ମହାରାଷ୍ଟ୍ରରେ ହେବ JSW EV କାରଖାନା !
ଭୁବନେଶ୍ୱର : ଓଡ଼ିଶାରେ ଫେରିଯିବ ପ୍ରସ୍ତାବିତ JSW ଇଭି ପ୍ଲାଣ୍ଟ ! ମହାରାଷ୍ଟ୍ରକୁ ପ୍ଲାଣ୍ଟ ଚାଲିଯିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଗତ ୭ ମାସ ତଳେ ପୂର୍ବ ସରକାର ସମୟରେ ହୋଇଥିଲା ଚୁକ୍ତି। ଏବେ ପ୍ଲାଣ୍ଟ ମହାରାଷ୍ଟ୍ରକୁ ଚାଲିଯିବା ଚର୍ଚ୍ଚା ଜୋର ଧରିଛି। ଗତ ୭ ମାସ ତଳେ ଫେବ୍ରୁଆରୀ ୧୦ ତାରିଖରେ ତତ୍କାଳୀନ ବିଜେଡି ସରକାର ବେଳେ ଚୁକ୍ତି କରିଥିଲା JSW । ଏଥିପାଇଁ ୪୦ ହଜାର କୋଟି ନିବେଶରେ ଓଡ଼ିଶାରେ ପ୍ଲାଣ୍ଟ […]

ଭୁବନେଶ୍ୱର : ଓଡ଼ିଶାରେ ଫେରିଯିବ ପ୍ରସ୍ତାବିତ JSW ଇଭି ପ୍ଲାଣ୍ଟ ! ମହାରାଷ୍ଟ୍ରକୁ ପ୍ଲାଣ୍ଟ ଚାଲିଯିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଗତ ୭ ମାସ ତଳେ ପୂର୍ବ ସରକାର ସମୟରେ ହୋଇଥିଲା ଚୁକ୍ତି। ଏବେ ପ୍ଲାଣ୍ଟ ମହାରାଷ୍ଟ୍ରକୁ ଚାଲିଯିବା ଚର୍ଚ୍ଚା ଜୋର ଧରିଛି। ଗତ ୭ ମାସ ତଳେ ଫେବ୍ରୁଆରୀ ୧୦ ତାରିଖରେ ତତ୍କାଳୀନ ବିଜେଡି ସରକାର ବେଳେ ଚୁକ୍ତି କରିଥିଲା JSW । ଏଥିପାଇଁ ୪୦ ହଜାର କୋଟି ନିବେଶରେ ଓଡ଼ିଶାରେ ପ୍ଲାଣ୍ଟ ପାଇଁ ଚୁକ୍ତି ହୋଇଥିଲା ।
କମ୍ପାନୀ ଲାଗି ସମସ୍ତ ସୁବିଧା ଯୋଗାଇଥିଲେ ନବୀନ ସରକାର। କଟକ ନରାଜ ଓ ପାରାଦୀପରେ ହେବାକୁ ଥିବା ପ୍ରକଳ୍ପ ଲାଗି ପର୍ଯ୍ୟାପ୍ତ ଜମି, ବିଦ୍ୟୁତ , ଜଳ, ପୁଞ୍ଜି ସବସିଡି ଆଦି ଯୋଗାଇବା ଲାଗି ଚୁକ୍ତିରେ ରହିଥିଲା ବ୍ୟବସ୍ଥା । କମ୍ପାନୀକୁ ଆଖିଦୃଶିଆ ପ୍ୟାକେଜ ସତ୍ତ୍ବେ ପ୍ରକଳ୍ପ ପ୍ରତିଷ୍ଠା ହୋଇ ପାରି ନଥିଲା। ଏହି ପ୍ୟାକେଜରେ କଟକ ନରାଜଠାରେ ୧୧ ଶହ ଏକର ଜମିକୁ ରିହାତି ଦରରେ ଯୋଗାଇବାକୁ ସରକାର ଘୋଷଣା କରିଥିଲେ। ସେହିପରି ୨୨୦ କେଭି ପ୍ୟାକେଜ ଓ ୧୦ କ୍ୟୁସେକ ମହାନଦୀ ଜଳ ଲାଗି ବି ଚୁକ୍ତିନାମାରେ ରହିଥିଲା। ଏହା ସହ ପ୍ରକଳ୍ପ ମୂଲ୍ୟର ୨୦ ପ୍ରତିଶତ ୫ ବର୍ଷ ଲାଗି ପୁଞ୍ଜି ସବସିଡି ପାଇଁ ବି ସରକାର ଘୋଷଣା କରିଥିଲେ।
ତେବେ ଚର୍ଚ୍ଚାକୁ ନେଇ JSW ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି । JSW ପ୍ଲାଣ୍ଟ ମହାରାଷ୍ଟ୍ରକୁ ଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ। ସେ କହିଛନ୍ତି ଯେ, JSW ସହ ଆଲୋଚନା ଚାଲିଛି । ନିର୍ଣ୍ଣୟ ଆସିଲେ ଜଣାଯିବ। ସେମାନେ ଓଡିଶା ଛାଡ଼ିବା ସମ୍ପର୍କରେ ଫାଇନାଲ ହୋଇନାହିଁ। ନିବେଶକ ମାନେ ସେମାନଙ୍କ ମୁତାବକ ନିବେଶ କରନ୍ତି। ବିଭିନ୍ନ କାରଣ ପ୍ରକଳ୍ପ ବିଳମ୍ବ ହୁଏ । JSW ଇଭି ଆରମ୍ଭରେ ମଧ୍ୟ ବିଳମ୍ବ ହୋଇଛି। ପୂର୍ବ ସରକାରରେ କଣ ହେଇଛି ସେନେଇ ଆମେ କଥା ବାର୍ତ୍ତା କରିବୁ। ସିଫ୍ଟ ହେବା ନେଇ ଫାଇନାଲ ହୋଇନାହିଁ। ଆମକୁ ସୂଚନା ମିଳିନାହିଁ।