ବଲିଉଡ୍ରୁ ସାଂଘାଇ ଫେଷ୍ଟିଭାଲ
ବିକ୍ରାନ୍ତ ମେସିଙ୍କର ଟୁଏଲ୍ଥ ଫେଲ୍ ଫିଲ୍ମ ବେଶ୍ ଚର୍ଚ୍ଚା ସାଉଁଟିଥିଲା । ଏଥିରେ ବିକ୍ରାନ୍ତଙ୍କର ଦମଦାର ଅଭିନୟ ସହିତ ଫିଲ୍ମର କାହାଣୀ ଦର୍ଶକଙ୍କ ହୃଦୟକୁ ଖୁବ ଛୁଇଁଥିଲା । ବିଧୁ ବିନୋଦ ଚୋପ୍ରାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଅନେକ ମାଇଲ୍ଷ୍ଟୋନ ଅତିକ୍ରମ କରିସାରିଛି । ତେବେ ବର୍ତ୍ତମାନ ଏହାର ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡି ହେବାକୁ ଯାଉଛି । ଏହା ଜୁନ୍ ୨୩ ତାରିଖରେ ଶାଙ୍ଘାଇ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବାକୁ ଯାଉଛି । ଜୁନ୍ ୧୪ରୁ […]

ବିକ୍ରାନ୍ତ ମେସିଙ୍କର ଟୁଏଲ୍ଥ ଫେଲ୍ ଫିଲ୍ମ ବେଶ୍ ଚର୍ଚ୍ଚା ସାଉଁଟିଥିଲା । ଏଥିରେ ବିକ୍ରାନ୍ତଙ୍କର ଦମଦାର ଅଭିନୟ ସହିତ ଫିଲ୍ମର କାହାଣୀ ଦର୍ଶକଙ୍କ ହୃଦୟକୁ ଖୁବ ଛୁଇଁଥିଲା । ବିଧୁ ବିନୋଦ ଚୋପ୍ରାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଅନେକ ମାଇଲ୍ଷ୍ଟୋନ ଅତିକ୍ରମ କରିସାରିଛି । ତେବେ ବର୍ତ୍ତମାନ ଏହାର ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡି ହେବାକୁ ଯାଉଛି । ଏହା ଜୁନ୍ ୨୩ ତାରିଖରେ ଶାଙ୍ଘାଇ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବାକୁ ଯାଉଛି । ଜୁନ୍ ୧୪ରୁ ଆରମ୍ଭ ହୋଇଥିବା ଏହି ଫେଷ୍ଟିଭାଲର କ୍ଲୋଜିଂ ନାଇଟ୍ରେ ଫିଲ୍ମଟି ପ୍ରଦର୍ଶିତ ହେବାକୁ ସୂଚନା ରହିଛି । ଫିଲ୍ମଟିର କାହାଣୀ ଜଣେ ୟୁପିଏସ୍ସି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରର କାହାଣୀକୁ ନେଇ ନିର୍ମାଣ କରାଯାଇଛି । ଫିଲ୍ମପାଇଁ ବିକ୍ରାନ୍ତ ଖୁବ ପରିଶ୍ରମ କରିଛନ୍ତି । ଏହି ଫିଲ୍ମ ପାଇଁ ସେ ଆହତ ମଧ୍ୟ ହୋଇଛନ୍ତି । ତେବେ ବର୍ତ୍ତମାନ ଏହି ଫିଲ୍ମକୁ ମିଳୁଥିବା ସଫଳତା ସମସ୍ତ କଷ୍ଟକୁ ଭୁଲାଇ ଦେଇଛି ବୋଲି ବିକ୍ରାନ୍ତ ମତ ଦେଇଛନ୍ତି । ଫିଲ୍ମଟିକୁ ଦର୍ଶକଙ୍କ ସମେତ ଅନେକ ସେଲିବ୍ରିଟି ମଧ୍ୟ ପ୍ରଶଂସା କରିଥିଲେ । ଏହାକୁ ସମୀକ୍ଷକମାନେ ମଧ୍ୟ ଖୁବ ଭଲ ରିଭ୍ୟୁ ଦେଇଥିଲେ । କେବଳ ସାଙ୍ଘାଇ ଫେଷ୍ଟିଭାଲ ନୁହେଁ ପୂର୍ବରୁ ମଧ୍ୟ ଏହା ଅନେକ ଆନ୍ତର୍ଜାତୀୟ ଫେଷ୍ଟିଭାଲରେ ସାମିଲ ହୋଇ ସାରିଛି ।