ଅନ୍ତର୍ଜାତୀୟ ବାଘ ଦିବସ

ପ୍ରତିବର୍ଷ ଜୁଲାଇ ୨୯ରେ ପାଳିତ ହୋଇଥାଏ ଅନ୍ତର୍ଜାତୀୟ ବାଘ ଦିବସ । ଉକ୍ତ ଦିବସର ମୁଖ୍ୟ ଉଦ୍ଦେଶ୍ୟ ସାରା ବିଶ୍ୱରେ ବାଘ ସଂଖ୍ୟାକୁ ବଢାଇବା । ସେମାନଙ୍କ ସହ ହେଉଥିବା ବିଭିନ୍ନ ଅନ୍ୟାୟ ଓ ଅତ୍ୟାଚାର ସମ୍ପର୍କରେ ଜନସାଧାରଣରେ ସଚେତନତା ସୃଷ୍ଟି କରିବା । ୧୯୭୩ରେ ଭାରତ ଆରମ୍ଭ କରିଥିବା ପ୍ରୋଜେକଫ ଟାଇଗର ବିଶ୍ୱରେ ବାଘ ସଂଖ୍ୟା ବଢାଇବାରେ ବିଶେଷଭାବେ ସହାୟକ ହୋଇଥିଲା । ଏହି ପ୍ରୋଜେକଫ ଅଧୀନରେ ଅନେକ ବାଘ ରିଜର୍ଭର ନିର୍ମାଣ କରାଯାଇଥିଲା । […]

ଅନ୍ତର୍ଜାତୀୟ ବାଘ ଦିବସ

ପ୍ରତିବର୍ଷ ଜୁଲାଇ ୨୯ରେ ପାଳିତ ହୋଇଥାଏ ଅନ୍ତର୍ଜାତୀୟ ବାଘ ଦିବସ । ଉକ୍ତ ଦିବସର ମୁଖ୍ୟ ଉଦ୍ଦେଶ୍ୟ ସାରା ବିଶ୍ୱରେ ବାଘ ସଂଖ୍ୟାକୁ ବଢାଇବା । ସେମାନଙ୍କ ସହ ହେଉଥିବା ବିଭିନ୍ନ ଅନ୍ୟାୟ ଓ ଅତ୍ୟାଚାର ସମ୍ପର୍କରେ ଜନସାଧାରଣରେ ସଚେତନତା ସୃଷ୍ଟି କରିବା । ୧୯୭୩ରେ ଭାରତ ଆରମ୍ଭ କରିଥିବା ପ୍ରୋଜେକଫ ଟାଇଗର ବିଶ୍ୱରେ ବାଘ ସଂଖ୍ୟା ବଢାଇବାରେ ବିଶେଷଭାବେ ସହାୟକ ହୋଇଥିଲା । ଏହି ପ୍ରୋଜେକଫ ଅଧୀନରେ ଅନେକ ବାଘ ରିଜର୍ଭର ନିର୍ମାଣ କରାଯାଇଥିଲା । ରିପୋର୍ଟ ଅନୁସାରେ ବାଘ ହେଉଛି ଆମ ପୃଥିବୀରେ ଥିବା ସମସ୍ତ ଜୀବଙ୍କ ଭିତରେ ବେଶ ମୂଲ୍ୟବାନ । ବିଂଶ ଶତାବ୍ଦୀ ସୁଦ୍ଧା ଏହି ବଂଶର ପାଖାପାଖି ୯୫ ପ୍ରତିଶତ ଲୋପ ପାଇସାରିଲାଣି । ତେଣୁ ବାଘ ବଂଶକୁ ରକ୍ଷା କରିବା ବର୍ତ୍ତମାନ ଆବଶ୍ୟକ ହୋଇ ପଡିଛି । ଏହି ଦିନ ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟକ୍ରମ ଜରିଆରେ ବାଘଙ୍କ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥାଏ ।