ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପାତାଳୀ ଶ୍ରୀକ୍ଷେତ୍ର ରେ ରଥ ଅନୁକୂଳ

ଉଲୁଣ୍ଡା : (ସୌମିତ୍ରି ମେହେର) ଆଜି ପବିତ୍ର ଅକ୍ଷୟ ତୃତୀୟା ଦିନ ସକାଳ ୮. ୩୦ ଘଟିକା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ପାତାଳି ଶ୍ରୀକ୍ଷେତ୍ର ସେବାୟତ ସଂଘର ସଭାପତି ଶ୍ରୀ ଗୋପାଳ ପଣ୍ଡାଙ୍କ ସଭାପତିତ୍ୱରେ ସେବାୟତ ବୈଠକ ଏବଂ ରଥ ଅନୁକୂଳ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି l ସେବାୟତ ସଙ୍ଘ ବୈଠକକୁ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପରିଚାଳନା କରିଥିବା ବେଳେ ବୈଠକରେ ଆସନ୍ତା ରଥଯାତ୍ରା ସମ୍ପର୍କିତ ମହାପ୍ରଭୁଙ୍କ ରୀତିନୀତି ମତେ ହେବାକୁ ଥିବା […] The post ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପାତାଳୀ ଶ୍ରୀକ୍ଷେତ୍ର ରେ ରଥ ଅନୁକୂଳ appeared first on Odisha.News.

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପାତାଳୀ ଶ୍ରୀକ୍ଷେତ୍ର ରେ ରଥ ଅନୁକୂଳ

ଉଲୁଣ୍ଡା : (ସୌମିତ୍ରି ମେହେର) ଆଜି ପବିତ୍ର ଅକ୍ଷୟ ତୃତୀୟା ଦିନ ସକାଳ ୮. ୩୦ ଘଟିକା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ପାତାଳି ଶ୍ରୀକ୍ଷେତ୍ର ସେବାୟତ ସଂଘର ସଭାପତି ଶ୍ରୀ ଗୋପାଳ ପଣ୍ଡାଙ୍କ ସଭାପତିତ୍ୱରେ ସେବାୟତ ବୈଠକ ଏବଂ ରଥ ଅନୁକୂଳ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି l ସେବାୟତ ସଙ୍ଘ ବୈଠକକୁ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପରିଚାଳନା କରିଥିବା ବେଳେ ବୈଠକରେ ଆସନ୍ତା ରଥଯାତ୍ରା ସମ୍ପର୍କିତ ମହାପ୍ରଭୁଙ୍କ ରୀତିନୀତି ମତେ ହେବାକୁ ଥିବା ରଥ ନିର୍ମାଣଠାରୁ ଆରମ୍ଭ କରି ଜୁନ ୧୧ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା , ଜୁନ ୨୬ ରେ ନେତ୍ରୋତ୍ସବ, ନବ ଯୌବନ ଦର୍ଶନ , ଜୁନ୍ ୨୭ ରେ ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ରଥଯାତ୍ରା , ଜୁଲାଇ ୧ ରେ ହେରାପଞ୍ଚମୀ , ଜୁଲାଇ ୫ ବାହୁଡା଼ ଯାତ୍ରା , ଜୁଲାଇ ୭ ଅଧର ପଣା ଏବଂ ଜୁଲାଇ ୮ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ହେବାକୁ ଥିବା ବୈଠକରେ ସ୍ଥିର କରାଯାଇଛି l ସେବାୟତ ସଂଘ ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମକୁ କିଭଳି ସରସ ସୁନ୍ଦର ଓ ଶୃଙ୍ଖଳିତ କରିପାରିବା ସେଥିପ୍ରତି ଆଲୋଚନା କରିବା ସହ ସମସ୍ତ ସେବାୟତ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବା,ସେବାୟତ ଭବନ ନିର୍ମାଣ,ସେବାୟତଙ୍କ ଗଣବେଶ ପରିଧାନ ,ବିଭାଗୱାରୀ ସେବାୟତ ମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯିବା ନେଇ ଆଲୋଚନା ହୋଇଥିଲା l ପ୍ରତିବର୍ଷ ଅକ୍ଷୟ ତୃତୀୟା ଦିନ ସେବାୟତ ବୈଠକ ବସିବା ସହ ରଥ ଅନୁକୂଳ କାର୍ଯ୍ୟ କରିବା ପାଇଁ ପ୍ରସ୍ତାବ ହୋଇଥିଲା l ଆଜି ସର୍ବପ୍ରଥମେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ଆଣି ରଥ ମରାମତି ଓ ସଜ୍ଜିକରଣ କରିବା ପାଇଁ ପୂଜକ ଚିତ୍ତରଞ୍ଜନ ପାଢ଼ୀଙ୍କ ଦ୍ୱାରା ପୂଜାନୀତି ସମ୍ପାଦନ କରାଯାଇଥିଲା l ପୂଜାନୀତି ପରେ ବିଶ୍ଵକର୍ମା ସେବାୟତ ମୁଖ୍ୟ ଶ୍ରୀ ନରେନ୍ଦ୍ର ପଧାନଙ୍କୁ ଶ୍ରୀ ଜଗନ୍ନାଥଙ୍କ ଅଙ୍ଗଲାଗି ବସ୍ତ୍ର ପଗଡି ପ୍ରଦାନ କରାଯାଇଥିଲା l ତାପରେ ରଥ ମରାମତି ଓ ସଜ୍ଜିକରଣ କାର୍ଯ୍ୟ ଅନୁକୂଳ କରାଯାଇଥିଲା l ରଥ ନିର୍ମାଣ କମିଟିର ସଂଯୋଜକ ସତ୍ୟଜିତ ଗଡୁଆ , ସଦସ୍ୟ ଜୈମିନି ନାଏକ, ବୀରମିତ୍ର ପଧାନ, ପ୍ରମୋଦ ପାତ୍ର , ଗଦାଧର ମେଣ୍ଡିଲି ସହଯୋଗ କରିଥିବା ବେଳେ ଟ୍ରଷ୍ଟର ସାଧାରଣ ସମ୍ପାଦକ ଉତ୍ତର କୁମାର ପାତ୍ର, ଟ୍ରଷ୍ଟି ମେମ୍ବର ଜଗଦୀଶ କର୍ଣ୍ଣ , ମହାଦେବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

The post ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପାତାଳୀ ଶ୍ରୀକ୍ଷେତ୍ର ରେ ରଥ ଅନୁକୂଳ appeared first on Odisha.News.