ଯାନ୍ତ୍ରିକତ୍ରୁଟି ଯୋଗୁଁ ରାଜପଥରେ ଅବତରଣ କଲା ହେଲିକେପ୍ଟର

ଉତ୍ତରାଖଣ୍ଡ : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାଜପଥରେ ଜରୁରୀ କାଳୀନ ଅବତରଣ ହେଲିକପ୍ଟର । କେଦାରନାଥ ଦର୍ଶନ ପାଇଁ ଯାଉଥିବାବେଳେ ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ହେଲା ଏମର୍ଜେନ୍ସ ଲ୍ୟାଣ୍ଡିଂ । ଅବତରଣ ସମୟରେ ଏକ କାର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ହେଲିକପ୍ଟରରେ ୫ ଶ୍ରଦ୍ଧାଳୁ ସବାର ଥିଲେ। ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସମସ୍ତଙ୍କ ଜୀବନ ରକ୍ଷା ହୋଇଛି । UCADA ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ DGCAକୁ ଜଣାଇଛି । ସୂଚନା ଅନୁଯାୟୀ, କେଦାରନାଥ ଦର୍ଶନ ପାଇଁ […]

ଯାନ୍ତ୍ରିକତ୍ରୁଟି ଯୋଗୁଁ ରାଜପଥରେ ଅବତରଣ କଲା ହେଲିକେପ୍ଟର
ଯାନ୍ତ୍ରିକତ୍ରୁଟି ଯୋଗୁଁ ରାଜପଥରେ ଅବତରଣ କଲା ହେଲିକେପ୍ଟର

ଉତ୍ତରାଖଣ୍ଡ : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାଜପଥରେ ଜରୁରୀ କାଳୀନ ଅବତରଣ ହେଲିକପ୍ଟର । କେଦାରନାଥ ଦର୍ଶନ ପାଇଁ ଯାଉଥିବାବେଳେ ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ହେଲା ଏମର୍ଜେନ୍ସ ଲ୍ୟାଣ୍ଡିଂ । ଅବତରଣ ସମୟରେ ଏକ କାର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ହେଲିକପ୍ଟରରେ ୫ ଶ୍ରଦ୍ଧାଳୁ ସବାର ଥିଲେ। ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସମସ୍ତଙ୍କ ଜୀବନ ରକ୍ଷା ହୋଇଛି । UCADA ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ DGCAକୁ ଜଣାଇଛି ।

ସୂଚନା ଅନୁଯାୟୀ, କେଦାରନାଥ ଦର୍ଶନ ପାଇଁ ଯାଉଥିବାବେଳେ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । କୌଣସି ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ, ପାଇଲଟ ହେଲିକପ୍ଟରକୁ ରାଜପଥରେ ହିଁ ଅବତରଣ କରିଥିଲେ। ଅବତରଣ ସମୟରେ କୌଣସି ମୃତାହତ ଥିବା ଖବର ନଥିବାବେଳେ କିନ୍ତୁ ଏକ କାର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ହେଲିକପ୍ଟରରେ ୨ଜଣ ପାଇଲଟଙ୍କ ସମେତ ଅନ୍ୟ ୫ ଜଣ ଯାତ୍ରୀ ରହିଥିଲେ । ସୂଚନା ପାଇବା ମାତ୍ରେ ପୋଲିସ ଦଳ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ରେସ୍କ୍ୟୁ ଅପରେସନ ଆରମ୍ଭ କରିବା ସହିତ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇଥିଲେ । ଅବତରଣ ସମୟରେ ସହ- ପାଇଲଟଙ୍କୁ ସାମାନ୍ୟ ଆଘାତ ଲାଗିଥିବା କୌଣସି ଏକ ସୂତ୍ରରୁ ପ୍ରକାଶ ପାଇଛି ।

ଅନ୍ୟପଟେ ଚାରିଧାମ ଯାତ୍ରା ଆରମ୍ଭ ହେବା ପରେ ଏହା ଚତୁର୍ଥ ହେଲିକପ୍ଟର ଦୁର୍ଘଟଣା। ମେ ମାସରେ କେଦାରନାଥ ଧାମରେ ​​ଅବତରଣ କରିବା ସମୟରେ ଏକ ହେଲି ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହା ଋଷିକେଶରୁ କେଦାରନାଥ ଯାଉଥିଲା । ଏହା ପୂର୍ବରୁ ମଧ୍ୟ ମେ ୮ରେ ଗଙ୍ଗୋତ୍ରୀ ଧାମ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ।