ସବୁ ବିଧାୟକ ସସପେଣ୍ଡ ପରେ ସୁରଙ୍କ ସାଂଘାତିକ ବୟାନ, ଟେନଶନରେ ମୋହନ

ଭୁବନେଶ୍ୱର,୨୬।୩: ବିଧାନସଭାରୁ ନିଲମ୍ବିତ ହୋଇଛି କଂଗ୍ରେସ । କଂଗ୍ରେସର ୧୪ରୁ ୧୪ ବିଧାୟକ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି । ଗତକାଲି ୧୨ ବିଧାୟକଙ୍କ ପରେ, ଆଜି ଆଉ ବାକି ୨ ବିଧାୟକଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି । ଆଜି ବିଧାନସଭାରେ ତାରା ବାହିନୀପତି ଏବଂ ରମେଶ ଜେନାଙ୍କ ନାଁ ନେଇ ବାଚସ୍ପତି କହିଥିଲେ ଯେ, ଗୃହରେ ବିଶୃଙ୍ଖଳା ସୃଷ୍ଟି କରିବା ସହ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଓ ବାଚସ୍ପତିଙ୍କ ଆସନକୁ ଏହି ଦୁଇ ବିଧାୟକ […] The post ସବୁ ବିଧାୟକ ସସପେଣ୍ଡ ପରେ ସୁରଙ୍କ ସାଂଘାତିକ ବୟାନ, ଟେନଶନରେ ମୋହନ appeared first on Dharitri Odia News.

ସବୁ ବିଧାୟକ ସସପେଣ୍ଡ ପରେ ସୁରଙ୍କ ସାଂଘାତିକ ବୟାନ, ଟେନଶନରେ ମୋହନ

ଭୁବନେଶ୍ୱର,୨୬।୩: ବିଧାନସଭାରୁ ନିଲମ୍ବିତ ହୋଇଛି କଂଗ୍ରେସ । କଂଗ୍ରେସର ୧୪ରୁ ୧୪ ବିଧାୟକ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି । ଗତକାଲି ୧୨ ବିଧାୟକଙ୍କ ପରେ, ଆଜି ଆଉ ବାକି ୨ ବିଧାୟକଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି । ଆଜି ବିଧାନସଭାରେ ତାରା ବାହିନୀପତି ଏବଂ ରମେଶ ଜେନାଙ୍କ ନାଁ ନେଇ ବାଚସ୍ପତି କହିଥିଲେ ଯେ, ଗୃହରେ ବିଶୃଙ୍ଖଳା ସୃଷ୍ଟି କରିବା ସହ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଓ ବାଚସ୍ପତିଙ୍କ ଆସନକୁ ଏହି ଦୁଇ ବିଧାୟକ ଅବମାନନା କରୁଛନ୍ତି । ତେଣୁ ଏହି ଦୁଇ ବିଧାୟକଙ୍କୁ ନିଲମ୍ବନ କରିଥିବା ନେଇ ବାଚସ୍ପତି ସୂଚନା ଦେଇଛନ୍ତି ।

ତେବେ ସସପେଣ୍ଡ ପରେ ତାରାଙ୍କ ପରେ କଂଗ୍ରେସ ନେତା ସୁର ରାଉତରା। ସେ କହିଛନ୍ତି, କାଲି ସରକାରଙ୍କୁ ବିରାଟ ଟ୍ରେଲର ଦେଖାଇବୁ। ଲକ୍ଷେ ଲୋକ ଆସୁଛନ୍ତି। ଗତକାଲି ଭଳି କଳା ଦିବସ ଓଡ଼ିଶା ରାଜନୀତିରେ କେବେ ଦେଖାଯା ନ ଥିଲା। କଂଗ୍ରେସ ବିଧାୟକଙ୍କୁ ବାଡେଇବା, ନେତାଙ୍କୁ ତଣ୍ଟିଆ ଦେଇ ମାଷ୍ଟରକ୍ୟାଣ୍ଟିନରେ ଛାଡିବା କଳଙ୍କିତ ଅଧ୍ୟାୟ। ପୋଲିସ, ଡିଜି ଓ ଅଫିସର ଟେକିଆଣି ଏମିତି ବ୍ୟବହାର କରିଛନ୍ତି। ଏହାର ପ୍ରତିବାଦରେ କାଲି ଲକ୍ଷେ ଲୋକ ଆସି ପହଞ୍ଚିବେ। ଗୁରୁବାର ବିଧାନସଭା ତାଲା ପକେଇବୁ।

The post ସବୁ ବିଧାୟକ ସସପେଣ୍ଡ ପରେ ସୁରଙ୍କ ସାଂଘାତିକ ବୟାନ, ଟେନଶନରେ ମୋହନ appeared first on Dharitri Odia News.