୩ୟ ଥର ପାଇଁ ବାପା ହେଲେ ନ୍ୟୁଜିଲ୍ୟାଣ୍ଡର କ୍ରିକେଟର ୱିଲିୟମସନ
ନୂଆଦିଲ୍ଲୀ,୨୮।୨: ନ୍ୟୁଜିଲ୍ୟାଣ୍ଡର ତାରକା କ୍ରିକେଟର କେନ ୱିଲିୟମସନ ତୃତୀୟ ଥର ପାଇଁ ବାପା ହୋଇଛନ୍ତି। ତାଙ୍କ ପତ୍ନୀ ସାରା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ୱିଲିୟମସନ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି। ସେ ତାଙ୍କ ପତ୍ନୀ ଏବଂ ଝିଅଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ୱିଲିୟମସନଙ୍କର ପୂର୍ବରୁ ଦୁଇଟି ସନ୍ତାନ ଅଛନ୍ତି । ତାଙ୍କ ଝିଅଙ୍କ ବୟସ ପ୍ରାୟ ତିନି ବର୍ଷ ଏବଂ ପୁଅର ବୟସ ପ୍ରାୟ ଏକ ବର୍ଷ […] The post ୩ୟ ଥର ପାଇଁ ବାପା ହେଲେ ନ୍ୟୁଜିଲ୍ୟାଣ୍ଡର କ୍ରିକେଟର ୱିଲିୟମସନ appeared first on Dharitri Odia News.
ନୂଆଦିଲ୍ଲୀ,୨୮।୨: ନ୍ୟୁଜିଲ୍ୟାଣ୍ଡର ତାରକା କ୍ରିକେଟର କେନ ୱିଲିୟମସନ ତୃତୀୟ ଥର ପାଇଁ ବାପା ହୋଇଛନ୍ତି। ତାଙ୍କ ପତ୍ନୀ ସାରା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ୱିଲିୟମସନ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି। ସେ ତାଙ୍କ ପତ୍ନୀ ଏବଂ ଝିଅଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ୱିଲିୟମସନଙ୍କର ପୂର୍ବରୁ ଦୁଇଟି ସନ୍ତାନ ଅଛନ୍ତି । ତାଙ୍କ ଝିଅଙ୍କ ବୟସ ପ୍ରାୟ ତିନି ବର୍ଷ ଏବଂ ପୁଅର ବୟସ ପ୍ରାୟ ଏକ ବର୍ଷ । ବର୍ତ୍ତମାନ ତାଙ୍କ ପତ୍ନୀ ଅନ୍ୟ ଏକ ଝିଅକୁ ଜନ୍ମ ଦେଇଛନ୍ତି।
ୱିଲିୟମସନଙ୍କ ପୂର୍ବରୁ ନିକଟରେ ବିରାଟ କୋହଲି ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ପ୍ରକୃତରେ ୱିଲିୟମ୍ସନ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି । ଏଥିରେ ସେ ତାଙ୍କ ପତ୍ନୀ ଏବଂ ଝିଅ ସହିତ ନଜର ଆସିଛନ୍ତି । ୱିଲିୟମସନଙ୍କ ଏହି ଫଟୋରେ ପ୍ରଶଂସକଙ୍କ ଅନେକ ମନ୍ତବ୍ୟ ଦେଖିବାକୁ ମିଳିଛି। ସାଥୀ ଖେଳାଳିଙ୍କ ସହ ପ୍ରଶଂସକମାନେ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
The post ୩ୟ ଥର ପାଇଁ ବାପା ହେଲେ ନ୍ୟୁଜିଲ୍ୟାଣ୍ଡର କ୍ରିକେଟର ୱିଲିୟମସନ appeared first on Dharitri Odia News.