ଷ୍ଟାରକିଡ୍‌ଙ୍କ ଲଭ୍‌ ଷ୍ଟୋରୀ

ବିଭିନ୍ନ ସମୟରେ ଷ୍ଟାର କିଡ୍‌ମାନଙ୍କର ଲଭ୍‌ଷ୍ଟୋରୀକୁ ନେଇ ଚର୍ଚ୍ଚା ହୋଇଥାଏ । ସୋସିଆଲ ମିଡିଆରେ ଏନେଇ ଅନେକ ଭିଡିଓ ଓ ଫଟୋ ଅପ୍‌ଲୋଡ୍‌ ହେଉଥିବାରୁ ଏହାକୁ ନେଇ ସମସ୍ତେ ଆଲୋଚନା କରିଥାଆନ୍ତି । ଏହି ତାଲିକା ଖୁବ ଲମ୍ବା । ତେବେ ତାଲିକାରେ ସବୁଠାରୁ ଆଗରେ ଅଛନ୍ତି ଜାହ୍ନବୀ କପୁର ଓ ତାଙ୍କ ପୁରୁଷ ବନ୍ଧୁ ଶିଖର ପାହାଡିଆ । ଗତ କିଛି ଦିନ ହେବ ଉଭୟଙ୍କ ଡେଟିଂ ଖବର ଇଣ୍ଡଷ୍ଟ୍ରୀରେ ଚାରିଆଡେ ଚର୍ଚ୍ଚା ହେଉଛି । […]

ଷ୍ଟାରକିଡ୍‌ଙ୍କ ଲଭ୍‌ ଷ୍ଟୋରୀ
ଷ୍ଟାରକିଡ୍‌ଙ୍କ ଲଭ୍‌ ଷ୍ଟୋରୀ

ବିଭିନ୍ନ ସମୟରେ ଷ୍ଟାର କିଡ୍‌ମାନଙ୍କର ଲଭ୍‌ଷ୍ଟୋରୀକୁ ନେଇ ଚର୍ଚ୍ଚା ହୋଇଥାଏ । ସୋସିଆଲ ମିଡିଆରେ ଏନେଇ ଅନେକ ଭିଡିଓ ଓ ଫଟୋ ଅପ୍‌ଲୋଡ୍‌ ହେଉଥିବାରୁ ଏହାକୁ ନେଇ ସମସ୍ତେ ଆଲୋଚନା କରିଥାଆନ୍ତି । ଏହି ତାଲିକା ଖୁବ ଲମ୍ବା । ତେବେ ତାଲିକାରେ ସବୁଠାରୁ ଆଗରେ ଅଛନ୍ତି ଜାହ୍ନବୀ କପୁର ଓ ତାଙ୍କ ପୁରୁଷ ବନ୍ଧୁ ଶିଖର ପାହାଡିଆ । ଗତ କିଛି ଦିନ ହେବ ଉଭୟଙ୍କ ଡେଟିଂ ଖବର ଇଣ୍ଡଷ୍ଟ୍ରୀରେ ଚାରିଆଡେ ଚର୍ଚ୍ଚା ହେଉଛି । ଅନେକ ସ୍ଥାନରେ ଉଭୟଙ୍କୁ ଏକାଠି ମଧ୍ୟ ଦେଖିବାକୁ ମିଳୁଛି । ଡିନର ଠାରୁ ଆରମ୍ଭ କରି ପାର୍ଟି ଫଙ୍କସନ୍‌ ସବୁଠି ଏମାନଙ୍କୁ ଏକାଠି ଦେଖିବାକୁ ମିଳୁଛି । କେତେ ସାକ୍ଷାତକାରରେ ଜାହ୍ନବୀ ମଧ୍ୟ ଶିଖରଙ୍କ କଥା ଉଠାଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ଉଭୟ କେବେ ଏହାକୁ ଅଫିସିଆଲି ଘୋଷଣା କରୁଛନ୍ତି । ସେହିଭଳି ଆଉ ଏକ କପଲ ହେଲେ ଅନନ୍ୟା ଓ ଆଦିତ୍ୟ ରୟ କପୁର । ଉଭୟଙ୍କୁ ବହୁ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛି । ଉଭୟଙ୍କ ଡେଟିଂ ଖବର ନେଇ ଚର୍ଚ୍ଚା ଚାରିଆଡେ ହେଉଛି । ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଗଣମାଧ୍ୟମ ସବୁ ସ୍ଥାନରେ ଉଭୟଙ୍କ ଚର୍ଚ୍ଚା । ଉଭୟ ଏନେଇ କୌଣସି କଥା ହେଉନାହାନ୍ତି, କିନ୍ତୁ ଉଭୟଙ୍କୁ ସବୁ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛି । ସେହିଭଳି ନିଜର ଜନ୍ମଦିନ ବି ଅନନ୍ୟା ଆଦିତ୍ୟଙ୍କ ସହ ଏକାଠି ପାଳୁଛନ୍ତି । ଏହି ତାଲିକାରେ ସାରା ଅଲ୍ଲୀ ଖାନ୍‌ ଓ କାର୍ତ୍ତିକ ଆରିଅନ, ଇବ୍ରାହିମ୍‌ ଅଲ୍ଲୀ ଖାନ ଓ ପଲକ ତିୱାରୀ ଆଦି ସାମିଲ ଅଛନ୍ତି ।