କାଞ୍ଚନଜଙ୍ଘା ଦୁର୍ଘଟଣାସ୍ଥଳକୁ ବାଇକରେ ଗଲେ ରେଳମନ୍ତ୍ରୀ

କୋଲକାତ: ପଶ୍ଚିମବଙ୍ଗର ନୂଆ ଜଲପାଇଗୁଡ଼ିରେ ଆଜି ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାସ୍ଥଳକୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯାଇଥିଲେ। ତେବେ ଦୁର୍ଘଟଣା ସ୍ଥଳରେ ପହଞ୍ଚିବା ଲାଗି ଉଦ୍ଦିଷ୍ଟ ରାସ୍ତାଟି ଅଣଓସାରିଆ ହୋଇଥିବାରୁ ରେଳମନ୍ତ୍ରୀ କିଛି ଦୂରରୁ ଏକ ବାଇକ୍ ଯୋଗେ ସେଠାକୁ ଯାଇଥିଲେ। ଜଣେ ବ୍ୟକ୍ତି ବାଇକ୍ ଚଳାଇଥିଲେ ଓ ମନ୍ତ୍ରୀ ପଛରେ ବସି ଯାତ୍ରା କରିଥିଲେ। ଏଥିସହିତ ଆହତମାନେ ଚିକିତ୍ସିତ ହେଉଥିବା ଦାର୍ଜିଲିଂର ଏକ ଡାକ୍ତରଖାନାକୁ ମଧ୍ୟ ରେଳମନ୍ତ୍ରୀ ଯାଇଥିଲେ। ଦୁର୍ଘଟଣା ସ୍ଥଳରେ ରେଳମନ୍ତ୍ରୀ କହିଥିଲେ ବର୍ତ୍ତମାନ […]

କାଞ୍ଚନଜଙ୍ଘା ଦୁର୍ଘଟଣାସ୍ଥଳକୁ ବାଇକରେ ଗଲେ ରେଳମନ୍ତ୍ରୀ

କୋଲକାତ: ପଶ୍ଚିମବଙ୍ଗର ନୂଆ ଜଲପାଇଗୁଡ଼ିରେ ଆଜି ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାସ୍ଥଳକୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯାଇଥିଲେ। ତେବେ ଦୁର୍ଘଟଣା ସ୍ଥଳରେ ପହଞ୍ଚିବା ଲାଗି ଉଦ୍ଦିଷ୍ଟ ରାସ୍ତାଟି ଅଣଓସାରିଆ ହୋଇଥିବାରୁ ରେଳମନ୍ତ୍ରୀ କିଛି ଦୂରରୁ ଏକ ବାଇକ୍ ଯୋଗେ ସେଠାକୁ ଯାଇଥିଲେ। ଜଣେ ବ୍ୟକ୍ତି ବାଇକ୍ ଚଳାଇଥିଲେ ଓ ମନ୍ତ୍ରୀ ପଛରେ ବସି ଯାତ୍ରା କରିଥିଲେ। ଏଥିସହିତ ଆହତମାନେ ଚିକିତ୍ସିତ ହେଉଥିବା ଦାର୍ଜିଲିଂର ଏକ ଡାକ୍ତରଖାନାକୁ ମଧ୍ୟ ରେଳମନ୍ତ୍ରୀ ଯାଇଥିଲେ। ଦୁର୍ଘଟଣା ସ୍ଥଳରେ ରେଳମନ୍ତ୍ରୀ କହିଥିଲେ ବର୍ତ୍ତମାନ ରାଜନୀତି କରିବା ସମୟ ନୁହେଁ। ରେଳ ଧାରଣାକୁ କିଭଳି ଠିକ୍ କରାଯାଇ ରେଳ ଚଳାଚଳ ସ୍ବାଭାବିକ କରାଯିବ ତାହା ଉପରେ ଗୁରୁତ୍ବ ଦିଆଯାଉଛି। ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି ବୋଲି ସେ କହିଛନ୍ତି। କାଞ୍ଚନଜଙ୍ଘା ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି।