ଜାମ୍ମୁ-କାଶ୍ମୀର ବନ୍ଦ
ଶ୍ରୀନଗର : ଗତକାଲି ଆତଙ୍କବାଦୀଙ୍କ ବର୍ବରୋଚିତ କାଣ୍ଡ ପ୍ରତିବାଦରେ ଜାମ୍ମୁ-କାଶ୍ମୀର ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ ବ୍ୟବସାୟିକ ସଂଗଠନ ଏବଂ ରାଜନୈତିକ ଦଳ ଏହି ଏଥିରେ ସାମିଲ ଅଛନ୍ତି । ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କାଶ୍ମୀର ଉପତ୍ୟାକାରେ ଏଭଳି ବନ୍ଦ ଦେଖଇବାକୁ ମିଳିଛି । ପୂରା ଜମ୍ମୁ-କାଶ୍ମୀରରେ ଏହି ଆହ୍ୱାନର ପ୍ରଭାବ ଦେଖିବାକୁ ମିଳିଛି । ଆଜି ଶ୍ରୀନଗରରେ ଅଧିକାଂଶ ସ୍କୁଲ,କଲେଜ ସହିତ ଦୋକାନ ଏବଂ ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନ ସହ […]

ଶ୍ରୀନଗର : ଗତକାଲି ଆତଙ୍କବାଦୀଙ୍କ ବର୍ବରୋଚିତ କାଣ୍ଡ ପ୍ରତିବାଦରେ ଜାମ୍ମୁ-କାଶ୍ମୀର ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ ବ୍ୟବସାୟିକ ସଂଗଠନ ଏବଂ ରାଜନୈତିକ ଦଳ ଏହି ଏଥିରେ ସାମିଲ ଅଛନ୍ତି । ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କାଶ୍ମୀର ଉପତ୍ୟାକାରେ ଏଭଳି ବନ୍ଦ ଦେଖଇବାକୁ ମିଳିଛି । ପୂରା ଜମ୍ମୁ-କାଶ୍ମୀରରେ ଏହି ଆହ୍ୱାନର ପ୍ରଭାବ ଦେଖିବାକୁ ମିଳିଛି । ଆଜି ଶ୍ରୀନଗରରେ ଅଧିକାଂଶ ସ୍କୁଲ,କଲେଜ ସହିତ ଦୋକାନ ଏବଂ ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନ ସହ ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରହିଥିବାବେଳେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡ଼ିକ ଖୋଲାଅଛି । ତେବେ କିଛି ସରକାରୀ ସ୍କୁଲ ମଧ୍ୟ ଖୋଲା ରହିଥିଲା । ରାସ୍ତାରେ ପରିବହନ ଯାନବାହନ ମଧ୍ୟ ବହୁତ କମ୍ ଦେଖିବାକୁ ମିଳିଛି । ବନ୍ଦର ପ୍ରଭାବ ବିଶେଷକରି କାଶ୍ମୀର ଉପତ୍ୟାକାର ଜିଲ୍ଲା ମୁଖ୍ୟାଳୟରେ ଦେଖିବାକୁ ମିଳିଛି ।
ସୂଚନାନୁସାରେ,ମଙ୍ଗଳବାର ସନ୍ଧ୍ୟାରେ ପହଲଗାମ୍ର ବୈସରନ ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨ ଜଣ ବିଦେଶୀ ନାଗରିକଙ୍କ ସହିତ ୨୬ ଜଣ ଭାରତୀୟ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରେ ୩ଜଣ ସ୍ଥାନୀୟ ନାଗରିକ ଏବଂ ଜଣେ ଆଇବି ଅଧିକାରୀ ରହିଛନ୍ତି । ଏହି ଆକ୍ରମଣ ପରେ କାଶ୍ମୀର ଉପତ୍ୟାକାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆ ଯାଇଛି । ଜମ୍ମୁରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସଂନ୍ଦିଗ୍ଧ ଅଞ୍ଚଳରେ ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି । ଆତଙ୍କୀଙ୍କୁ ଖୋଜି ସଫା କରିବାକୁ ସନ୍ଦିଗ୍ଧ ଅଂଚଳରେ ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ । ହେଲିକପ୍ଟର ଓ ଡ୍ରୋନ୍ ମାଧ୍ୟମରେ ଆତଙ୍କବାଦୀଙ୍କ ତଲାସି ଅଭିଯାନ ଜାରି ରହିଛି । ଗୃହମନ୍ତ୍ରୀ ଅମିତ ଶାହା ଶ୍ରୀନଗରରେ ଏଲଜି ମନୋଜ ସିହ୍ନା, ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସହ ବିଭିନ୍ନ ସୁରକ୍ଷା ଏଜେନ୍ସିର ମୁଖ୍ୟ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି ।