ପରକିୟା ସମ୍ପର୍କ ସନ୍ଦେହରେ ତାମିଲନାଡ଼ୁ କାଉନସିଲରଙ୍କୁ ହତ୍ୟା କଲେ ସ୍ବାମୀ

ନୂଆଦିଲ୍ଲୀ: ଭିସିକେ (ବିଦୁଥଲାଇ ଚିରୁଥିଗଲ କାଚି)ର ଜଣେ ମହିଳା କାଉନସିଲରଙ୍କୁ ତାଙ୍କ ସ୍ବାମୀ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ତାମିଲନାଡ଼ୁର ଆବଡ଼ି ଜିଲ୍ଲାରେ ଗୁରୁବାର ଏହି ଘଟଣା ଘଟିଛି। ମିଳିଥିବା ସୂଚନାନୁଯାୟୀ ସ୍ଥାନୀୟ ଥିରୁନିନ୍‌ରବୁରରେ ଜୟରାମ ନଗର ନିକଟରେ ପୀଡ଼ିତା ଗୋମଥି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ କଥା ହେଉଥିବା ବେଳେ ତାଙ୍କ ସ୍ବାମୀ ଷ୍ଟିଫେନ ରାଜ୍‌ ସେଠାରେ ପହଞ୍ଚି ଯାଇଥିଲେ। ଉକ୍ତ ବ୍ୟକ୍ତିଙ୍କ ସହ ଗୋମଥିଙ୍କର ସମ୍ପର୍କ ଅଛି ବୋଲି ଷ୍ଟିଫେନ୍‌ ସନ୍ଦେହ କରିଥିଲେ […]

ପରକିୟା ସମ୍ପର୍କ ସନ୍ଦେହରେ ତାମିଲନାଡ଼ୁ କାଉନସିଲରଙ୍କୁ ହତ୍ୟା କଲେ ସ୍ବାମୀ

ନୂଆଦିଲ୍ଲୀ: ଭିସିକେ (ବିଦୁଥଲାଇ ଚିରୁଥିଗଲ କାଚି)ର ଜଣେ ମହିଳା କାଉନସିଲରଙ୍କୁ ତାଙ୍କ ସ୍ବାମୀ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ତାମିଲନାଡ଼ୁର ଆବଡ଼ି ଜିଲ୍ଲାରେ ଗୁରୁବାର ଏହି ଘଟଣା ଘଟିଛି। ମିଳିଥିବା ସୂଚନାନୁଯାୟୀ ସ୍ଥାନୀୟ ଥିରୁନିନ୍‌ରବୁରରେ ଜୟରାମ ନଗର ନିକଟରେ ପୀଡ଼ିତା ଗୋମଥି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ କଥା ହେଉଥିବା ବେଳେ ତାଙ୍କ ସ୍ବାମୀ ଷ୍ଟିଫେନ ରାଜ୍‌ ସେଠାରେ ପହଞ୍ଚି ଯାଇଥିଲେ। ଉକ୍ତ ବ୍ୟକ୍ତିଙ୍କ ସହ ଗୋମଥିଙ୍କର ସମ୍ପର୍କ ଅଛି ବୋଲି ଷ୍ଟିଫେନ୍‌ ସନ୍ଦେହ କରିଥିଲେ ଏବଂ ପୂର୍ବରୁ ସୂଚନା ପାଇ ଷ୍ଟିଫେନ୍‌ ସେଠାରେ ପହଞ୍ଚି ଯାଇଥିଲେ। ଏହାପରେ ଦମ୍ପତିଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଷ୍ଟିଫେନ୍‌ ହଠାତ୍‌ ଏକ ଛୁରୀ ଆଣି ଗୋମଥିଙ୍କ ଉପରେ ଲଗାତାର ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଗୋମଥି ତଳେ ପଡ଼ି ଯାଇଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ପରେ ଷ୍ଟିଫେନ ରାଜ୍‌ ଥିରୁନିନ୍‌ରବୁର ଥାନାରେ ଯାଇ ଆତ୍ମସମର୍ମଣ କରିଥିଲେ ଏବଂ ହତ୍ୟା‌ କରିଛନ୍ତି ବୋଲି ସ୍ବୀକାର କରିଥିଲେ।