ଆର୍‌ଜି କର ମାମଲା: ସନ୍ଦୀପ୍‌ ଘୋଷଙ୍କୁ ଜାମିନ

ନୂଆଦିଲ୍ଲୀ,୧୪ା୧୨: କୋଲକାତାର ଆର୍‌ଜି କର ମେଡିକାଲ କଲେଜ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କୁ ସିଆଲ୍‌ଦା କୋର୍ଟ ଶୁକ୍ରବାର ଜାମିନ ପ୍ରଦାନ କରିଛନ୍ତି। ଏଥିସହିତ ତଲା ଥାନାର ପୂର୍ବତନ ଭାରପ୍ରାପ୍ତ ଅଧିକାରୀ ଅଭିଜିତ ମଣ୍ଡଳଙ୍କୁ ମଧ୍ୟ ଜାମିନ ମିଳିଛି। ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ୯୦ ଦିନ ମଧ୍ୟରେ ଚାର୍ଜଶିଟ୍‌ ଦାଖଲ କରିବା ପରେ ଉଭୟ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଛି। ଗତ […] The post ଆର୍‌ଜି କର ମାମଲା: ସନ୍ଦୀପ୍‌ ଘୋଷଙ୍କୁ ଜାମିନ appeared first on Dharitri Odia News.

ଆର୍‌ଜି କର ମାମଲା: ସନ୍ଦୀପ୍‌ ଘୋଷଙ୍କୁ ଜାମିନ

ନୂଆଦିଲ୍ଲୀ,୧୪ା୧୨: କୋଲକାତାର ଆର୍‌ଜି କର ମେଡିକାଲ କଲେଜ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କୁ ସିଆଲ୍‌ଦା କୋର୍ଟ ଶୁକ୍ରବାର ଜାମିନ ପ୍ରଦାନ କରିଛନ୍ତି। ଏଥିସହିତ ତଲା ଥାନାର ପୂର୍ବତନ ଭାରପ୍ରାପ୍ତ ଅଧିକାରୀ ଅଭିଜିତ ମଣ୍ଡଳଙ୍କୁ ମଧ୍ୟ ଜାମିନ ମିଳିଛି। ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ୯୦ ଦିନ ମଧ୍ୟରେ ଚାର୍ଜଶିଟ୍‌ ଦାଖଲ କରିବା ପରେ ଉଭୟ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଛି। ଗତ ଅଗଷ୍ଟ ୯ ତାରିଖ ରାତିରେ ଆର୍‌.ଜି. କର ମେଡିକାଲ କଲେଜ ହସ୍ପିଟାଲର ଛାତି ବିଭାଗ ଅଡିଟୋରିୟମ୍‌ରେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟ କରାଯାଇଥିଲା।

The post ଆର୍‌ଜି କର ମାମଲା: ସନ୍ଦୀପ୍‌ ଘୋଷଙ୍କୁ ଜାମିନ appeared first on Dharitri Odia News.