ଭାରତୀୟ ବାୟୁସେନାର ଏଏନ୍‌-୩୨ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ

କୋଲକାତା: ପଶ୍ଚିମବଙ୍ଗର ବାଗ୍‌ଡୋଗରା ବିମାନବନ୍ଦରରେ ଆଜି ଭାରତୀୟ ବାୟୁସେନାର ଏଏନ୍‌-୩୨ ପରିବହନ ବିମାନ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ଥିବା ସମସ୍ତ ସଦସ୍ୟ ସୁରକ୍ଷିତ ଥିବା ବାୟୁସେନା ପକ୍ଷରୁ କୁହାଯାଇଛି। ରୁଷ୍‌ ନିର୍ମିତ ଏହି ବିମାନଟିକୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି। ଉଲ୍ଳେଖଯୋଗ୍ୟ, ଆଜି ଦିନରେ ଏହା ଦ୍ବିତୀୟ ଦୁର୍ଘଟଣା। ଏହା ପୂର୍ବରୁ ଭାରତୀୟ ବାୟୁସେନାର ଏକ ଜାଗୁଆର୍‌ ଜେଟ୍‌ ହରିୟାଣାର ଅମ୍ବାଲାରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା। ତେବେ ଏଥିରୁ ମଧ୍ୟ ପାଇଲଟ ସୁରକ୍ଷିତ […]

ଭାରତୀୟ ବାୟୁସେନାର ଏଏନ୍‌-୩୨ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ

କୋଲକାତା: ପଶ୍ଚିମବଙ୍ଗର ବାଗ୍‌ଡୋଗରା ବିମାନବନ୍ଦରରେ ଆଜି ଭାରତୀୟ ବାୟୁସେନାର ଏଏନ୍‌-୩୨ ପରିବହନ ବିମାନ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ଥିବା ସମସ୍ତ ସଦସ୍ୟ ସୁରକ୍ଷିତ ଥିବା ବାୟୁସେନା ପକ୍ଷରୁ କୁହାଯାଇଛି। ରୁଷ୍‌ ନିର୍ମିତ ଏହି ବିମାନଟିକୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି। ଉଲ୍ଳେଖଯୋଗ୍ୟ, ଆଜି ଦିନରେ ଏହା ଦ୍ବିତୀୟ ଦୁର୍ଘଟଣା। ଏହା ପୂର୍ବରୁ ଭାରତୀୟ ବାୟୁସେନାର ଏକ ଜାଗୁଆର୍‌ ଜେଟ୍‌ ହରିୟାଣାର ଅମ୍ବାଲାରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା। ତେବେ ଏଥିରୁ ମଧ୍ୟ ପାଇଲଟ ସୁରକ୍ଷିତ ଭାବେ ବାହାରି ଆସିବାରେ ସଫଳ ହୋଇଥିଲେ।