ଆଜିଠୁ ୩ ଦିନ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡି ପାରିବେ ନାହିଁ ସରକାରୀ କର୍ମଚାରୀ

ଭୁବନେଶ୍ୱର : ମୁଖ୍ୟାଳୟ ଛାଡ଼ିପାରିବେନି ସରକାରୀ କର୍ମଚାରୀ । ଆଜିଠୁ ୧୬ ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କୁ ମୁଖ୍ୟାଳୟ ଛାଡ଼ିବା ମନା । ଆବଶ୍ୟକ ପଡ଼ିଲେ ସର୍ଟ ନୋଟିସ୍‌ରେ ଅଫିସ୍‌କୁ ଆସିବାକୁ ପଡ଼ିବ । ଶନି, ରବି ଓ ସୋମବାର ଛୁଟି ପଡୁଥିବାରୁ ଲାଗିଲା କଟକଣା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ୩ ଦିନ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ […]

ଆଜିଠୁ ୩ ଦିନ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡି ପାରିବେ ନାହିଁ ସରକାରୀ କର୍ମଚାରୀ
ଆଜିଠୁ ୩ ଦିନ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡି ପାରିବେ ନାହିଁ ସରକାରୀ କର୍ମଚାରୀ

ଭୁବନେଶ୍ୱର : ମୁଖ୍ୟାଳୟ ଛାଡ଼ିପାରିବେନି ସରକାରୀ କର୍ମଚାରୀ । ଆଜିଠୁ ୧୬ ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କୁ ମୁଖ୍ୟାଳୟ ଛାଡ଼ିବା ମନା । ଆବଶ୍ୟକ ପଡ଼ିଲେ ସର୍ଟ ନୋଟିସ୍‌ରେ ଅଫିସ୍‌କୁ ଆସିବାକୁ ପଡ଼ିବ । ଶନି, ରବି ଓ ସୋମବାର ଛୁଟି ପଡୁଥିବାରୁ ଲାଗିଲା କଟକଣା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ୩ ଦିନ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ସୂଚନାନୁସାରେ,ଆସନ୍ତା ୧୭ ରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି । ଆସନ୍ତା ୧୭ ମୋଦିଙ୍କ ଜନ୍ମଦିନରେ ଜନତା ମଇଦାନରେ `ସୁଭଦ୍ରା’ର ମେଗା ଲଞ୍ଚିଂ । ଏହା ସହ ଅନ୍ୟ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଶୁକ୍ରବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ପ୍ରଧାନମନ୍ତ୍ରୀ ସେଦିନ ପୂର୍ବାହ୍ନ ୧୧.୩୫ମିନିଟ୍ ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ପୂର୍ବାହ୍ନ ୧୧ଟା ୫୫ମିନଟ୍ ରେ ଜନତା ମଇଦାନଠାରେ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ଅପରାହ୍ନ ୩ଟାସମୟରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

ଅନ୍ୟପଟେ ସୁଭଦ୍ରା ଯୋଜନା ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ଲାଗି ଭୁବନେଶ୍ବରର ଏକାମ୍ର ନିର୍ବାଚନ ମଣ୍ଡଳୀରେ ଆଜିଠୁ ଗଡ଼ିଛି ସୁଭଦ୍ରା ରଥ। ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣରୁ ରଥ ଗଡ଼ିଥିବା ବେଳେ ୫୪ ନମ୍ବର ୱାର୍ଡ ଓ ୫୮ ନମ୍ବର ୱାର୍ଡରେ ବିଧାୟକ ବାବୁ ସିଂ ସୁଭଦ୍ରା ସଚେତନ ରଥର ଶୁଭାରମ୍ଭ କରିଛନ୍ତି ।

ସୁଭଦ୍ରା ରଥ ଗାଁଠୁ ସହର ଚାରିଆଡେ ବୁଲି ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରିବା ସହିତ ଉପଯୁକ୍ତ ତଥ୍ୟ ପ୍ରଦାନ କରିବ । ହିତାଧିକାରୀମାନେ ଯେପରି ଭ୍ରମିତ ନ ହେବେ ସେଥିଲାଗି ସରକାର ଏହି ବ୍ୟବସ୍ଥା କରିଛନ୍ତି ।