ଅପରେସନ ସିନ୍ଦୂର ଆଉଟରିଚ୍ ଆରମ୍ଭ , ଭାରତର ବାର୍ତ୍ତା ସହ ଜାପାନ୍, ୟୁଏଇ ବାହାରିଲେ ୨ ପ୍ରତିନିଧି ଦଳ
ନୂଆଦିଲ୍ଲୀ : ଅପରେସନ ସିନ୍ଦୁର ଆଉଟରିଚ୍ ଆଜିଠାରୁ ଆରମ୍ଭ ହୋଇଛି । ଭାରତର ବାର୍ତ୍ତା ସହିତ ୨ଟି ପ୍ରତିନିଧିମଣ୍ଡ ଆଜି ଜାପାନ, ୟୁଏଇ ଯାତ୍ରା କରିଛନ୍ତି। ଜେଡି(ୟୁ) ସଞ୍ଜୟ ଝାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜାପାନ ଅଭିମୁଖେ ଯାତ୍ରା କରିଛନ୍ତି। ଅନ୍ୟପକ୍ଷେ ଶ୍ରୀକାନ୍ତ ସିନ୍ଦେଙ୍କ ପ୍ରତିନିଧି ଦଳ ଆଜି ରାତି ୯ଟାରେ ୟୁଏଇ ଅଭିମୁଖେ ଯାତ୍ରା କରିବ। ଯାତ୍ରା ପୂର୍ବରୁ ବୈଦେଶିକ ସଚିବ ବିକ୍ରମ ମିସ୍ରି ସାତଟି ସର୍ବଦଳୀୟ ପ୍ରତିନିଧି ଦଳ ମଧ୍ୟରୁ ତିନୋଟିର ସଦସ୍ୟ, […]

ନୂଆଦିଲ୍ଲୀ : ଅପରେସନ ସିନ୍ଦୁର ଆଉଟରିଚ୍ ଆଜିଠାରୁ ଆରମ୍ଭ ହୋଇଛି । ଭାରତର ବାର୍ତ୍ତା ସହିତ ୨ଟି ପ୍ରତିନିଧିମଣ୍ଡ ଆଜି ଜାପାନ, ୟୁଏଇ ଯାତ୍ରା କରିଛନ୍ତି। ଜେଡି(ୟୁ) ସଞ୍ଜୟ ଝାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜାପାନ ଅଭିମୁଖେ ଯାତ୍ରା କରିଛନ୍ତି। ଅନ୍ୟପକ୍ଷେ ଶ୍ରୀକାନ୍ତ ସିନ୍ଦେଙ୍କ ପ୍ରତିନିଧି ଦଳ ଆଜି ରାତି ୯ଟାରେ ୟୁଏଇ ଅଭିମୁଖେ ଯାତ୍ରା କରିବ। ଯାତ୍ରା ପୂର୍ବରୁ ବୈଦେଶିକ ସଚିବ ବିକ୍ରମ ମିସ୍ରି ସାତଟି ସର୍ବଦଳୀୟ ପ୍ରତିନିଧି ଦଳ ମଧ୍ୟରୁ ତିନୋଟିର ସଦସ୍ୟ, ସାଂସଦ ଏବଂ ପୂର୍ବତନ ସାଂସଦମାନଙ୍କୁ ସୂଚନା ଦେଇଥିଲେ।। ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୁଦ୍ଧରେ ଭାରତର ଦୃଢ଼ ଆଭିମୁଖ୍ୟ ଜଣାଇବା ପାଇଁ ପ୍ରତିନିଧିମଣ୍ଡଳୀଗୁଡ଼ିକ ବିଭିନ୍ନ ବିଦେଶ ରାଷ୍ଟ୍ର ଗସ୍ତ କରିବେ। ଅପରେସନ୍ ସିନ୍ଦୂର ଏବଂ ସୀମାପାର ଆତଙ୍କବାଦ ବିରୁଦ୍ଧରେ ଭାରତର ନିରନ୍ତର ଲଢ଼େଇ ପରିପ୍ରେକ୍ଷୀରେ, ଏହି ମାସ ଶେଷରେ ସାତଟି ସର୍ବଦଳୀୟ ପ୍ରତିନିଧିମଣ୍ଡଳ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟଙ୍କ ସମେତ ପ୍ରମୁଖ ସହଯୋଗୀ ଦେଶଗୁଡ଼ିକୁ ଗସ୍ତ କରିବାକୁ ଯାଉଛନ୍ତି। ସର୍ବଦଳୀୟ ପ୍ରତିନିଧି ଦଳଗୁଡ଼ିକ ଭାରତର ଜାତୀୟ ସହମତି ଏବଂ ସମସ୍ତ ପ୍ରକାର ଏବଂ ପ୍ରକାଶନରେ ଆତଙ୍କବାଦର ମୁକାବିଲା ପାଇଁ ଦୃଢ଼ ଆଭିମୁଖ୍ୟକୁ ପ୍ରଦର୍ଶିତ କରିବେ। ସେମାନେ ଆତଙ୍କବାଦ ବିରୁଦ୍ଧରେ ଦେଶର ଶୂନ୍ୟ ସହନଶୀଳତାର ଦୃଢ଼ ବାର୍ତ୍ତା ବିଶ୍ୱକୁ ପ୍ରଦାନ କରିବେ। ପ୍ରସ୍ଥାନ ପୂର୍ବରୁ, ଜେଡି(ୟୁ) ସାଂସଦ ସଞ୍ଜୟ କୁମାର ଝା ଜାପାନ ଯିବା ପାଇଁ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ।