ଆମକୁ ଏକୁଟିଆ ଛାଡିଦିଅ: କରିନା କପୁର

ମୁମ୍ବାଇ:ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ପରଠାରୁ ପୋଲିସ, ଗଣମାଧ୍ୟମ ଏବଂ ପାପାରାଜିମାନେ ଛୋଟ ଛୋଟ ଜିନିଷ ଉପରେ ନଜର ରଖୁଛନ୍ତି। ଏପରିକି ସେମାନେ ତାଙ୍କ ଘର ଏବଂ ହସ୍ପିଟାଲକୁ ମଧ୍ୟ ଘେରି ରହିଛନ୍ତି। ପୋଲିସ ମଧ୍ୟ ମାମଲାର ତଦନ୍ତ ଚଳାଇଛି। ତେବେ କରୀନା କପୁର ଖାନ କିଛି ସମୟ ପୂର୍ବରୁ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଏସବୁକୁ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଏସବୁ […]

ଆମକୁ ଏକୁଟିଆ ଛାଡିଦିଅ: କରିନା କପୁର

ମୁମ୍ବାଇ:ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ପରଠାରୁ ପୋଲିସ, ଗଣମାଧ୍ୟମ ଏବଂ ପାପାରାଜିମାନେ ଛୋଟ ଛୋଟ ଜିନିଷ ଉପରେ ନଜର ରଖୁଛନ୍ତି। ଏପରିକି ସେମାନେ ତାଙ୍କ ଘର ଏବଂ ହସ୍ପିଟାଲକୁ ମଧ୍ୟ ଘେରି ରହିଛନ୍ତି। ପୋଲିସ ମଧ୍ୟ ମାମଲାର ତଦନ୍ତ ଚଳାଇଛି।

ତେବେ କରୀନା କପୁର ଖାନ କିଛି ସମୟ ପୂର୍ବରୁ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଏସବୁକୁ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଏସବୁ ବନ୍ଦ କର, ଆମକୁ ଏକୁଟିଆ ଛାଡିଦିଅ। ଏହା ସହ କରୀନା ଏକ ହାତ ଯୋଡିବାର ଇମୋଜି ମଧ୍ୟ ସେୟାର କରିଛନ୍ତି। ଏହି ନୋଟ୍ ଇଣ୍ଟରନେଟରେ ଜୋରଦାର ଭାଇରାଲ ହେବାରେ ଲାଗିଥିଲା।