ଜର୍ମାନୀର ନାଗରିକ ଥାଇ ୪ ଥର ବିଧାୟକ
ହାଇଦ୍ରାବାଦ, ୧୦।୧୨: ତେଲଙ୍ଗାନାର ବରିଷ୍ଠ ଭାରତ ରାଷ୍ଟ୍ରୀୟ ସମିତି(ବିଆର୍ଏସ୍) ନେତା ଚେନ୍ନାମନେନୀ ରମେଶଙ୍କ ନାଗରିକତ୍ୱକୁ ଚ୍ୟାଲେଞ୍ଜ କରି କଂଗ୍ରେସ ନେତା ଆଦି ଶ୍ରୀନିବାସ୍ଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ସୋମବାର ତେଲଙ୍ଗାନା ଉଚ୍ଚ ନ୍ୟାୟାଳୟରେ ଶୁଣାଣି ହୋଇଥିଲା। ମାମଲାର ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି, ରମେଶ ହେଉଛନ୍ତି ଜଣେ ଜର୍ମାନ ନାଗରିକ। ସେ ବେମୁଲାଓ୍ବାଡ଼ା ଆସନରୁ ନିର୍ବାଚନ ଲଢ଼ିବା ପାଇଁ ନକଲି ଦସ୍ତାବିଜର ବ୍ୟବହାର କରି ଭାରତୀୟ ନାଗରିକ ଭାବେ ନିଜକୁ ପରିଚୟ ଦେଇଥିଲେ। ଜର୍ମାନୀର […] The post ଜର୍ମାନୀର ନାଗରିକ ଥାଇ ୪ ଥର ବିଧାୟକ appeared first on Dharitri Odia News.
ହାଇଦ୍ରାବାଦ, ୧୦।୧୨: ତେଲଙ୍ଗାନାର ବରିଷ୍ଠ ଭାରତ ରାଷ୍ଟ୍ରୀୟ ସମିତି(ବିଆର୍ଏସ୍) ନେତା ଚେନ୍ନାମନେନୀ ରମେଶଙ୍କ ନାଗରିକତ୍ୱକୁ ଚ୍ୟାଲେଞ୍ଜ କରି କଂଗ୍ରେସ ନେତା ଆଦି ଶ୍ରୀନିବାସ୍ଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ସୋମବାର ତେଲଙ୍ଗାନା ଉଚ୍ଚ ନ୍ୟାୟାଳୟରେ ଶୁଣାଣି ହୋଇଥିଲା। ମାମଲାର ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି, ରମେଶ ହେଉଛନ୍ତି ଜଣେ ଜର୍ମାନ ନାଗରିକ। ସେ ବେମୁଲାଓ୍ବାଡ଼ା ଆସନରୁ ନିର୍ବାଚନ ଲଢ଼ିବା ପାଇଁ ନକଲି ଦସ୍ତାବିଜର ବ୍ୟବହାର କରି ଭାରତୀୟ ନାଗରିକ ଭାବେ ନିଜକୁ ପରିଚୟ ଦେଇଥିଲେ।
ଜର୍ମାନୀର ନାଗରିକ ଆଉ ନ ଥିବା ନେଇ ରମେଶ ଜର୍ମାନ ଦୂତାବାସରୁ ଦଲିଲ ପ୍ରସ୍ତୁତ କରିବାରେ ବିଫଳ ହୋଇଛନ୍ତି ବୋଲି ହାଇକୋର୍ଟ କହିଛନ୍ତି। ତେଣୁ ଉଚ୍ଚ ଅଦାଲତ ତାଙ୍କ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ସେଥିମଧ୍ୟରୁ ୨୫ ଲକ୍ଷ ଟଙ୍କା କଂଗ୍ରେସ ନେତା ଶ୍ରୀନିବାସଙ୍କୁ ଦିଆଯିବ। ୨୦୨୩ ତେଲଙ୍ଗାନା ବିଧାନସଭା ନିର୍ବାଚନରେ ବେମୁଲାଓ୍ବାଡ଼ା ଆସନରୁ ରମେଶ କଂଗ୍ରେସ ପ୍ରାର୍ଥୀ ଶ୍ରୀନିବାସଙ୍କଠାରୁ ପରାସ୍ତ ହୋଇଥିଲେ। ସେ ବେମୁଲାଓ୍ବାଡ଼ା ଆସନରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ରେ ରମେଶ ତେଲୁଗୁ ଦେଶମ ପାର୍ଟି(ଟିଡିପି) ଟିକେଟରୁ ବିଧାୟକ ହୋଇଥିବାବେଳେ ୨୦୧୦, ୨୦୧୪ ଏବଂ ୨୦୧୮ରେ ସେ ତତ୍କାଳୀନ ତେଲଙ୍ଗାନା ରାଷ୍ଟ୍ରୀୟ ସମିତି(ଟିଆରଏସ୍)ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପ୍ରକାଶ ଯେ, ଆଇନ ଅନୁଯାୟୀ କୌଣସି ଅଣଭାରତୀୟ ନାଗରିକ ଦେଶରେ ନିର୍ବାଚନ ଲଢ଼ିପାରିବେ ନାହିଁ କିମ୍ବା ଭୋଟ ଦେଇପାରିବେ ନାହିଁ।
The post ଜର୍ମାନୀର ନାଗରିକ ଥାଇ ୪ ଥର ବିଧାୟକ appeared first on Dharitri Odia News.