ଲୋକସଭା ନିର୍ବାଚନ ପୂର୍ବରୁ ୬ ରାଜ୍ୟରେ ଗୃହ ସଚିବ ଏବଂ ପଶ୍ଚିମବଙ୍ଗ ପୁଲିସ ମୁଖ୍ୟଙ୍କ ବଦଳି
ନୂଆଦିଲ୍ଲୀ : ୬ ରାଜ୍ୟରେ ଗୃହ ସଚିବ, ପଶ୍ଚିମବଙ୍ଗରେ ପୁଲିସ ଡିଜି ଏବଂ ଅନ୍ୟ ଅମଲାମାନଙ୍କର ବଦଳି ପାଇଁ ନିର୍ବାଚନ କମିସନ ଆଜି ନିର୍ଦ୍ଦେଶାବଳି ଜାରି କରିଛନ୍ତି। ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଗୃହ ସଚିବଙ୍କ ବଦଳି ପାଇଁ ନିର୍ବାଚନ କମିସନ ଅର୍ଡର ଜାରି କରିଛନ୍ତି। ସେହିପରି ମିଜୋରାମ ଏବଂ ହିମାଚଳପ୍ରଦେଶରେ ସାଧାରଣ ପ୍ରଶାସନିକ ସଚିବଙ୍କୁ ମଧ୍ୟ ହଟାଇ ଦିଆଯାଇଛି। ତାଲିକାରେ ବୃହତ ମୁମ୍ବାଇ ମୁନସିପାଲ କମିସନର ଇକବଲ ସିଂହ ଚହଲ, ଅତିରିକ୍ତ […]

ନୂଆଦିଲ୍ଲୀ : ୬ ରାଜ୍ୟରେ ଗୃହ ସଚିବ, ପଶ୍ଚିମବଙ୍ଗରେ ପୁଲିସ ଡିଜି ଏବଂ ଅନ୍ୟ ଅମଲାମାନଙ୍କର ବଦଳି ପାଇଁ ନିର୍ବାଚନ କମିସନ ଆଜି ନିର୍ଦ୍ଦେଶାବଳି ଜାରି କରିଛନ୍ତି। ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଗୃହ ସଚିବଙ୍କ ବଦଳି ପାଇଁ ନିର୍ବାଚନ କମିସନ ଅର୍ଡର ଜାରି କରିଛନ୍ତି। ସେହିପରି ମିଜୋରାମ ଏବଂ ହିମାଚଳପ୍ରଦେଶରେ ସାଧାରଣ ପ୍ରଶାସନିକ ସଚିବଙ୍କୁ ମଧ୍ୟ ହଟାଇ ଦିଆଯାଇଛି। ତାଲିକାରେ ବୃହତ ମୁମ୍ବାଇ ମୁନସିପାଲ କମିସନର ଇକବଲ ସିଂହ ଚହଲ, ଅତିରିକ୍ତ କମିସନର ଏବଂ ଡେପୁଟି କମିସନରଙ୍କ ସମେତ ଅନ୍ୟାନ୍ୟ ଶୀର୍ଷ ଅମଲାମାନେ ଅଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିସନ ଆଜି ଏହି ଅର୍ଡର ଜାରି କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ୧୯ ତାରିଖରେ ଲୋକସଭା ନିର୍ବାଚନ ଆରମ୍ଭ। ଲୋକସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ହୋଇ ଜୁନ୍ ୨ ତାରିଖରେ ଶେଷ ହେବ। ଜୁନ୍ ୪ ତାରିଖରେ ନିର୍ବାଚନ ଫଳ ଆସିବ। ନିର୍ବାଚନ ତାରିଖ ଘୋଷଣା ହେବା ସହ ଦେଶରେ ନିର୍ବାିଚନ ଆଚରଣ ବିଧି ଲାଗୁ ହୋଇଛି। ସମସ୍ତ ରାଜନୈତିକ ଦଳ ଗୁଡ଼ିକ ନିର୍ବାଚନ ଆଚରଣ ବିଧି ମାନିବାପାଇଁ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର କହିଛନ୍ତି।