ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ
କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି। ଭାଜପା ଚମ୍ପୁଆ ନିର୍ବାଚନମଣ୍ଡଳୀ ପାଇଁ ଡ. ମୁରଲୀ ଶର୍ମାଙ୍କ ଉପରେ ପୁଣି ଭରସା କରିଛି। ମୁରଲୀ ୨୦୧୯ରେ ପ୍ରାର୍ଥୀ ହୋଇ ବିଜେଡିକୁ କଡ଼ା ଟକ୍କର ଦେଇଥିଲେ। ସେ ଜଣେ ଟାଣୁଆ ଭାଜପା ନେତା ହୋଇଥିବା ବେଳେ ସଂଘ ପରିବାରର ସଦସ୍ୟ ଥିବାରୁ ତାଙ୍କ ପ୍ରାର୍ଥିତ୍ୱକୁ ନେଇ ଦଳରେ ଉତ୍ସାହ ଦେଖିବାକୁ […] The post ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ appeared first on Dharitri Odia News.
କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି। ଭାଜପା ଚମ୍ପୁଆ ନିର୍ବାଚନମଣ୍ଡଳୀ ପାଇଁ ଡ. ମୁରଲୀ ଶର୍ମାଙ୍କ ଉପରେ ପୁଣି ଭରସା କରିଛି। ମୁରଲୀ ୨୦୧୯ରେ ପ୍ରାର୍ଥୀ ହୋଇ ବିଜେଡିକୁ କଡ଼ା ଟକ୍କର ଦେଇଥିଲେ। ସେ ଜଣେ ଟାଣୁଆ ଭାଜପା ନେତା ହୋଇଥିବା ବେଳେ ସଂଘ ପରିବାରର ସଦସ୍ୟ ଥିବାରୁ ତାଙ୍କ ପ୍ରାର୍ଥିତ୍ୱକୁ ନେଇ ଦଳରେ ଉତ୍ସାହ ଦେଖିବାକୁ ମିଳିଛି। ତାଙ୍କ ନାମ ଘୋଷଣା ପରେ ଭାଜପା ଶିବିରରେ ଏବଂ ତାଙ୍କ ସମର୍ଥକଙ୍କ ମଧ୍ୟରେ ଖୁସି ଦେଖାଯାଇଛି। ଏଠାରେ ବିଜେଡି ଜଣେ ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ସନାତନ ମହାକୁଡ ଓ କଂଗ୍ରେସ ପୂର୍ବତନ ଏମ୍ପି ଯଶୋବନ୍ତ ନାରାୟଣ ସିଂ ଲାଗୁରିଙ୍କୁ ପ୍ରାର୍ଥୀ କରିଥିବାରୁ ତ୍ରିମୁଖୀ ଲଢ଼େଇ ହେବା ନେଇ ରାଜନୀତିଜ୍ଞମାନେ କହିଛନ୍ତି।
ସେହିପରି ଭାଜପା ତେଲକୋଇ ନିର୍ବାଚନମଣ୍ଡଳୀରେ ଡା. ଫକୀର ଚନ୍ଦ୍ର ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଡା. ନାୟକ ପୂର୍ବରୁ କଂଗ୍ରେସ ଟିକେଟରୁ ଲୋକ ସଭା ପାଇଁ ପ୍ରାର୍ଥୀ ହୋଇଥିଲେ। ତେବେ ବିଜେଡି ଛାଡ଼ି ବିଧାୟକ ପ୍ରେମାନନ୍ଦ ନାୟକ, ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ ଭାଜପାରେ ଯୋଗଦେବା ଫଳରେ କିଏ ଟିକେଟ ପାଇବ ସେ ନେଇ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା। ଏଠାରେ ବିଜେଡି ଜଣେ ଟାଣୁଆ ତଥା ଜିଲା ସଂଗଠନ ମୁଖ୍ୟ ପୂର୍ବତନ ଏମ୍ପି ମାଧବ ସର୍ଦ୍ଦାରଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ନବାଗତ ତଥା ପୂର୍ବତନ ବିଧାୟକ ପ୍ରାଣବଲ୍ଲଭ ନାୟକଙ୍କ ପୁଅ ନିର୍ମଳ ନାୟକଙ୍କୁ ପ୍ରାର୍ଥୀ କରିଛି। ଫଳରେ ଏଠାରେ ତ୍ରିମୁଖୀ ଲଢ଼େଇ ହେବା ଯଥେଷ୍ଟ ସମ୍ଭାବନା ରହିଛି। ସବୁ ଦଳ ଜିଲାର ୬ ବିଧାନସଭା ଓ କେନ୍ଦୁଝର ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଭାଜପା ଅଦ୍ୟାବଧି ଘଷିପୁରା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ଦଳ ପ୍ରଚାରରେ ପଛେଇଯାଇଛି।
The post ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ appeared first on Dharitri Odia News.