ଆଜିଠାରୁ ସୁଭଦ୍ରା ଫର୍ମ ଦାଖଲ

ଭୁବନେଶ୍ୱର : ସୁଭଦ୍ରା ଯୋଜନା ପାଇଁ ଆଜିଠୁ ହେବ ଫର୍ମ ଦାଖଲ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ୪ ତାରିଖ ଅର୍ଥାତ ଆଜି ସନ୍ଧ୍ୟା ପରଠାରୁ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଯେ ପର୍ଯ୍ୟନ୍ତ ଶେଷ ହିତାଧିକାରୀ ପଇସା ପାଇ ନାହାନ୍ତି ସେ ପର୍ଯ୍ୟନ୍ତ ଏ ପ୍ରକ୍ରିୟା ଚାଲୁ ରହିବ । ସେପଟେ ସୁଭଦ୍ରାକୁ ନେଇ ମହିଳାଙ୍କ ଭିତରେ ଉତ୍ସାହ । ବାଲେଶ୍ବର ବାଲିଆପାଳ ଉପ ଡାକଘରରେ ଚାଲିଛି ଆଧାର କାର୍ଡ କରେକ୍ସନ୍ ଏବଂ EKYC […]

ଆଜିଠାରୁ ସୁଭଦ୍ରା ଫର୍ମ ଦାଖଲ
ଆଜିଠାରୁ ସୁଭଦ୍ରା ଫର୍ମ ଦାଖଲ

ଭୁବନେଶ୍ୱର : ସୁଭଦ୍ରା ଯୋଜନା ପାଇଁ ଆଜିଠୁ ହେବ ଫର୍ମ ଦାଖଲ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ୪ ତାରିଖ ଅର୍ଥାତ ଆଜି ସନ୍ଧ୍ୟା ପରଠାରୁ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଯେ ପର୍ଯ୍ୟନ୍ତ ଶେଷ ହିତାଧିକାରୀ ପଇସା ପାଇ ନାହାନ୍ତି ସେ ପର୍ଯ୍ୟନ୍ତ ଏ ପ୍ରକ୍ରିୟା ଚାଲୁ ରହିବ । ସେପଟେ ସୁଭଦ୍ରାକୁ ନେଇ ମହିଳାଙ୍କ ଭିତରେ ଉତ୍ସାହ । ବାଲେଶ୍ବର ବାଲିଆପାଳ ଉପ ଡାକଘରରେ ଚାଲିଛି ଆଧାର କାର୍ଡ କରେକ୍ସନ୍ ଏବଂ EKYC ସହିତ ଆଧାର କାର୍ଡ ସଂଶୋଧନ ।

ମୋବାଇଲ୍ ନମ୍ବରକୁ ସଂଯୋଗୀକରଣ କରିବାକୁ ପ୍ରବଳ ଭିଡ଼ ଲାଗିଛି । ରାଉରକେଲାରେ ବି ଯେପରି କେହି ବି ହିତାଧିକାରୀ ଯୋଜନାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଜାରି ରହିଛି । କେବଳ ଯୋଗ୍ୟ ହିତାଧିକାରୀ ହିଁ ଏହି ଯୋଜନାର ଲାଭ ପାଇପାରିବେ । ପୂର୍ବରୁ ଏଥିପାଇଁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରି ସାରିଛନ୍ତି ରାଜ୍ୟ ସରକାର । ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ଇ-କେୱାଇସି (E-KYC) ବାଧ୍ୟତାମୂଳକ ହୋଇଥିବାରୁ ଆଧାର କାର୍ଡ ସହ ମୋବାଇଲ ଫୋନ ଲିଙ୍କ ରହିଥିବା ଆବଶ୍ୟକ । ନଚେତ ସୁଭଦ୍ରା ଯୋଜନାରୁ ଯୋଗ୍ୟ ହିତାଧିକାରୀ ବି ବଞ୍ଚିତ ହେବେ । ତେଣୁ ଅନେକ ଜନ ସେବା କେନ୍ଦ୍ରରେ ଏବେ E-KYC କରିବା ପାଇଁ ବି ଲମ୍ବା ଲାଇନ ଲାଗୁଥିବା ଦେଖିବାକୁ ମିଳୁଛି ।

ସୂଚନାନୁସାରେ,ଗତ ରବିବାର ଠାରୁ ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ସମସ୍ତଙ୍କୁ ଫର୍ମ ଯୋଗାଇ ଦିଆଯାଇଥିଲା । ଏହା ପରେ ସୋମବାର ସୁଭଦ୍ରା ପୋର୍ଟାଲ ଲଞ୍ଚ କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା। ରାଜ୍ୟର ଅଙ୍ଗନବାଡି କେନ୍ଦ୍ର, ମୋ ସେବା କେନ୍ଦ୍ର ଇତ୍ୟାଦିରେ ଫର୍ମ ଯୋଗାଇ ଦିଆଯାଉଛି। ଯେଉଁମାନେ ଫର୍ମ ନେଇଥିଲେ ସେମାନେ ପୂରଣ କରିସାରିବା ପରେ ଆଜି ଠାରୁ ଦାଖଲ କରିପାରିବେ ।