ଚାକିରି ପାଇଁ ଜମି ଦୁର୍ନୀତି ମାମଲା; ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପଙ୍କ ନାଁରେ ଆସିଲା ସମନ

ନୂଆଦିଲ୍ଲୀ: ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସମେତ ତାଙ୍କ ପରିବାରର ଅନ୍ୟ ସଦସ୍ୟ ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଫସିଥିବା ବେଳେ ଏଥର ତାଙ୍କର ବଡ଼ ପୁଅ ତେଜପ୍ରତାପ ଯାଦବଙ୍କ ନାଁ ଏଥିରେ ସାମିଲ ହୋଇଛି । ତେଜ ପ୍ରତାପଙ୍କ ନାଁରେ ପ୍ରଥମ ଥର ପାଇଁ ସମନ ଜାରି ହୋଇଛି । ଆସନ୍ତା ୭ ତାରିଖରେ ଏହି ମାମଲାର ଶୁଣାଣି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ଶୁଣାଣି ହେବ […]

ଚାକିରି ପାଇଁ ଜମି ଦୁର୍ନୀତି ମାମଲା; ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପଙ୍କ ନାଁରେ ଆସିଲା ସମନ

ନୂଆଦିଲ୍ଲୀ: ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସମେତ ତାଙ୍କ ପରିବାରର ଅନ୍ୟ ସଦସ୍ୟ ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଫସିଥିବା ବେଳେ ଏଥର ତାଙ୍କର ବଡ଼ ପୁଅ ତେଜପ୍ରତାପ ଯାଦବଙ୍କ ନାଁ ଏଥିରେ ସାମିଲ ହୋଇଛି । ତେଜ ପ୍ରତାପଙ୍କ ନାଁରେ ପ୍ରଥମ ଥର ପାଇଁ ସମନ ଜାରି ହୋଇଛି । ଆସନ୍ତା ୭ ତାରିଖରେ ଏହି ମାମଲାର ଶୁଣାଣି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ଶୁଣାଣି ହେବ । ଉକ୍ତ ଦିନ ଲାଲୁ ଯାଦବଙ୍କ ସମେତ ତାଙ୍କ ପରିବାରର ୮ ଜଣ ହାଜର ହେବାକୁ କୋର୍ଟ ସମନ ଜାରି କରିଛନ୍ତି। ଏହି ମାମଲାରେ ଲାଲୁଙ୍କ ସମେତ ତାଙ୍କ ଦୁଇ ପୁଅ ତେଜସ୍ୱୀ ଯାଦବ ଓ ତେଜ ପ୍ରତାପ ଯାଦବଙ୍କୁ ଅଭିଯୁକ୍ତ ଭାବେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଇଡି ନିଜ ଚାର୍ଜଶିଟ୍‌ରେ ତେଜପ୍ରତାପଙ୍କ ନାଁ ସାମିଲ କରି ନ ଥିଲା। ମାତ୍ର ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ତେଜ ପ୍ରତାପଙ୍କ ଭୂମିକାକୁ ଏଡ଼ାଇ ଦିଆଯାଇ ପାରିବନି କହି ତାଙ୍କ ନାଁରେ ସମନ ଜାରି କରିଛନ୍ତି କୋର୍ଟ। ଚାକିରି ପାଇଁ ଜମି ଦୁର୍ନୀତି ଘଟଣାରେ ମାମଲା ଚାଲୁ କରିବାକୁ ପର୍ଯ୍ୟାପ୍ତ ପ୍ରମାଣ ଥିବା କହିଛନ୍ତି କୋର୍ଟ। କୋର୍ଟଙ୍କ କହିବାନୁଯାୟୀ, ଯାଦବ ପରିବାର କ୍ଷମତାରେ ଥିବା ବେଳେ ବହୁ ପରିମାଣର ଜମି ନିଜ ନାଁକୁ ଟ୍ରାନ୍ସଫର କରାଯାଇଛି। ଲାଲୁ ଯାଦବ ମନି ଲଣ୍ଡ୍ରିଂ ମାମଲାରେ ବି ସାମିଲ ଥିଲେ। ତେଜସ୍ୱୀଙ୍କ ବିରୋଧରେ ବି ପର୍ଯ୍ୟାପ୍ତ ପ୍ରମାଣ ଅଛି। ଚାକିରି ପାଇଁ ଜମି ଦୁର୍ନୀତି ମାମଲା ୨୦୦୪ରୁ ୨୦୦୯ ମସିହା ମଧ୍ୟରେ ଘଟିଛି। ରେଳ ମନ୍ତ୍ରୀ ଥିବା ବେଳେ ଲାଲୁ ଯାଦବ ନିଜ ପଦର ଅପବ୍ୟବହାର କରିଥିଲେ। ଜମି ବଦଳରେ ସେ ଗ୍ରୁପ ଡି ପୋଷ୍ଟରେ ବହୁ ଜଣଙ୍କୁ ଚାକିରିରେ ଭର୍ତ୍ତି କରାଇଥିଲେ।