ଇଣ୍ଡିଆ ସିମେଣ୍ଟ ଅଫିସ୍ରେ ଇଡି ଚଢାଉ
ଚେନ୍ନାଇ,୧।୨: ଚେନ୍ନାଇରେ ଅବସ୍ଥିତ ଇଣ୍ଡିଆ ସିମେଣ୍ଟ ଅଫିସ୍ ପରିସରରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଟିମ ଚଢାଉ କରିଛି। ବିସିସିଆଇର ପୂର୍ବତନ ସଭାପତି ଏନ ଶ୍ରୀନିବାସନ ଇଣ୍ଡିଆ ସିମେଣ୍ଟ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) ଏବଂ ଉପାଧ୍ୟକ୍ଷ ଅଟନ୍ତି। ଇଣ୍ଡିଆ ସିମେଣ୍ଟ ଦେଶର ସବୁଠାରୁ ବଡ ସିମେଣ୍ଟ କମ୍ପାନୀ ମଧ୍ୟରୁ ଅନ୍ୟତମ। ରାଜସ୍ବ ଦୃଷ୍ଟିରୁ ଏହା ନବମ ବୃହତ୍ତମ ତାଲିକାଭୁକ୍ତ ସିମେଣ୍ଟ କମ୍ପାନୀ ଅଟେ। ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଇଣ୍ଡିଆ ସିମେଣ୍ଟରେ ୭ଟି ପ୍ଲାଣ୍ଟ ଅଛି। କୌତୁହଳର […] The post ଇଣ୍ଡିଆ ସିମେଣ୍ଟ ଅଫିସ୍ରେ ଇଡି ଚଢାଉ appeared first on Dharitri Odia News.
ଚେନ୍ନାଇ,୧।୨: ଚେନ୍ନାଇରେ ଅବସ୍ଥିତ ଇଣ୍ଡିଆ ସିମେଣ୍ଟ ଅଫିସ୍ ପରିସରରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଟିମ ଚଢାଉ କରିଛି। ବିସିସିଆଇର ପୂର୍ବତନ ସଭାପତି ଏନ ଶ୍ରୀନିବାସନ ଇଣ୍ଡିଆ ସିମେଣ୍ଟ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) ଏବଂ ଉପାଧ୍ୟକ୍ଷ ଅଟନ୍ତି। ଇଣ୍ଡିଆ ସିମେଣ୍ଟ ଦେଶର ସବୁଠାରୁ ବଡ ସିମେଣ୍ଟ କମ୍ପାନୀ ମଧ୍ୟରୁ ଅନ୍ୟତମ। ରାଜସ୍ବ ଦୃଷ୍ଟିରୁ ଏହା ନବମ ବୃହତ୍ତମ ତାଲିକାଭୁକ୍ତ ସିମେଣ୍ଟ କମ୍ପାନୀ ଅଟେ। ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଇଣ୍ଡିଆ ସିମେଣ୍ଟରେ ୭ଟି ପ୍ଲାଣ୍ଟ ଅଛି। କୌତୁହଳର ବିଷୟ ୨୦୦୮ ରୁ ୨୦୧୪ ପର୍ଯ୍ୟନ୍ତ ଇଣ୍ଡିଆ ସିମେଣ୍ଟ ସିଧାସଳଖ ଇଣ୍ଡିଆନ ପ୍ରିମିୟର ଲିଗ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସର ମାଲିକ ହୋଇଥିଲେ।
ଦୁର୍ନୀତି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କ୍ରମାଗତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ରାଜନେତାଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଅଧୀନରେ ଅଛନ୍ତି।
The post ଇଣ୍ଡିଆ ସିମେଣ୍ଟ ଅଫିସ୍ରେ ଇଡି ଚଢାଉ appeared first on Dharitri Odia News.