ରାତିଅଧରେ ଦୋକାନକୁ ପିଟିଲା କାର, ଚାଲିଗଲା ୨ ଜୀବନ

ନୟାଗଡ଼,୧୨।୨: ନୟାଗଡ଼ ଜିଲା ଇଟାମାଟି ଥାନା ଅଞ୍ଚଳରେ ବଡ଼ଧରଣର ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ଏକ ଦୋକାନକୁ କାର ପିଟିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏଭଳି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ବୋଲଗଡ଼ ଥାନା ସାଗରୁଗାଁର କାର ମାଲିକ ଏବଂ ଜଣେ ପଥଚାରୀଙ୍କ ମୃତ୍ୟୁ ଘଟିଛି। ଦ୍ରୁତ ଗତିରେ କାର ଦୋକାନକୁ ଧକ୍କା ଦେଇଥିଲା। ଇଟାମାଟି ଥାନା ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। […] The post ରାତିଅଧରେ ଦୋକାନକୁ ପିଟିଲା କାର, ଚାଲିଗଲା ୨ ଜୀବନ appeared first on Dharitri Odia News.

ରାତିଅଧରେ ଦୋକାନକୁ ପିଟିଲା କାର, ଚାଲିଗଲା ୨ ଜୀବନ

ନୟାଗଡ଼,୧୨।୨: ନୟାଗଡ଼ ଜିଲା ଇଟାମାଟି ଥାନା ଅଞ୍ଚଳରେ ବଡ଼ଧରଣର ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ଏକ ଦୋକାନକୁ କାର ପିଟିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏଭଳି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ବୋଲଗଡ଼ ଥାନା ସାଗରୁଗାଁର କାର ମାଲିକ ଏବଂ ଜଣେ ପଥଚାରୀଙ୍କ ମୃତ୍ୟୁ ଘଟିଛି। ଦ୍ରୁତ ଗତିରେ କାର ଦୋକାନକୁ ଧକ୍କା ଦେଇଥିଲା। ଇଟାମାଟି ଥାନା ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। କାରରେ ୨ ଜଣ ଥିଲା ବେଳେ ଡ୍ରାଇଭର ଫେରାର ଅଛନ୍ତି। ପଥଚାରୀଙ୍କ ପରିଚୟ ମିଳିପାରିନାହିଁ।

The post ରାତିଅଧରେ ଦୋକାନକୁ ପିଟିଲା କାର, ଚାଲିଗଲା ୨ ଜୀବନ appeared first on Dharitri Odia News.