ଚୀନର ଏକ ସପିଂମଲରେ ଭୟାବହ ଅଗ୍ନିକାଣ୍ଡ, ୧୬ ମୃତ
ବେଜିଂ: ଚୀନର ଜିଗଅଙ୍ଗ୍ ସହରରେ ଥିବା ଏକ ୧୪ ମହଲା ସପିଂମଲ୍ରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୬ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି ସଂଧ୍ୟା ପ୍ରାୟ ୬ଟା ବେଳେ ମଲ୍ର ତଳମହଲାରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ପ୍ରଥମେ ପ୍ରବଳ ଧୂଆଁ ସୃଷ୍ଟି ହୋଇଥିଲା ଓ କିଛି କ୍ଷଣ ମଧ୍ୟରେ ସମଗ୍ର ସପିଂମଲ୍କୁ ନିଆଁ ବ୍ୟାପିଯାଇଥିଲା। ୩ଶହରୁ ଉର୍ଦ୍ଧ୍ବ ଅଗ୍ନିଶମ କର୍ମଚାରୀ, ୧୨ରୁ ଊର୍ଦ୍ଧ୍ବ ଦମକଳ, ଶତାଧିକ ନିଆଁଲିଭା ଉପକରଣ, ଡ୍ରୋନ୍ ଆଦି ଦ୍ବାରା ଦୀର୍ଘ ୧୦ ଘଣ୍ଟାର ଅପରେସନ୍ […]

ବେଜିଂ: ଚୀନର ଜିଗଅଙ୍ଗ୍ ସହରରେ ଥିବା ଏକ ୧୪ ମହଲା ସପିଂମଲ୍ରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୬ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି ସଂଧ୍ୟା ପ୍ରାୟ ୬ଟା ବେଳେ ମଲ୍ର ତଳମହଲାରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ପ୍ରଥମେ ପ୍ରବଳ ଧୂଆଁ ସୃଷ୍ଟି ହୋଇଥିଲା ଓ କିଛି କ୍ଷଣ ମଧ୍ୟରେ ସମଗ୍ର ସପିଂମଲ୍କୁ ନିଆଁ ବ୍ୟାପିଯାଇଥିଲା। ୩ଶହରୁ ଉର୍ଦ୍ଧ୍ବ ଅଗ୍ନିଶମ କର୍ମଚାରୀ, ୧୨ରୁ ଊର୍ଦ୍ଧ୍ବ ଦମକଳ, ଶତାଧିକ ନିଆଁଲିଭା ଉପକରଣ, ଡ୍ରୋନ୍ ଆଦି ଦ୍ବାରା ଦୀର୍ଘ ୧୦ ଘଣ୍ଟାର ଅପରେସନ୍ ପରେ ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରାଯାଇଥିଲା। ଚୀନ୍ ସରକାରୀ ଗଣମାଧ୍ୟମର ସୂଚନାନୁସାରେ, ସପିଂମଲ୍ରେ ତଳ ମହଲାରେ ନିର୍ମାଣ କାର୍ଯ୍ୟ ଚାଲୁଥିଲା। ନିର୍ମାଣକାର୍ଯ୍ୟ ସମୟରେ ଅସାବଧନତାରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଧୂଆଁ ଉଠିବା ପରେ ସପିଂମଲରୁ ଲୋକଙ୍କୁ ହଟାଇ ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ କବଳରେ ଥିବା ୭୫ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।