ମୁଁ ଦବିଯିବିନି । ପୂର୍ବଥର ପିସିସି ସଭାପତି ଥିବା ବେଳେ ଅଣ୍ଡା, ପଥର ମାଡ଼ ହୋଇଥିଲା । ଏସବୁ ନେଇ ମୁଁ ବ୍ୟଥିତ ନୁହେଁ କି ଦବି ଯିବାର ପ୍ରଶ୍ନ ଉଠୁନି । କାହା ଦ୍ବାରା ପ୍ରରୋଚିତ ଦୁର୍ବୃତ୍ତ ଏମିତି କରିଛନ୍ତି । କଂଗ୍ରେସ ଉତ୍‌ଥାନ କରୁଥିବା ଦେଖି କିଛି ଅହଂକାରୀ ଏଭଳି କରୁଥିବେ । ଏମିତି କେତେ ଆସିଛନ୍ତି ଯାଇଛନ୍ତି, ସେସବୁ ଖାତିର କରେନି । କଂଗ୍ରେସକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଶକ୍ତିକୁ ବରଦାସ୍ତ କରିବୁନି ବୋଲି ଶରତ କହିଛନ୍ତି ।You Can Read :ଗୋପାଳପୁରରେ ଯୋଗ ଦିବସ ପାଳିତ, ସାମିଲ ହେଲେ ମନ୍ତ୍ରୀ ଏବଂ ବିଧାୟକ

ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼, ନାରାବାଜି କଲେ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ

ଭୁବନେଶ୍ବର ୨୧।୬: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ହୋଇଛି । କଂଗ୍ରେସ ଭବନରେ କାଳିମାଡ଼ କଲେ କଂଗ୍ରେସ କର୍ମୀ । କିଛି ଅସନ୍ତୁଷ୍ଟ କଂଗ୍ରେସ କର୍ମୀ କାଳିମାଡ଼ କରିଥିବା ସୂଚନା ରହିଛି । 

ନିର୍ବାଚନ ପରିଚାଳନାରେ ଅନିୟମିତତା ଅଭିଯୋଗ ଆଣି କିଛି କର୍ମୀ ଶରତ ପଟ୍ଟନାୟକଙ୍କୁ କାଳିମାଡ଼ କରିଥିବା ଜଣାପଡିଛି । ପିସିସି ସଭାପତିଙ୍କ ବିରୋଧରେ କର୍ମୀମାନେ ନାରାବାଜି ମଧ୍ୟ କରୁଥିବା ଦେଖିବାକୁ ମିଳିଛି । 

ସେପଟେ ଏନେଇ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏହା ମୋ ପାଇଁ ନୂଆ ନୁହେଁ, ମୁଁ ଦବିଯିବିନି । ପୂର୍ବଥର ପିସିସି ସଭାପତି ଥିବା ବେଳେ ଅଣ୍ଡା, ପଥର ମାଡ଼ ହୋଇଥିଲା । ଏସବୁ ନେଇ ମୁଁ ବ୍ୟଥିତ ନୁହେଁ କି ଦବି ଯିବାର ପ୍ରଶ୍ନ ଉଠୁନି । କାହା ଦ୍ବାରା ପ୍ରରୋଚିତ ଦୁର୍ବୃତ୍ତ ଏମିତି କରିଛନ୍ତି । କଂଗ୍ରେସ ଉତ୍‌ଥାନ କରୁଥିବା ଦେଖି କିଛି ଅହଂକାରୀ ଏଭଳି କରୁଥିବେ । ଏମିତି କେତେ ଆସିଛନ୍ତି ଯାଇଛନ୍ତି, ସେସବୁ ଖାତିର କରେନି । କଂଗ୍ରେସକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଶକ୍ତିକୁ ବରଦାସ୍ତ କରିବୁନି ବୋଲି ଶରତ କହିଛନ୍ତି ।

You Can Read :

ଗୋପାଳପୁରରେ ଯୋଗ ଦିବସ ପାଳିତ, ସାମିଲ ହେଲେ ମନ୍ତ୍ରୀ ଏବଂ ବିଧାୟକ