ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌ ପରେ ଟିମ ଇଣ୍ଡିଆ ସହିତ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଏହା ପରେ ରାହୁଲ ଦ୍ରାବିଡ ରାଜସ୍ଥାନ ରୟାଲ୍ସରେ ଯୋଗ ଦେଇଛନ୍ତି। ରାଜସ୍ଥାନ ରୟାଲ୍ସ ଏକ ବିବୃତ୍ତି ଜାରି କରିଛି। ଏହି ବିବୃତ୍ତିରେ କୁହାଯାଇଛି ଯେ ରାହୁଲ ଦ୍ରାବିଡ ରାଜସ୍ଥାନ ରୟାଲ୍ସ ଦଳର ନିର୍ଦ୍ଦେଶକ କୁମାର ସାଙ୍ଗାକାରାଙ୍କ ସହ […] The post ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ appeared first on Dharitri Odia News.

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌ ପରେ ଟିମ ଇଣ୍ଡିଆ ସହିତ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଏହା ପରେ ରାହୁଲ ଦ୍ରାବିଡ ରାଜସ୍ଥାନ ରୟାଲ୍ସରେ ଯୋଗ ଦେଇଛନ୍ତି। ରାଜସ୍ଥାନ ରୟାଲ୍ସ ଏକ ବିବୃତ୍ତି ଜାରି କରିଛି। ଏହି ବିବୃତ୍ତିରେ କୁହାଯାଇଛି ଯେ ରାହୁଲ ଦ୍ରାବିଡ ରାଜସ୍ଥାନ ରୟାଲ୍ସ ଦଳର ନିର୍ଦ୍ଦେଶକ କୁମାର ସାଙ୍ଗାକାରାଙ୍କ ସହ କାମ କରିବେ। ୨୦୨୫ ଆଇପିଏଲରୁ ସେ ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ ଭାବେ କାର୍ଯ୍ୟ ଆରମ୍ଭ କରିବେ। ତେବେ ତତ୍କାଳ ଭାବେ ଦ୍ରାବିଡମୁଖ୍ୟ କୋଚର ଦାୟିତ୍ୱ ନେବେ ଓ ୨୦୨୫ ସଂସ୍କରଣ ପାଇଁ ଯୋଜନା ପ୍ରସ୍ତୁତ କରିବେ। ୨୦୧୨ ଓ ୨୦୧୩ ଆଇପିଏଲରେ ରାଜସ୍ଥାନ ଡ୍ରାଭିଡଙ୍କ ନେତୃତ୍ୱରେ ଖେଳିଥିଲା।

The post ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ appeared first on Dharitri Odia News.