ଭିଟାମିନ୍‌ ଏ

ଆମ ଶରୀରର ପାଇଁ ଭିଟାମିନ୍‌ର ଖୁବ ଅଧିକ ଆବଶ୍ୟକତା ରହିଛି । ଏହି ତାଲିକାରେ ଅନେକ ଭିଟାମିନ୍‌ ସାମିଲ ରହିଛି, ଯାହାର ଅଭାବରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଭିଟାମିନ୍‌ ଏ ଅଭାବରେ ଆମର କେଉଁକେଉଁ ସମସ୍ୟା ଦେଖିବାକୁ ମିଳିବ । ଅନ୍ଧାର କଣା ଭିଟାମିନ୍‌ ଏ ଅଭାବରେ ଅନ୍ଧାରକଣା ହେବାର ଡର ରହିଥାଏ । କମ ଲାଇଟ୍‌ରେ ଦେଖାଯିବାରେ ସମସ୍ୟା ହୋଇଥାଏ । ତେଣୁ ଭିଟାମିନ୍‌ ଏ ଅଭାବର […]

ଭିଟାମିନ୍‌ ଏ
ଭିଟାମିନ୍‌ ଏ

ଆମ ଶରୀରର ପାଇଁ ଭିଟାମିନ୍‌ର ଖୁବ ଅଧିକ ଆବଶ୍ୟକତା ରହିଛି । ଏହି ତାଲିକାରେ ଅନେକ ଭିଟାମିନ୍‌ ସାମିଲ ରହିଛି, ଯାହାର ଅଭାବରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଭିଟାମିନ୍‌ ଏ ଅଭାବରେ ଆମର କେଉଁକେଉଁ ସମସ୍ୟା ଦେଖିବାକୁ ମିଳିବ ।

ଅନ୍ଧାର କଣା
ଭିଟାମିନ୍‌ ଏ ଅଭାବରେ ଅନ୍ଧାରକଣା ହେବାର ଡର ରହିଥାଏ । କମ ଲାଇଟ୍‌ରେ ଦେଖାଯିବାରେ ସମସ୍ୟା ହୋଇଥାଏ । ତେଣୁ ଭିଟାମିନ୍‌ ଏ ଅଭାବର ପ୍ରଥମ ସଙ୍କେତ ଏହା ହୋଇପାରେ । ଯଦି ଏଭଳି ସମସ୍ୟା ଦେଖାଦେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଡାକ୍ତରଙ୍କ ପରାମର୍ଶରେ ନିଜର ଡାଏଟ୍‌ରେ ପରିବର୍ତ୍ତନ କରନ୍ତୁ ।

ଶୁଷ୍କ ତ୍ୱଚା
ଏହାର ପ୍ରଭାବ ଆମର ତ୍ୱଚା ଉପରେ ମଧ୍ୟ ରହିଛି । ଭିଟାମିନ୍‌ ଏ ଅଭାବରେ ଆମର ତ୍ୱଚାର ଉଜ୍ୱଳତା ମଧ୍ୟ ନଷ୍ଟ ହୋଇଥାଏ,ଏହା ଡଲ୍‌ ଦେଖାଯାଇଥାଏ । ବେଳେବେଳେ କୁଣ୍ଡାଇ ମଧ୍ୟ ହୋଇଥାଏ । ସେହିଭଳି ର୍ୟାସ ହେବାର ଭୟ ମଧ୍ୟ ରହିଥାଏ ।

କ୍ଷତ ଶୁଖିବାରେ ଅସୁବିଧା
ଭିଟାମିନ୍‌ ଏ ଅଭାବରେ ଶରୀରରେ କ୍ଷତ ହେଲେ ଶୁଖିବାରେ ଅସୁବିଧା ହୋଇଥାଏ । କାରଣ ଭିଟାମିନ୍‌ ଏ ର ଅଭାବ ଆମର ରୋଗ ପ୍ରତିରୋଧକ ଶକ୍ତିକୁ କମାଇଥାଏ,ଯାହାଫଳରେ କ୍ଷତ ଶୁଖିବାରେ ସମୟ ଲାଗିଥାଏ । ତେଣୁ ସବୁବେଳେ ଖାଦ୍ୟରେ ଚେଷ୍ଟା କରନ୍ତୁ ଭିଟାମିନ୍‌ ଏ ଯୁକ୍ତ ଖାଇବା ସାମିଲ କରିବାକୁ ।