ରାଏବରେଲି ଭୋଟରଙ୍କୁ ସୋନିଆଙ୍କ ଚିଠି, ସ୍ବାସ୍ଥ୍ୟ ସମସ୍ୟା ପାଇଁ ଲୋକସଭା ନିର୍ବାଚନ ଲଢ଼ି ପାରିବିନି

ନୂଆଦିଲ୍ଲୀ : ରାଜ୍ୟସଭା ନିର୍ବାଚନ ପାଇଁ ରାଜସ୍ଥାନର ଜୟପୁରରୁ ପ୍ରାର୍ଥିପତ୍ର ଦାଖଲ କରିବାର ଦିନକ ପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଆଜି କହିଛନ୍ତି ଯେ ସ୍ବାସ୍ଥ୍ୟଗତ କାରର ପାଇଁ ଲୋକସଭା ନିର୍ବାଚନ ଲଢ଼ିପାରିବେନି। ରାଏବରେଲି ନିର୍ବାଚନମଣ୍ଡଳୀର ସମସ୍ତ ଭୋଟରଙ୍କ ଉଦ୍ଦେଶ୍ୟରେ ସୋନିଆ ଏକ ଚିଠି ଲେଖିଛନ୍ତି ଏବଂ ସେମାନଙ୍କ ସମର୍ଥନ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୨୦୦୪ରୁ ସୋନିଆ ରାଏବରେଲିକୁ ପ୍ରତିନିଧିତ୍ବ କରୁଛନ୍ତି। ସ୍ବାମୀ ରାଜୀବ ଗାନ୍ଧୀ ଏବଂ ଶାଶୁ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ […]

ରାଏବରେଲି ଭୋଟରଙ୍କୁ ସୋନିଆଙ୍କ ଚିଠି, ସ୍ବାସ୍ଥ୍ୟ ସମସ୍ୟା ପାଇଁ ଲୋକସଭା ନିର୍ବାଚନ ଲଢ଼ି ପାରିବିନି

ନୂଆଦିଲ୍ଲୀ : ରାଜ୍ୟସଭା ନିର୍ବାଚନ ପାଇଁ ରାଜସ୍ଥାନର ଜୟପୁରରୁ ପ୍ରାର୍ଥିପତ୍ର ଦାଖଲ କରିବାର ଦିନକ ପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଆଜି କହିଛନ୍ତି ଯେ ସ୍ବାସ୍ଥ୍ୟଗତ କାରର ପାଇଁ ଲୋକସଭା ନିର୍ବାଚନ ଲଢ଼ିପାରିବେନି। ରାଏବରେଲି ନିର୍ବାଚନମଣ୍ଡଳୀର ସମସ୍ତ ଭୋଟରଙ୍କ ଉଦ୍ଦେଶ୍ୟରେ ସୋନିଆ ଏକ ଚିଠି ଲେଖିଛନ୍ତି ଏବଂ ସେମାନଙ୍କ ସମର୍ଥନ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୨୦୦୪ରୁ ସୋନିଆ ରାଏବରେଲିକୁ ପ୍ରତିନିଧିତ୍ବ କରୁଛନ୍ତି। ସ୍ବାମୀ ରାଜୀବ ଗାନ୍ଧୀ ଏବଂ ଶାଶୁ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ସେ ରାଏବରେଲି ଯିବାପରେ ରାଏବରେଲିର ଲୋକମାନେ ତାଙ୍କୁ କିଭଳି ଅତ୍ୟନ୍ତ ଆପଣାର ସହ ଗ୍ରହଣ କରିଥିଲେ ତାହା ସେ କହିଛନ୍ତି। ସୋନିଆ ରାଏବରେଲିରେ ଭୋଟରଙ୍କୁ ବାର୍ତ୍ତା ଦେଇ କହିଛନ୍ତି, ଆମ ପରିବାରର ମୂଳ ରାଏବରେଲିରେ ବହୁତ ଗଭୀରରେ। ମୁଁ ଜାଣେ ଯେ ଆପଣମାନେ ପୂର୍ବରୁ ଯେମିତି ମତେ ଏବଂ ମୋ ପରିବାରକୁ ସମର୍ଥନ କରିଥିଲେ ଏବଂ ଆମ ସହ ରହିଥିଲେ ଭବିଷ୍ୟତରେ ମଧ୍ୟ ଠିକ୍ ସେମିତି ରହିବେ। ମୋର ସ୍ବାସ୍ଥ୍ୟ ଏବଂ ବୟସକୁ ଦୃଷ୍ଟିରେ ରଖି ମୁଁ ଲୋକସଭା ନିର୍ବାଚନ ଲଢ଼ିବିନି ବୋଲି ସୋନିଆ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସୋନିଆ ଗାନ୍ଧି ଗତକାଲି ରାଜସ୍ଥାନର ଜୟପୁରରୁ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବା ପରେ ଆଜି ଲୋକସଭା ନିର୍ବାଚନ ଲଢ଼ି ପାରିବେନି ବୋଲି କହିଛନ୍ତି।