ATM ତାଡି ଲୁଟ
ବାଲେଶ୍ୱର : ପୁଣି ମାଟିଲେ ATM ଲୁଟେରା I ଗ୍ୟାସ କଟରରେ ATM ତାଡି ନେଇଗଲେ ୨୦ ଲକ୍ଷ ଟଙ୍କା I ଗତକାଲି ବିଳମ୍ବିତ ରାତିରେ ୨ଟି ବୁଲେଟରେ ୬ ଜଣ ଲୁଟେରା ଆସି ବାଲେଶ୍ୱର ଜିଲ୍ଲା ଖଇରା ତୁଡ଼ିଗଡିଆ ବଜାର ଥିବା ଆକ୍ସିସ ବ୍ୟାଙ୍କରୁ ଲୁଟ କରିଥିବା ଜଣାପଡିଛି । ଲୁଟ ପରେ ଲୁଟେରା ମାନେ ଦୁଇଟି ବୋମା ଫୁଟାଇଥିବା ଜଣାପଡିଛି । ସ୍ଥାନୀୟଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ପହଁଚି ଛାନଭିନ ଆରମ୍ଭ […]

ବାଲେଶ୍ୱର : ପୁଣି ମାଟିଲେ ATM ଲୁଟେରା I ଗ୍ୟାସ କଟରରେ ATM ତାଡି ନେଇଗଲେ ୨୦ ଲକ୍ଷ ଟଙ୍କା I ଗତକାଲି ବିଳମ୍ବିତ ରାତିରେ ୨ଟି ବୁଲେଟରେ ୬ ଜଣ ଲୁଟେରା ଆସି ବାଲେଶ୍ୱର ଜିଲ୍ଲା ଖଇରା ତୁଡ଼ିଗଡିଆ ବଜାର ଥିବା ଆକ୍ସିସ ବ୍ୟାଙ୍କରୁ ଲୁଟ କରିଥିବା ଜଣାପଡିଛି । ଲୁଟ ପରେ ଲୁଟେରା ମାନେ ଦୁଇଟି ବୋମା ଫୁଟାଇଥିବା ଜଣାପଡିଛି । ସ୍ଥାନୀୟଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ପହଁଚି ଛାନଭିନ ଆରମ୍ଭ କରିଛି । ସେହିପରି ସୋର ଥାନା ମଙ୍ଗଳପୁରରେ ଥିବା ପଞ୍ଜାବ ନେସନାଲ ବ୍ୟାଙ୍କ ATM ତାଡି ୧୨ ଲକ୍ଷରୁ ଉର୍ଧ୍ଵ ଟଙ୍କା ଲୁଟ ହୋଇଥିବା ଜଣାପଡିଛି I ଖଇରା ଅଂଚଳରେ ଦିନକୁ ଦିନ ଚୋରି ଡକାୟତ ବଢିବାରେ ଲାଗିଛି ଯାହାକୁ ସ୍ଥାନୀୟ ଲୋକ ମାନେ ଭୟଭୀତ ଥିବା କହିଛନ୍ତି ।