ମନୋଜ ମିଶ୍ରଙ୍କ ପାଇଁ ବଢିଲା ଅଡୁଆ, ଥାନାରେ ଏତଲା
କଟକ: ପୁଣି ଓଲିଉଡ ଜଗତରେ ଦେଖା ଦେଇଛି କଳି । ଅଭିନେତା ତଥା ରାଜନେତା ମନୋଜ ମିଶ୍ରଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ହୋଇଛି। ଓଡ଼ିଆ ଫିଲ୍ମ ଆଣ୍ଡ ଡାଇରେକ୍ଟର ଆସୋସିଏସନ୍ ମନୋଜ ମିଶ୍ରଙ୍କ ନାଁରେ ଅଭିଯୋଗ ଆଣିଛି। ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ବସନ୍ତ ସାହୁ, ତାପସ ସରଘରିଆ, ବବି ଇସଲାମ୍ଙ୍କ ଭଳି ଅନେକ ନିର୍ଦ୍ଦେଶକ ଆଜି ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆସୋସିଏସନ ସଭାପତି ସବ୍ୟସାଚୀ ମହାପାତ୍ରଙ୍କ ଗଣମାଧ୍ୟମକୁ ପ୍ରତିକ୍ରିୟା […]

କଟକ: ପୁଣି ଓଲିଉଡ ଜଗତରେ ଦେଖା ଦେଇଛି କଳି । ଅଭିନେତା ତଥା ରାଜନେତା ମନୋଜ ମିଶ୍ରଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ହୋଇଛି। ଓଡ଼ିଆ ଫିଲ୍ମ ଆଣ୍ଡ ଡାଇରେକ୍ଟର ଆସୋସିଏସନ୍ ମନୋଜ ମିଶ୍ରଙ୍କ ନାଁରେ ଅଭିଯୋଗ ଆଣିଛି। ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ବସନ୍ତ ସାହୁ, ତାପସ ସରଘରିଆ, ବବି ଇସଲାମ୍ଙ୍କ ଭଳି ଅନେକ ନିର୍ଦ୍ଦେଶକ ଆଜି ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆସୋସିଏସନ ସଭାପତି ସବ୍ୟସାଚୀ ମହାପାତ୍ରଙ୍କ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କୌଣସି ନୂଆ ଫିଲ୍ମ ଆସିଲେ ମନୋଜ ମିଶ୍ର, ଓଡ଼ିଆ ଫିଲ୍ମ ଓ ନିର୍ଦେଶକ, ପ୍ରଯୋଜକ ଏବଂ ଅଭିନେତାଙ୍କୁ ସାମାଜିକ ଗଣମାଧ୍ୟମରେ ଆକ୍ଷେପ କରୁଛନ୍ତି।
ମନୋଜ ମିଶ୍ର ଯେପରି ଭାବରେ ସୋସିଆଲ ମିଡିଆରେ ମନ୍ତବ୍ୟ ଦେଇଛନ୍ତି, ତାହା ଅତ୍ୟନ୍ତ ଅରୁଚିକର ବୋଲି ସଂଘ କହିଛି। ତାଙ୍କର ବୟାନ ରାଜ୍ୟର ସିନେପ୍ରେମୀଙ୍କ ମନରେ ଭିନ୍ନ ଭାବନା ସୃଷ୍ଟି କରୁଥିବା ବେଳେ ପରୋକ୍ଷ ଭାବରେ ସେ ଓଡିଆ ସିନେ ଜଗତକୁ ପ୍ରଭାବିତ କରିଥିବାରୁ ଆମେ ଆଭିଯୋଗ କରିଥିବା ସଂଘ ପକ୍ଷରୁ କୁହାଯାଇଛି।
ସୋସିଆଲ ମିଡିଆରେ ରୋଜଗାର ଓ ରାଜନୀତିରେ ଚର୍ଚ୍ଚାରେ ରହିବାକୁ ସେ ଏଭଳି ମନ୍ତବ୍ୟ ଦେଇ ଆସୁଛନ୍ତି । ସେ ଯେଉଁ ସିନେମାରେ କାମ କରିଛନ୍ତି ସେ ସିନେମା ଭଲ ଏବଂ ଯେଉଁ ସିନେମାରେ କାମ କରି ନାହାନ୍ତି ସେ ସିନେମାକୁ ମନୋଜ ମିଶ୍ର ଖରାପ କହୁଥିବା ସଂଘ ପକ୍ଷରୁ କୁହାଯାଇଛି।