ସରପଞ୍ଚଙ୍କ ଘରକୁ ବୋମା ମାଡ଼, ତିନି ଜଣକୁ ବାନ୍ଧିଲା ପୋଲିସ
ଦିଗପହଣ୍ଡି: ସରପଞ୍ଚଙ୍କ ଘରକୁ ବୋମା ମାଡ଼ ଘଟଣାରେ ତିନି ଜଣକୁ ବାନ୍ଧିଲା ପୋଲିସ । ଗତ ୨୬ ତାରିଖ ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ମୌଳାଭଣଜା ପଞ୍ଚାୟତର ନାଏବ ସରପଞ୍ଚ ବିଟୁ ଗୌଡ଼ଙ୍କ ଘର ଉପରକୁ ବୋମାମାଡ଼ ହୋଇଥିଲା। ଆଉ ଅଭିଯୋଗ କ୍ରମେ କରି ପାଟପୁର ପୋଲିସ ଘଟଣାରେ ତଦନ୍ତ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ତିନି ଅଭିଯୁକ୍ତ ମାନେ ହେଲେ ଦିଗପହଣ୍ଡି ଅଞ୍ଚଳର ଜଗା ସେଠି ଓ କାଳିଆ ସେଠି ଏବଂ ପାଟପୁର ଥାନା ଅଞ୍ଚଳର ଚନ୍ଦନ ମହାନ୍ତି । ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ ପଠାଇ ଦିଆଯାଇଛି । ଏମାନେ ଅଞ୍ଚଳରେ ଆତଙ୍କ ଖେଳାଇବା ପାଇଁ ବୋମା ମାଡ଼ କରିଥିବା ପୋଲିସ ସୂଚନା ଦେଇଛି ।
ଦିଗପହଣ୍ଡି: ସରପଞ୍ଚଙ୍କ ଘରକୁ ବୋମା ମାଡ଼ ଘଟଣାରେ ତିନି ଜଣକୁ ବାନ୍ଧିଲା ପୋଲିସ । ଗତ ୨୬ ତାରିଖ ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ମୌଳାଭଣଜା ପଞ୍ଚାୟତର ନାଏବ ସରପଞ୍ଚ ବିଟୁ ଗୌଡ଼ଙ୍କ ଘର ଉପରକୁ ବୋମାମାଡ଼ ହୋଇଥିଲା।
ଆଉ ଅଭିଯୋଗ କ୍ରମେ କରି ପାଟପୁର ପୋଲିସ ଘଟଣାରେ ତଦନ୍ତ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ତିନି ଅଭିଯୁକ୍ତ ମାନେ ହେଲେ ଦିଗପହଣ୍ଡି ଅଞ୍ଚଳର ଜଗା ସେଠି ଓ କାଳିଆ ସେଠି ଏବଂ ପାଟପୁର ଥାନା ଅଞ୍ଚଳର ଚନ୍ଦନ ମହାନ୍ତି । ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ ପଠାଇ ଦିଆଯାଇଛି । ଏମାନେ ଅଞ୍ଚଳରେ ଆତଙ୍କ ଖେଳାଇବା ପାଇଁ ବୋମା ମାଡ଼ କରିଥିବା ପୋଲିସ ସୂଚନା ଦେଇଛି ।