ଦୀପାବଳି ପୂର୍ବରୁ ଦିଲ୍ଲୀ ସରକାରଙ୍କ ଉପହାର, ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ
ଦୀପାବଳି ପୂର୍ବରୁ ଶ୍ରମିକ ଗୋଷ୍ଠୀଙ୍କୁ ବଡ଼ ଉପହାର ଦେଇଛନ୍ତି ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଆତିଶୀ । ଦିଲ୍ଲୀ ସରକାର ଅଣକୁଶଳୀ ଶ୍ରମିକଙ୍କ ପାଇଁ ସର୍ବନିମ୍ନ ୧୮,୦୬୬ ଟଙ୍କା, ଅର୍ଦ୍ଧକୁଶଳୀଙ୍କ ପାଇଁ ୧୯,୯୨୯ ଟଙ୍କା ଏବଂ କୁଶଳୀ ଶ୍ରମିକଙ୍କ ପାଇଁ ୨୧,୯୧୭ ଟଙ୍କା ମଜୁରୀ ରାଶି ଘୋଷଣା କରିଛନ୍ତି । ଆତିଶୀ କହିଛନ୍ତି ଯେ ଯଦି ଆପଣ ଦେଶରେ ପ୍ରଦାନ କରାଯାଉଥିବା ସର୍ବନିମ୍ନ ମଜୁରୀ ଦେଖିବେ, ତେବେ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନେତୃତ୍ୱାଧୀନ ଦିଲ୍ଲୀ ସରକାର ସବୁଠାରୁ ଅଧିକ ମଜୁରୀ […] The post ଦୀପାବଳି ପୂର୍ବରୁ ଦିଲ୍ଲୀ ସରକାରଙ୍କ ଉପହାର, ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ appeared first on KNews Odisha.

ଦୀପାବଳି ପୂର୍ବରୁ ଶ୍ରମିକ ଗୋଷ୍ଠୀଙ୍କୁ ବଡ଼ ଉପହାର ଦେଇଛନ୍ତି ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଆତିଶୀ । ଦିଲ୍ଲୀ ସରକାର ଅଣକୁଶଳୀ ଶ୍ରମିକଙ୍କ ପାଇଁ ସର୍ବନିମ୍ନ ୧୮,୦୬୬ ଟଙ୍କା, ଅର୍ଦ୍ଧକୁଶଳୀଙ୍କ ପାଇଁ ୧୯,୯୨୯ ଟଙ୍କା ଏବଂ କୁଶଳୀ ଶ୍ରମିକଙ୍କ ପାଇଁ ୨୧,୯୧୭ ଟଙ୍କା ମଜୁରୀ ରାଶି ଘୋଷଣା କରିଛନ୍ତି ।
ଆତିଶୀ କହିଛନ୍ତି ଯେ ଯଦି ଆପଣ ଦେଶରେ ପ୍ରଦାନ କରାଯାଉଥିବା ସର୍ବନିମ୍ନ ମଜୁରୀ ଦେଖିବେ, ତେବେ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନେତୃତ୍ୱାଧୀନ ଦିଲ୍ଲୀ ସରକାର ସବୁଠାରୁ ଅଧିକ ମଜୁରୀ ପ୍ରଦାନ କରିଛି । ଗରିବ, ଦିନ ମଜୁରୀ କାମ କରୁଥିବା ମଜୁରିଆ ଏବଂ ପାଇପ୍ ମିସ୍ତ୍ରୀମାନଙ୍କୁ ସର୍ବନିମ୍ନ ମଜୁରୀ ମିଳୁଛି ।
ଆତିଶୀ କହିଛନ୍ତି, ଉତ୍ତମ ବିଜୁଳି, ଜଳ, ବିଦ୍ୟାଳୟ ଏବଂ ହସ୍ପିଟାଲର ମୌଳିକ ସୁବିଧା ବ୍ୟତୀତ ଦିଲ୍ଲୀ ସରକାର ଏକ ଐତିହାସିକ କାର୍ଯ୍ୟ କରିଛନ୍ତି, ଯାହା ସମଗ୍ର ଦେଶରେ ସମ୍ଭବ ନ ଥିଲା, ତାହା ହେଉଛି ଉଚ୍ଚତମ ସର୍ବନିମ୍ନ ମଜୁରୀ ପ୍ରଦାନ କରିବା । ଗରିବ, ଦିନ ମଜୁରୀ ଶ୍ରମିକ, ପ୍ଲମ୍ବର ଆଦିଙ୍କୁ ସର୍ବନିମ୍ନ ମଜୁରୀ ମିଳୁଛି । ଗରିବ ଲୋକଙ୍କ ଶୋଷଣକୁ ରୋକିବା ପାଇଁ ଦିଲ୍ଲୀ ସରକାର ସର୍ବନିମ୍ନ ମଜୁରୀକୁ ଐତିହାସିକ ସ୍ତରକୁ ନେଇଛନ୍ତି ।
The post ଦୀପାବଳି ପୂର୍ବରୁ ଦିଲ୍ଲୀ ସରକାରଙ୍କ ଉପହାର, ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ appeared first on KNews Odisha.