ସଭାପତି ପଦ ପାଇଁ ନାମାଙ୍କନ ଭରିବେ ନବୀନ

ଭୁବନେଶ୍ୱର : ବିଜେଡି ସଭାପତି ପଦ ପାଇଁ ପୁଣି ନାମାଙ୍କନ ଭରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୧୯ ତାରିଖରେ ଘୋଷଣା ହେବ ନୂଆ ସଭାପତିଙ୍କ ନାଁ। ଖୁବ୍‌ ଶୀଘ୍ର ଘୋଷଣା ହେବ ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ। ଗତ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଜୁ ଜନତା ଦଳ ନିଜର ସଂଗଠନ ସଜାଡ଼ିବାରେ ଲାଗିଛି। ଗୋଟିଏ ପଟେ ଦଳରେ ବିବାଦ ଦେଖା ଦେଇଥିବା ବେଳେ ନୂଆ ସଭାପତି ଚୟନ ପ୍ରକ୍ରିୟା […]

ସଭାପତି ପଦ ପାଇଁ ନାମାଙ୍କନ ଭରିବେ ନବୀନ
ସଭାପତି ପଦ ପାଇଁ ନାମାଙ୍କନ ଭରିବେ ନବୀନ

ଭୁବନେଶ୍ୱର : ବିଜେଡି ସଭାପତି ପଦ ପାଇଁ ପୁଣି ନାମାଙ୍କନ ଭରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୧୯ ତାରିଖରେ ଘୋଷଣା ହେବ ନୂଆ ସଭାପତିଙ୍କ ନାଁ। ଖୁବ୍‌ ଶୀଘ୍ର ଘୋଷଣା ହେବ ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ। ଗତ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଜୁ ଜନତା ଦଳ ନିଜର ସଂଗଠନ ସଜାଡ଼ିବାରେ ଲାଗିଛି। ଗୋଟିଏ ପଟେ ଦଳରେ ବିବାଦ ଦେଖା ଦେଇଥିବା ବେଳେ ନୂଆ ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି।

ଆସନ୍ତାକାଲି ବିଜେଡି ସଭାପତି ପ୍ରାର୍ଥୀ ଭାବେ ନବୀନ ପଟ୍ଟନାୟକ ପୁଣି ଥରେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାଯାଇଛି। ଅନ୍ୟ କେହି ବିଜେଡି ସଭାପତି ପଦ ଲାଗି ନାମାଙ୍କନ ଭରିବାର ସମ୍ଭାବନା ନଥିବାରୁ ସେ ପୁଣି ଥରେ ବିଜେଡି ସଭାପତି ହେବେ ବୋଲି ନିଶ୍ଚିତ ରହିଛି ।

ସୂଚନାଥାଉ କି ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ମଙ୍ଗଳବାର ୧୮ଟି ଜିଲ୍ଲା ପାଇଁ ନୂତନ ସଭାପତିଙ୍କ ନାମ ଘୋଷଣା ହୋଇଛି। ଏହି ତାଲିକାରେ ବରିଷ୍ଠ ତଥା ଅଭିଜ୍ଞ ନେତାଙ୍କୁ ଗୁରୁତ୍ବ ଦିଆଯାଇଛି।