କେତେବେଳେ ବି ଘଟିପାରେ ବଡ଼ ଅଘଟଣ: ମୃତ୍ୟୁକୁ ଆମନ୍ତ୍ରଣ କରୁଛି ମୁକୁଳା ଟ୍ରାନ୍ସଫର୍ମର

ଥୁଆମୂଳ ରାମପୁର,୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅନେକ ସ୍ଥାନରେ ଲାଗିଥିବା ଟ୍ରାନ୍ସଫର୍ମର ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ବିଦ୍ୟୁତ ବିଭାଗର ଅବହେଳା ପାଇଁ କେତେବେଳେ ଘଟିପାରେ ବଡ଼ ଅଘଟଣ। ମୃତ୍ୟୁକୁ ଆମନ୍ତ୍ରଣ କରୁଛି ବ୍ଲକ ମୁଖ୍ୟ ଫାଟକ ବା ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ସଂଯୋଗ କରୁଥିବା ଟ୍ରାନ୍ସଫର୍ମର ମୁକୁଳା ଅବସ୍ଥାରେ ରହିଛି। ଏଠାରେ ପ୍ରତିଦିନ ଗ୍ରାହକ ଆସି ଜମା ହୁଅନ୍ତି। ପ୍ରକାଶ ଥାଉ କି, ଗତ କିଛି ଦିନ ତଳେ ଏହି ବ୍ଲକ […] The post କେତେବେଳେ ବି ଘଟିପାରେ ବଡ଼ ଅଘଟଣ: ମୃତ୍ୟୁକୁ ଆମନ୍ତ୍ରଣ କରୁଛି ମୁକୁଳା ଟ୍ରାନ୍ସଫର୍ମର appeared first on Dharitri Odia News.

କେତେବେଳେ ବି ଘଟିପାରେ ବଡ଼ ଅଘଟଣ: ମୃତ୍ୟୁକୁ ଆମନ୍ତ୍ରଣ କରୁଛି ମୁକୁଳା ଟ୍ରାନ୍ସଫର୍ମର

ଥୁଆମୂଳ ରାମପୁର,୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅନେକ ସ୍ଥାନରେ ଲାଗିଥିବା ଟ୍ରାନ୍ସଫର୍ମର ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ବିଦ୍ୟୁତ ବିଭାଗର ଅବହେଳା ପାଇଁ କେତେବେଳେ ଘଟିପାରେ ବଡ଼ ଅଘଟଣ। ମୃତ୍ୟୁକୁ ଆମନ୍ତ୍ରଣ କରୁଛି ବ୍ଲକ ମୁଖ୍ୟ ଫାଟକ ବା ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ସଂଯୋଗ କରୁଥିବା ଟ୍ରାନ୍ସଫର୍ମର ମୁକୁଳା ଅବସ୍ଥାରେ ରହିଛି। ଏଠାରେ ପ୍ରତିଦିନ ଗ୍ରାହକ ଆସି ଜମା ହୁଅନ୍ତି।

ପ୍ରକାଶ ଥାଉ କି, ଗତ କିଛି ଦିନ ତଳେ ଏହି ବ୍ଲକ ମୁଖ୍ୟ ଫାଟକ ପାଖର ବା ବ୍ୟାଙ୍କକୁ ସଂଯୋଗ କରୁଥିବା ଏହି ଟ୍ରାନ୍ସଫର୍ମର ୧୧କେବି ତାର ସଂସ୍ପର୍ଶରେ ଆସି ଦୁଇଜଣ ଶ୍ରମିକ ମେଡିକାଲରେ ବର୍ତ୍ତମାନ ଜୀବନମରଣ ସହ ସଂଘର୍ଷ କରୁଛନ୍ତି l ତଥାପି ବି ବିଦ୍ୟୁତ ବିଭାଗର ନିଦ ଭାଙ୍ଗି ନାହିଁ l

ଠିକ ସେମିତି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯିବା ମୁଖ୍ୟ ରାସ୍ତା ବା ତହସିଲ କାର୍ଯ୍ୟାଳୟକୁ ଯିବା ରାସ୍ତାକଡ଼ରେ ଥିବା ପମ୍ପ ହାଉସକୁ ସଂଯୋଗ କରୁଥିବା ଟ୍ରାନ୍ସଫର୍ମର ଏବଂ ତାଲବନ୍ଧପଡ଼ା ପାଖରେ ଥିବା ପୋଖରୀ ହୁଡ଼ରେ ଲାଗିଥିବା ଟ୍ରାନ୍ସଫର୍ମର ମୁକୁଳା ଅବସ୍ଥାରେ ରହିଛି। ଲୋକେ ସେଠାକୁ ମଧ୍ୟ ପ୍ରତିଦିନ ଶୌଚ କରିବାକୁ ଯାଉଛନ୍ତି। ଏମିତି ଅନେକ ଅଞ୍ଚଳର ବିଭିନ୍ନ ଗହଳି ସ୍ଥାନ ଗୁଡିକରେ ଲାଗିରହିଥିବା ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର ସୁରକ୍ଷା ବାଡ଼ ନାହିଁ। ଯାହାଫଳରେ ଲୋକଙ୍କ ଜୀବନ ପ୍ରତି ବିପଦର ଆଶଙ୍କା ରହିଛି l ଏଣୁ ତୁରନ୍ତ ମୁକୁଳା ଅବସ୍ଥାରେ ରହିଥିବା ଟ୍ରାନ୍ସଫର୍ମରର ଚାରିପଟେ ସୁରକ୍ଷା ବାଡ଼ ଦେବାକୁ ସାଧାରଣରେ ଦାବି ହେଉଛି l

The post କେତେବେଳେ ବି ଘଟିପାରେ ବଡ଼ ଅଘଟଣ: ମୃତ୍ୟୁକୁ ଆମନ୍ତ୍ରଣ କରୁଛି ମୁକୁଳା ଟ୍ରାନ୍ସଫର୍ମର appeared first on Dharitri Odia News.