ମୋ ବସକୁ ପଛରୁ ଧକ୍କା ଦେଲା ଟ୍ରକ

ନନ୍ଦିଘୋଷ ବ୍ୟୁରୋ: କଟକ – ଭୁବନେଶ୍ବର ୧୬ ନମ୍ବର ଜାତୀୟ ରାଜପଥ ପ୍ରତାପନଗରୀ ଠାରେ ଦୁର୍ଘଟଣା । ମୋ ବସକୁ... The post ମୋ ବସକୁ ପଛରୁ ଧକ୍କା ଦେଲା ଟ୍ରକ appeared first on .

ମୋ ବସକୁ ପଛରୁ ଧକ୍କା ଦେଲା ଟ୍ରକ

ନନ୍ଦିଘୋଷ ବ୍ୟୁରୋ: କଟକ – ଭୁବନେଶ୍ବର ୧୬ ନମ୍ବର ଜାତୀୟ ରାଜପଥ ପ୍ରତାପନଗରୀ ଠାରେ ଦୁର୍ଘଟଣା । ମୋ ବସକୁ ପଛରୁ ଧକ୍କା ଦେଲା ଏକ ଦ୍ରୁତଗାମୀ ଟ୍ରକ ।  ବସଟି ଭୁବନେଶ୍ବରରୁ କଟକ ଅଭିମୁଖେ ଯାଉଥିବା ବେଳେ ଟ୍ରକଟି ଧକ୍କା ଦେଇଥିଲା । ଫଳରେ ଅନେକ ଯାତ୍ରୀ ଭିତରେ ଚାପି ହୋଇ ରହିଯାଇଥିଲେ । ଦୁର୍ଘଟଣାର ଶବ୍ଦ ଶୁଣି ସ୍ଥାନୀୟ ବାସିନ୍ଦା ଓ ପଥଚାରୀମାନେ ବସ ମଧ୍ୟରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଆହତ ମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଦ୍ବାରା କଟକ ବଡ଼ ମେଡିକାଲକୁ ପଠାଯାଇଛି । ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।ମୋ ବସ ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ କଟକ ଏସସିବିରେ ଭେଟିଛନ୍ତି ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦୋଷ। ମୋଟ 16 ଜଣଙ୍କ ମଧ୍ଯରୁ ୨ରୁ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମେଡିକାଲ ପକ୍ଷରୁ ତୁରନ୍ତ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଇଛି। ଘଟଣାସ୍ଥଳରେ ଉଦ୍ଧାର କରିଥିବା ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଦେବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବିଧାୟିକା ସୋଫିଆ ଫିର୍ଦୋଷ।

The post ମୋ ବସକୁ ପଛରୁ ଧକ୍କା ଦେଲା ଟ୍ରକ appeared first on .