ଅଧିକାରୀଙ୍କ ଗାଡ଼ି ଧକ୍କାରେ ଚାଲିଗଲା ବାଇକ୍ଚାଳକଙ୍କ ଜୀବନ
ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡ଼ା ଉଦୟପୁର ବରବେଡ଼ା ରାସ୍ତାର ଖୁଣ୍ଟାପଡ଼ା ପଞ୍ଚାୟତ ଚାତର ପାଣି ନିକଟରେ ସୋମବାର ପୂର୍ବାହ୍ନରେ ସରକାରୀ ବାବୁଙ୍କ ବୋଲେରୋ ଧକ୍କାରେ ଜଣେ ବାଇକଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲା ସୁକ୍ରୁଳି ଥାନା ଘାଘି ଗ୍ରାମର ବିରଞ୍ଚି ବେହେରାଙ୍କ ପୁଅ ରାଜେନ୍ଦ୍ର(୩୨)। ରାଜେନ୍ଦ୍ର ଘରକୁ ଯାଉଥିବା ବେଳେ ବୋଲେରୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକ୍କୁ ଧକ୍କା ଦେଇଥିବା ବ୍ୟକ୍ତି ଜଣକ ହେଉଛନ୍ତି କେନ୍ଦୁଝର […] The post ଅଧିକାରୀଙ୍କ ଗାଡ଼ି ଧକ୍କାରେ ଚାଲିଗଲା ବାଇକ୍ଚାଳକଙ୍କ ଜୀବନ appeared first on Dharitri Odia News.
ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡ଼ା ଉଦୟପୁର ବରବେଡ଼ା ରାସ୍ତାର ଖୁଣ୍ଟାପଡ଼ା ପଞ୍ଚାୟତ ଚାତର ପାଣି ନିକଟରେ ସୋମବାର ପୂର୍ବାହ୍ନରେ ସରକାରୀ ବାବୁଙ୍କ ବୋଲେରୋ ଧକ୍କାରେ ଜଣେ ବାଇକଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲା ସୁକ୍ରୁଳି ଥାନା ଘାଘି ଗ୍ରାମର ବିରଞ୍ଚି ବେହେରାଙ୍କ ପୁଅ ରାଜେନ୍ଦ୍ର(୩୨)। ରାଜେନ୍ଦ୍ର ଘରକୁ ଯାଉଥିବା ବେଳେ ବୋଲେରୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକ୍କୁ ଧକ୍କା ଦେଇଥିବା ବ୍ୟକ୍ତି ଜଣକ ହେଉଛନ୍ତି କେନ୍ଦୁଝର ଆଡିଶନାଲ ସିଏସ୍ଓ ବ୍ରଜ କିଶୋର ମାରାଣ୍ଡି। ସେ ସାହାରପଡ଼ା ବ୍ଲକକୁ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣିକୁ ଯାଉଥିବାବେଳେ ଦୁର୍ଘଟଣା ଘଟାଇଥିଲେ। ତେବେ ଅଧିକାରୀ ଜଣକ ମାନବିକତା ଭୁଲି ଅନ୍ୟ ଏକ ଗାଡ଼ିରେ ଘଟଣାସ୍ଥଳରୁ ଚାଲିଯିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି। ପାଟଣା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଲାଗିରହିଛି।
The post ଅଧିକାରୀଙ୍କ ଗାଡ଼ି ଧକ୍କାରେ ଚାଲିଗଲା ବାଇକ୍ଚାଳକଙ୍କ ଜୀବନ appeared first on Dharitri Odia News.