ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଂଚଳରେ ସୁଦାମ ମାର୍ଣ୍ଡିଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଂଚଳରେ ସୁଦାମ ମାର୍ଣ୍ଡିଙ୍କୁ ଭବ୍ୟ ସମ୍ବର୍ଦ୍ଧନା । ମୟୂରଭଞ୍ଜ ଜିଲ୍ଲାର ଵିଜୁ ଜନତା ଦଳର... The post ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଂଚଳରେ ସୁଦାମ ମାର୍ଣ୍ଡିଙ୍କୁ ଭବ୍ୟ ସମ୍ବର୍ଦ୍ଧନା appeared first on .

ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଂଚଳରେ ସୁଦାମ ମାର୍ଣ୍ଡିଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଂଚଳରେ ସୁଦାମ ମାର୍ଣ୍ଡିଙ୍କୁ ଭବ୍ୟ ସମ୍ବର୍ଦ୍ଧନା । ମୟୂରଭଞ୍ଜ ଜିଲ୍ଲାର ଵିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ଭାବରେ ସୁଦାମ ମାର୍ଣ୍ଡିଙ୍କ ନାମ ଘୋଷଣା ପରେ ଆଜି ସେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଅଛନ୍ତି । ତାଙ୍କୁ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଂଚଳରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ମୟୂରଭଞ୍ଜ ଜିଲ୍ଲାର ଅନୁଭବି  ନେତା ସୁଦାମ ମାର୍ଣ୍ଡି ଜଣେ ଦକ୍ଷ ରାଜନେତା ଏବଂ ଉତ୍ତମ ଲୋକସମ୍ପର୍କ ପାଇଁ ବିଭିନ୍ନ ବର୍ଗର ଲୋକମାନେ ତାଙ୍କୁ ସ୍ୱାଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସମଗ୍ର ରାଜ୍ୟର ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ ରହିଥିବା କହିଛନ୍ତି  ସୁଦାମ ମାର୍ଣ୍ଡି । କେବଳ ମୟୂରଭଞ୍ଜ ନୁହେଁ ସମଗ୍ର ରାଜ୍ୟରେ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଆସନରେ ବସାଇବେ ବୋଲି ସୁଦାମ କହିଥିଲେ। କାର୍ଯ୍ୟକ୍ରମରେ ବାରିପଦା ପୌରପରିଷଦ ଅଧ୍ୟକ୍ଷ କୃଷ୍ନାନନ୍ଦ ମହାନ୍ତିଙ୍କ ସମେତ ବିଜେଡ଼ିର ପ୍ରମୁଖ ନେତା ଓ କର୍ମୀମାନେ ଅଂଶଗ୍ରହଣ କରିଥିଲେ। ବିଜେଡ଼ି ସମର୍ଥକମାନେ ବାରିପଦା ସହରରେ ବାଇକ ରାଲିରେ ସହର ପରିକ୍ରମା କରିଥିଲେ।

The post ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଂଚଳରେ ସୁଦାମ ମାର୍ଣ୍ଡିଙ୍କୁ ଭବ୍ୟ ସମ୍ବର୍ଦ୍ଧନା appeared first on .