ରଥଯାତ୍ରା ପାଇଁ ପୁରୀକୁ ଗଡିବ ୧୦୦ ଆମ ବସ,ତାଳବଣିଆ ବସ ଷ୍ଟାଣ୍ଡ ରୁ ମିଳିବ ମାଗଣା ଅଟୋ ସେବା
ଭୁବନେଶ୍ୱର : ରଥ ଯାତ୍ରାରେ ପୁରୀକୁ ଗଡ଼ିବ ୧୦୦ ଆମ ବସ୍ । ଆଗାମୀ ରଥ ଯାତ୍ରାରେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଗଡ଼ିବ ୧୦୦ ଆମ ବସ୍ । ଏନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ସୂଚନା ମୁତାବକ, ଆସନ୍ତା ୧୧ ତାରିଖ (ବୁଧବାର) ଦିନ ପବିତ୍ର ସ୍ନାନଯାତ୍ରା । ଏଥିପାଇଁ ପ୍ରଶାସନ ଓ ସରକାର ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ଏହି କ୍ରମରେ […]

ଭୁବନେଶ୍ୱର : ରଥ ଯାତ୍ରାରେ ପୁରୀକୁ ଗଡ଼ିବ ୧୦୦ ଆମ ବସ୍ । ଆଗାମୀ ରଥ ଯାତ୍ରାରେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଗଡ଼ିବ ୧୦୦ ଆମ ବସ୍ । ଏନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।
ସୂଚନା ମୁତାବକ, ଆସନ୍ତା ୧୧ ତାରିଖ (ବୁଧବାର) ଦିନ ପବିତ୍ର ସ୍ନାନଯାତ୍ରା । ଏଥିପାଇଁ ପ୍ରଶାସନ ଓ ସରକାର ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ଏହି କ୍ରମରେ ରାଜ୍ୟ ଗୃହ ଓ ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ରଥ ଯାତ୍ରା ସମୟରେ ପୁରୀକୁ ଗଡ଼ିବ ୧୦୦ ଆମ ବସ୍ । ରଥ ଯାତ୍ରାରେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଗଡ଼ିବ ୧୦୦ ଆମ ବସ୍ । ଭୁବନେଶ୍ୱର ଓ କଟକ ଭଳି ଆଖପାଖ ଅଞ୍ଚଳରୁ ୧୦୦ ବସ୍ ରଥ ଯାତ୍ରା ସମୟରେ ଭକ୍ତଙ୍କୁ ସେବା ଯୋଗାଇବେ । ଯାହା ଭକ୍ତଙ୍କ ଯାତାୟତରେ ସୁବିଧା ହେବ ।
ଅନ୍ୟପଟେ,ରଥଯାତ୍ରା, ବାହୁଡା଼ ଓ ସୁନାବେଶ ପାଇଁ ତାଳବଣିଆରେ ହେବ ଅସ୍ଥାୟୀ ବସଷ୍ଟାଣ୍ଡ । ଭକ୍ତଙ୍କ ପାଇଁ ବସଷ୍ଟାଣ୍ଡରୁ ବଡଦାଣ୍ଡ ପର୍ଯ୍ୟନ୍ତ ହେବ ମାଗଣା ଅଟୋସେବା । ପୁରୀକୁ ରଥଯାତ୍ରାରେ ୩୬୫ଟି ସ୍ୱତନ୍ତ୍ର ଟ୍ରେନ ଚାଲିବ । ଚଳାଚଳ ପାଇଁ ସ୍ୱତନ୍ତ୍ର ପରମିଟ ଦିଆଯିବ। ସହ ରେଟ ଚାର୍ଟ ଲଗାଯିବ । ଆଜି ରଥଯାତ୍ରା ପ୍ରସ୍ତୁତି ବୈଠକରେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ସୂଚନା ଦେଇଛନ୍ତି । ରଥଯାତ୍ରା ପାଇଁ ଚଳିତ ବର୍ଷ ଏଆଇର ବ୍ୟବହାର କରାଯିବ । ଅପରାଧ ଓ ଭିଡ଼ ନିୟନ୍ତ୍ରଣ ପାଇଁ ସିସିଟିଭି ଓ ଇଣ୍ଟି ଗ୍ରେଟେଡ଼ କଣ୍ଟ୍ରୋଲ ରୁମର ସହାୟତା ନିଆଯିବ । ରଥଯାତ୍ରା ପ୍ରସ୍ତୁତି ବୈଠକରେ ସୂଚନା ଦେଲେ ପୁରୀ ଏସପି ବିନୀତ ଅଗ୍ରୱାଲ ।